ଓଡିଶା

odisha

ETV Bharat / bharat

ଜାମିଆ ମିଲିଆ ହିଂସା: ‘ବିଶ୍ବବିଦ୍ୟାଳୟ ବହନ କରିବ ଆହତ ଛାତ୍ରଙ୍କ ଚିକିତ୍ସା ଖର୍ଚ୍ଚ’ - ଜାମିଆ ମିଲିଆ ହିଂସା

ଜାମିଆମିଲିଆ ହିଂସାକାଣ୍ଡରେ ଆହତ ହୋଇଥିବା ଛାତ୍ରଙ୍କ ପରିବାରକୁ ଭେଟିଛନ୍ତି କୁଳପତି । ସେମାନଙ୍କ ସମସ୍ତ ଖର୍ଚ୍ଚ ବିଶ୍ବବିଦ୍ୟାଳୟ ପ୍ରଶାସନ ବହନ କରିବାକୁ ଆଶ୍ବାସନା ଦେଇଛନ୍ତି କୁଳପତି ପ୍ରଫେସର ନଜମା ଅଖ୍ତର ।

jamia-university-administration
jamia-university-administration

By

Published : Dec 24, 2019, 10:58 AM IST

ନୂଆଦିଲ୍ଲୀ: ଜାମିୟାମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟର ହିଂସାକାଣ୍ଡ ଘଟଣାରେ ପୋଲିସ ମାଡ଼ରେ ଆହତ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବ ବିଶ୍ବବିଦ୍ୟାଳୟ ପ୍ରଶାସନ । ଆହତ ଛାତ୍ରଙ୍କ ଘରକୁ ଗସ୍ତ କରିଛନ୍ତି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ନଜମା ଅଖ୍ତର । ଏହି ସମୟରେ ସେମାନଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ବିଶ୍ବବିଦ୍ୟାଳୟ ପ୍ରଶାସନ ପ୍ରଦାନ କରିବ ବୋଲି ଆଶ୍ବାସନା ଦେଇଛନ୍ତି ।

ଆହତ ଛାତ୍ରଙ୍କ ପରିବାରକୁ ଭେଟିଲେ ଜାମିଆ ମିଲିଆ କୁଳପତି..

ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଜାମିୟାମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ । ବିରୋଧ ପ୍ରଦର୍ଶନ ଉଗ୍ର ରୂପନେବା ସହ ପରିସ୍ଥିତି ଅଣାୟତ ହେବା ପରେ ପୋଲିସ ଗ୍ରହଣ କରିଥିଲା କାର୍ଯ୍ୟାନୁଷ୍ଠାନ । ଆଉ ସ୍ଥିତିରେ ସୁଧାର ଆଣିବା ପାଇଁ ପୋଲିସ ଲାଠି ଚାର୍ଜ କରିଥିଲା । ଫଳରେ କିଛି ଛାତ୍ର ଆହତ ହୋଇଥିଲେ ।

ଏହି ଘଟଣାରେ କୁଳପତି ପୋଲିସକୁ ଦାୟୀ କରିବା ସହ ଆହତ ଛାତ୍ରଙ୍କ ଏପରି ପରିସ୍ଥିତିରେ ବିଶ୍ବବିଦ୍ୟାଳୟ ସମ୍ପୂର୍ଣ୍ଣ ରୂପେ ସାଙ୍ଗରେ ରହିଥିବା ନେଇ ପରିବାର ସଦସ୍ୟଙ୍କୁ ଭରସା ଦେଇଛନ୍ତି । ସଫଦରଜଙ୍ଗ ଡ଼ାକ୍ତରଖାନାରେ ଆହତ ଛାତ୍ରଙ୍କ ଚିକିତ୍ସା ଜାରି ରହିଛି । ସେପଟେ ସମସ୍ତ ଖର୍ଚ୍ଚ ପ୍ରଶାସନ ବହନ କରିବ ବୋଲି କହିଛନ୍ତି କୁଳପତି ନଜମା ଅଖ୍ତର ।

ABOUT THE AUTHOR

...view details