ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୁଦ୍ଧରେ ରାଜଧାନୀ ଦିଲ୍ଲୀସ୍ଥିତ ଜାମିଆମିଲିୟା ଇସଲାମିୟା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଥମିବାର ନାଁ ନେଉନାହିଁ। ଏବେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ଆଇନ ବିରୋଧରେ କାଳିନ୍ଦୀକୁଞ୍ଜ ରୋଡରେ ପ୍ରଦର୍ଶନ କରୁଛନ୍ତି। ଛାତ୍ରଛାତ୍ରୀଙ୍କ ଏହି ବିରୋଧ ପ୍ରଦର୍ଶନ ଏବେ ଉଗ୍ରରୂପ ନେଇଛି। ପ୍ରଦର୍ଶନକାରୀ 3ଟି ବସରେ ନିଆଁ ଲଗାଇ ଦେଇଥିବା ଜଣାପଡିଛି।
ଜାମିୟାମିଲିୟା କ୍ୟାମ୍ପସରେ CAA ନିଆଁ, 3ଟି ବସ ପୋଡିଦେଲେ ବିକ୍ଷୋଭକାରୀ - protest at kalindikunj
ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ନୂଆଦିଲ୍ଲୀର କାଳିନ୍ଦୀକୁଞ୍ଜ ରୋଡରେ ଥିବା ଜାମିଆମିଲିୟା ଇସଲାମିୟା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଜାରି। 3 ବସରେ ନିଆଁ ଲଗାଇଲେ ପ୍ରଦର୍ଶନକାରୀ।
ଫଟୋ ସୌଜନ୍ୟ: ଇଟିଭି ଭାରତ
ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ 4ଟି ଦମକଳ ଗାଡି ପହଞ୍ଚିଛି। ପୂର୍ବରୁ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଥିଲେ। ହେଲେ ବର୍ତ୍ତମାନ କାଳିନ୍ଦୀକୁଞ୍ଜରେ ଚାଲିଥିବା ପ୍ରଦର୍ଶନ ଯୋଗୁଁ ଟ୍ରାଫିକ ସମସ୍ୟା ଉପୁଜିଥିବା ନେଇ ଟ୍ରାଫିକ ପୋଲିସ ପକ୍ଷରୁ ପ୍ରକାଶ। ଛାତ୍ରଛାତ୍ରୀଙ୍କ ବିରୋଧ ପ୍ରଦର୍ଶନ ଫଳରେ ବିଶ୍ବବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ପାଇଁ ହେବାକୁ ଥିବା ସେମିଷ୍ଟାର ପରୀକ୍ଷା ବାତିଲ କରାଯାଇଛି।
Last Updated : Dec 15, 2019, 11:10 PM IST