ନୂଆଦିଲ୍ଲୀ: ଜାମିଆ ବିଶ୍ବବିଦ୍ୟାଳୟରେ ଗତକାଲି ଘଟିଥିବା ଗୁଳିକାଣ୍ଡରେ ଜଣେ ଛାତ୍ର ଆହତ ହୋଇଥିଲେ । ତେବେ ଆହତ ଛାତ୍ର ଶାଦାବ ଫାରୁଖଙ୍କ ସ୍ବାସ୍ଥ୍ୟାବସ୍ଥାରେ ଏବେ ସୁଧାର ଆସିଛି । ସେପଟେ ତାଙ୍କୁ ଭେଟିବା ପାଇଁ ହସ୍ପିଟାଲ ପହଞ୍ଚିଛନ୍ତି ଜାମିଆ କୁଳପତି ପ୍ରଫେସର ନଜମା ଅଖତର। ତାଙ୍କ ସହ ଅନ୍ୟାନ୍ୟ ଅଧିକାରୀ ମଧ୍ୟ ଡାକ୍ତରଖାନା ଯାଇ ଶାଦାବଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ବନ୍ଧରେ ପଚାରି ବୁଝିଛନ୍ତି ।
ଜାମିଆ ଗୁଳିକାଣ୍ଡ: ଆହତ ଛାତ୍ରଙ୍କୁ ଭେଟିଲେ କୁଳପତି
ଜାମିଆ ବିଶ୍ବବିଦ୍ୟାଳୟରେ ଗତକାଲି ଘଟିଥିବା ଗୁଳିକାଣ୍ଡରେ ଆହତ ହୋଇଥିବା ଛାତ୍ର ଶାଦାବ ଫାରୁଖଙ୍କୁ ଭେଟିଲେ କୁଳପତି ପ୍ରଫେସର ନଜମା ଅଖତର। ଅଧିକ ପଢନ୍ତୁ...
ଜାମିଆ ଗୁଳିକାଣ୍ଡ
ସୂଚନାଯୋଗ୍ୟ ଯେ, ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥି ଅବସରରେ ଗତକାଲି ଜାମିଆ ବିଶ୍ବବିଦ୍ୟାଳୟ ନିକଟରେ ସିଏଏ ଏବଂ ଏନଆରସି ବିରୋଧରେ ପ୍ରଦର୍ଶନ କରିଥିଲେ ଛାତ୍ରଛାତ୍ରୀ । ଏହି ସମୟରେ ଜଣେ ଯୁବକ ସେଠାକୁ ବନ୍ଧୁକ ଧରି ଆସିଥିଲେ ଏବଂ ପ୍ରଦର୍ଶନକାରୀଙ୍କୁ 'ୟେ ଲୋ ଆଜାଦି' କହି ଗୁଳି ଚଳାଇଥିଲେ । ଏଥିରେ ଜାମିଆର ଛାତ୍ର ଶାଦାବ ଫାରୁଖ ଆହତ ହୋଇଥିଲେ । ଏହାପରେ ପ୍ରଥମେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ ଏମ୍ସ ସେଣ୍ଟରକୁ ରେଫର କରାଯାଇଥିଲା ।