ଦିଲ୍ଲୀ: ଜାମିୟା ମିଲିୟାରେ ହୋଇଥିବା ହିଂସାରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ବିଶ୍ବ ବିଦ୍ୟାଳୟ ପକ୍ଷରୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ରିପୋର୍ଟ ପଠାଯାଇଛି । ବିଶ୍ବବିଦ୍ୟାଳୟ ପକ୍ଷରୁ ଏମଏଚଆରଡିକୁ ପଠାଯାଇଥିବା ରିପୋର୍ଟରେ ପୋଲିସର ବର୍ବରତା କରିଥିବା ଲେଖା ହୋଇଛି ।
ଜାମିୟା ହିଂସା: MHRDକୁ ରିପୋର୍ଟ ପଠାଇଲା ବିଶ୍ବବିଦ୍ୟାଳୟ - ଜାମିୟା ହିଂସା
ଜାମିୟା ମିଲିୟା ହିଂସାରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ବିଶ୍ବ ବିଦ୍ୟାଳୟ ପକ୍ଷରୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ରିପୋର୍ଟ ପଠାଯାଇଛି । ରିପୋର୍ଟରେ ପୋଲିସର ବର୍ବରତା କଥା ଉଲ୍ଲେଖ ।

ଜାମିୟା ହିଂସା: MHRDକୁ ରିପୋର୍ଟ ପଠାଇଲା ବିଶ୍ବବିଦ୍ୟାଳୟ
ପୋଲିସ ଜବରଦସ୍ତ କ୍ୟାମ୍ପସରେ ପଶି ଛାତ୍ର ଓ ଗାର୍ଡଙ୍କ ଉପରେ ଲାଠିଚାର୍ଜ କରିଥିବା ରିପୋର୍ଟରେ କୁହାଯାଇଛି । ଏହାସହ ରିପୋର୍ଟରେ ଖୋଲାଖୋଲି ଭାବେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରାଯାଇଛି । ପୋଲିସ କିଛି ଛାତ୍ରଙ୍କ ଛାତିରେ ବନ୍ଧୁକ ଲଗାଇଥିବା କଥା ମଧ୍ୟ ଅଭିଯୋଗ ହୋଇଛି । ଘଟଣାରେ ନାୟିକ ଯାଞ୍ଚର ଦାବି ପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ଦାବି କରାଯାଇଛି ।