ନୂଆଦିଲ୍ଲୀ: ଡିସେମ୍ବର 15ରେ ଜାମିଆରେ ହୋଇଥିବା ହିଂସାର ତଦନ୍ତ ନେଇ ଏକ ସ୍ପେଶାଲ ଇନଭେଷ୍ଟିଗେଟିଭ ଟିମ(SIT) ଗଠନ କରାଯାଇଛି । ଦିଲ୍ଲୀ ପୋଲିସର ସ୍ବତନ୍ତ୍ର କମିଶନରେଟ ପୋଲିସ ପି ରଞ୍ଜନ ଏହାର ସୂଚନା ଦେଇଛନ୍ତି । ଜାମିଆରେ ହୋଇଥିବା ହିଂସାକୁ ନେଇ ସୋସିଆଲ ମିଡିଆରେ କିଛି ଭିଡିଓ ଭାଇରାଲ ହୋଇଥିଲା । ଏହାପରେ ଏସଆଇଟି ଗଠନ କରାଯାଇଥିବାର ସୂଚନା ଦେଇଛନ୍ତି ସିପି ।
ଜାମିଆ ହିଂସା ତଦନ୍ତ ପାଇଁ ଗଠନ ହେଲା SIT
ଡିସେମ୍ବର 15ରେ ଜାମିଆରେ ହୋଇଥିବା ହିଂସାର ତଦନ୍ତ ନେଇ ଏକ ସ୍ପେଶାଲ ଇନଭେଷ୍ଟିଗେଟିଭ ଟିମ(SIT) ଗଠନ କରାଯାଇଛି । ଦିଲ୍ଲୀ ପୋଲିସର ସ୍ବତନ୍ତ୍ର କମିଶନରେଟ ପୋଲିସ ପି ରଞ୍ଜନ ଏହାର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...
ଏହି ମାମଲାକୁ ନେଇ ବର୍ତ୍ତମାନ 4ଟି ଭିଡିଓ ସାମ୍ନାକୁ ଆସିଛି । କିଛି ଭିଡିଓରେ ପୋଲିସ ଛାତ୍ରଙ୍କୁ ଲାଠିଚାର୍ଜ କରୁଥିବା ନଜର ଆସିଥିବା ବେଳେ ଅନ୍ୟ କିଛି ଭିଡିଓରେ ଛାତ୍ର ପଥର ଧରି ଲାଇବ୍ରେରୀରେ ପ୍ରବେଶ କରୁଥିବାର ଦେଖିବାକୁ ମିଳିଛି । ତେବେ ଏହି ସବୁ ଭିଡିଓକୁ ଧ୍ୟାନରେ ରଖି ସମ୍ପୁର୍ଣ୍ଣ ତଥ୍ୟର ଯାଞ୍ଚ କରିବ ଏସଆଇଟି ।
ପ୍ରକାଶଥାଉକି, ଗତ ଡିସେମ୍ବର 15ରେ ଜାମିଆରେ ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ ପ୍ରଦର୍ଶନ ହିଂସାର ରୂପ ନେଇଥିଲା । ପ୍ରଦର୍ଶନକାରୀ ପୋଲିସ ଉପରେ ପଥର ପକାଇଥିବା ବେଳେ ବସ ଜାଳିଦେଇଥିଲେ । ଏହାସହ ପୋଲିସ ଜାମିଆର ଲାଇବ୍ରେରୀରେ ପଶି ପାଠ ପଢୁଥିବା ଛାତ୍ରଙ୍କ ଉପରେ ଲାଠିଚାର୍ଜ କରୁଥିବାର ନଜର ଆସିଥିଲା ।