ଓଡିଶା

odisha

ETV Bharat / bharat

ଡିସେମ୍ବର 24ରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବେ ଜାମିୟା ଛାତ୍ରଛାତ୍ରୀ - Jamia Millia Islamia university

ଦେଶ ଗାନ୍ଧୀ ଓ ଆମ୍ବେଦକରଙ୍କ ନୀତିରେ ଚାଲୁଛି ଆଉ ଆଗକୁ ମଧ୍ୟ ଚାଲିବ। ଆଉ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସିଏଏ ଓ ଏନଆରସି ବିରୋଧରେ ଲଢେଇ ଜାରି ରଖିବାକୁ କହିଛନ୍ତି ଜାମିୟା କୋ-ଅର୍ଡିନେସନ କମିଟି ସଦସ୍ୟ । ଅଧିକ ପଢନ୍ତୁ...

Jamia students
ଡିସେମ୍ବର 27ରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ

By

Published : Dec 23, 2019, 1:28 PM IST

ନୂଆଦିଲ୍ଲୀ: ସିଏଏ ଓ ଏନଆରସି ବିରୁଦ୍ଧରେ ଜାମିୟା ମିଲ୍ଲିୟା ଇସଲାମିୟାର ଛାତ୍ର ମାନେ ଲଗାତାର ଭାବେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । ଏହି ପ୍ରରିପ୍ରେକ୍ଷୀରେ ଜାମିୟା କୋ-ଅର୍ଡିନେସନ କମିଟି ଡିସେମ୍ବର 27ରେ ନ୍ୟାସନାଲ ପ୍ରୋଟେଷ୍ଟ ଡେ ପାଳନ କରି ବିରୋଧ ମାର୍ଚ୍ଚ କରିବା ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ସମିତି ସମସ୍ତ ଲୋକଙ୍କୁ ଏହିୁ ପ୍ରଦର୍ଶନରେ ସାମିଲ ହେବାନେଇ ଅପିଲ କରିଛି ।

ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବେ ଜାମିୟା ମିଲ୍ଲିୟା ଇସଲାମିୟାର ଛାତ୍ର

ତେବେ ଏହି ବିରୋଧ ପ୍ରଦର୍ଶନ ଡିସେମ୍ବର 24 ଅର୍ଥାତ ମଙ୍ଗଳବାର 11 ଟା ସମୟରେ ମଣ୍ଡିହାଉସରୁ ଆରମ୍ଭ ହୋଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଗୃହ କୃଷ୍ଣା ମେନନ ମାର୍ଗ ପର୍ଯ୍ୟନ୍ତ ଯିବ । ଏହି ପ୍ରଦର୍ଶନ ମାର୍ଚ୍ଚକୁ ନେଇ ଜାମିୟା କୋଅର୍ଡିନେସନ କମିଟି ସଦସ୍ୟ ଓ ଛାତ୍ର ମୀରାନ ହୈଦର କହିଛନ୍ତି ଯେ, ମୋଦି ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ଏଭଳି ଆଇନ ଦେଶର ଆତ୍ମା ଉପରେ ପ୍ରହାର ସଦୃଶ । ଯାହା ଯୁବପୀଢି କେବେବି ସହ୍ୟ କରିବେ ନାହିଁ । ସେ ଆହୁରି କହିଛନ୍ତି ଦେଶ ଗାନ୍ଧୀ ଓ ଆମ୍ବେଦକରଙ୍କ ନୀତିରେ ଚାଲୁଛି ଆଉ ଆଗକୁ ମଧ୍ୟ ଚାଲିବ। ଯଦି ଦେଶରେ ଏଭଳି କଳା ଆଇନ ଲାଗୁ କରିବାକୁ ଚେଷ୍ଟା କରିବ ତେବେ ଆମେ ତାର କଡା ବିରୋଧ କରିବୁ ।

ମୀରାନ ହୈଦରଙ୍କ କହିବାନୁଯାୟୀ, ପୋଲିସ ଦ୍ବାରା ଛାତ୍ର ଉପରେ କରାଯାଇଥିବା ବର୍ବରତା ଓ ସାମ୍ପ୍ରଦାୟିକ ରାଜନୀତି ବିରୋଧରେ ସେ ଗୃହମନ୍ତ୍ରୀଙ୍କ ଆବାସ ପର୍ଯ୍ୟନ୍ତ ଏହି ବିରୋଧ ମୋର୍ଚ୍ଚା କରିବା ପାଇଁ ନିଷ୍ପତ୍ତି କରିଛନ୍ତି । କିନ୍ତୁ ଏହି ମୋର୍ଚ୍ଚା ଶାନ୍ତିପୂର୍ଣ୍ଣ ରହିବ । ସମସ୍ତ ପ୍ରଦର୍ଶନକାରୀ ହାତ ଉପରକୁ କରି ମୁହଁରେ କଳା ପଟି ବାନ୍ଧି ମାର୍ଚ୍ଚ କରିବେ । ଏହାର ଉଦ୍ଦେଶ୍ୟ ହେଉଛି ସରକାରଙ୍କୁ ଜଣାଇବା ଯେ, ପୋଲିସର ମାଡକୁ ଡରି ଆମେ ପଛକୁ ହଟିବୁ ନାହିଁ । ଆଉ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ଲଢେଇ ଜାରି ରଖିବୁ '।

ABOUT THE AUTHOR

...view details