ଓଡିଶା

odisha

ETV Bharat / bharat

ଜାମିଆ ଗୁଳିକାଣ୍ଡ ଘଟଣା ସମ୍ପର୍କରେ ଫେସବୁକରେ ଲେଖିଲେ ଆହତ ଛାତ୍ର - jamia firing jmi student shadab post Facebook

ଜାନୁଆରୀ 30ରେ ଜାମିଆରେ ନାବାଳକର ଗୁଳିକାଣ୍ଡ ଘଟଣାରେ ଆହତ ଛାତ୍ର ଫେସବୁକରେ ଉକ୍ତ ଘଟଣା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ପଢନ୍ତୁ କଣ ପୋଷ୍ଟ କରିଛନ୍ତି ଏହି ଯୁବକ...

ଜାମିଆ ଗୁଳିକାଣ୍ଡ ଘଟଣା ସମ୍ପର୍କରେ ଆହତ ଛାତ୍ରହଙ୍କ ବର୍ଣ୍ଣନା
ଜାମିଆ ଗୁଳିକାଣ୍ଡ ଘଟଣା ସମ୍ପର୍କରେ ଆହତ ଛାତ୍ରହଙ୍କ ବର୍ଣ୍ଣନା

By

Published : Feb 3, 2020, 2:40 PM IST

ନୂଆଦିଲ୍ଲୀ: ଜାନୁଆରୀ 30 ରେ ଜାମିଆରେ ନାବାଳକର ଗୁଳିକାଣ୍ଡରେ ଶାଦବ ନାମକ ଜଣେ ଛାତ୍ର ଆହତ ହୋଇଥିଲେ । ବର୍ତ୍ତମାନ ଆହତ ଛାତ୍ରଙ୍କର ସ୍ବାସ୍ଥ୍ୟବସ୍ଥା ଭଲ ଥିବାବେଳେ ସେ ନିଜ ଫେସବୁକ ପେଜ୍ ରେ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ବର୍ଣ୍ଣନା କରିଛନ୍ତି । ଶାଦବ ଏହି ଗୁଳିକାଣ୍ଡ ଘଟଣାକୁ ଅତିରାଷ୍ଟ୍ରବାଦୀର ରୂପ ଦେଇଛନ୍ତି ।

ସେ କହିଛନ୍ତି, ଯଦି ଦେଶ ପ୍ରତି ଏତେ ଦରଦ ଅଛି କିମ୍ବା ଆପଣ କୌଣସି ଜିନିଷକୁ ବିରୋଧ କରିବାକୁ ଚାହାଁନ୍ତି, ତେବେ ଆପଣ କଳା ପତାକା କିମ୍ବା ଲାଲ ପତାକା ଉଡାଇ ପ୍ରତିବାଦ କରନ୍ତୁ । ଏପରି ବନ୍ଧୁକ ଉଠାଇବା ସଠିକ ନୁହେଁ । ଶାଦବ ଆଗକୁ ଲେଖିଛନ୍ତି, ଏହି ଘଟଣାକୁ ନେଇ କେବଳ ଦିଲ୍ଲୀ ପୋଲିସକୁ ନିନ୍ଦା କରିବା ଉଚିତ ନୁହେଁ, ବରଂ ଜାମିଆ ପ୍ରଶାସନ ଏଭଂ କୁଳପତି ମଧ୍ୟ ଦୋଷୀ ।

ମାସ କମ୍ୟୁନିକେଶନ ଛାତ୍ର ଶାଦବ ପୁଣି କହିଛନ୍ତି, ‘ଜାମିଆର ସମନ୍ବୟ ସମିତି ଜାନୁଆରୀ 30 ରେ ବିଶ୍ବବିଦ୍ୟାଳୟଠାରୁ ରାଜଘାଟ ପର୍ଯ୍ୟନ୍ତ ଗାନ୍ଧୀ ମାର୍ଚ କରିବାର ଆହ୍ବାନ କରିଥିଲା । ମୁଁ ମଧ୍ୟ ସେହି ବିରୋଧ ପ୍ରଦର୍ଶନରେ ସାମିଲ ଥିଲି । ଆଉ ଭିଡ ଆଗକୁ ବଢିବାର ଅପେକ୍ଷା କରୁଥିଲି ।


ସେତେବେଳେ ମୁଁ ଜଣେ ବ୍ୟକ୍ତିଙ୍କୁ ହାତରେ ବନ୍ଧୁକ ଧରି ଡାକ୍ତରଖାନା ଅଭିମୁଖେ ଯାଉଥିବା ଦେଖିଲି । ମୁଁ ଆଉ ମୋ ବନ୍ଧୁମାନେ ଯୁବକକୁ ଦେଖି ତୁରନ୍ତ ତାକୁ ରୋକିବା ପାଇଁ ଦୌଡିଲୁ । ସେହି ସମୟରେ ଲୋକେ ବନ୍ଧୁକଧାରୀକୁ ରୋକିବା ପୋଲିସକୁ କହୁଥିଲେ ଏବଂ ଭିଡିଓ ମଧ୍ୟ କରୁଥିଲେ । ହେଲେ ସେହି ସମୟରେ ମୁଁ 2 ଥର ବନ୍ଧୁକଧାରୀକୁ ରୋକିବାକୁ ଚେଷ୍ଟା କଲି । ହେଲେ ତିନିଥର ବେଳକୁ ସେ ମୋ ବାମ ଗୋଡରେ ଗୁଳି ଫୁଟାଇଦେଲା । ଏହି ଗୁଳିକାଣ୍ଡ ପରେ ପୋଲିସ ତାକୁ ଧରିବାକୁ ଆସିଲା ।’


ତେବେ ଗୁଳି ଚଳାଇବା ପୂର୍ବରୁ ନାବାଳକ ଜଣକ ପାଟି କରୁଥାଏ ଏବଂ କହୁଥାଏ, ଆସ ମୁଁ ତୁମକୁ ସ୍ବାଧୀନତା ଦେବି । ସୂଚନା ଅନୁସାରେ ଜେବର ଅଞ୍ଚଳର ଏହି ଯୁବକ ଜାମିଆ ଆସିବା ପୂର୍ବରୁ ଫେସବୁକ ଲାଇଭ କରିଥିଲା ଏବଂ ସେଠି ସେ କସଗଞ୍ଜରେ ମୃତ୍ୟୁ ଘଟିଥିବା ଯୁବକ ଚନ୍ଦନର ପ୍ରତିଶୋଧ ନେବ ବୋଲି ଫେସବୁକରେ ପୋଷ୍ଟ କରିଥିଲା । ଏହି ଘଟଣା ଦିନ ନାବାଳାକ ଜାମିଆରେ ପହଞ୍ଚି ଏପରି କାଣ୍ଡ ଘଟାଇଲା । ସୂଚନା ଥାଉକି, ସିଏଏକୁ ବିରୋଧ କରି ଜାମିଆ ମିଲିଆ ଇସ୍ଲାମିଆ ବିଶ୍ବବିଦ୍ୟାଳୟର ଛାତ୍ର ରାଜଘାଟ ପର୍ଯ୍ୟନ୍ତ ମାର୍ଚ ବାହାର କରିଥିଲେ । ଛାତ୍ରମାନେ କଲେଜ ସମ୍ମୁଖରେ ପହଞ୍ଚିବାକୁ ଥିଲେ, ଠିକ ସେହି ସମୟରେ ଜଣେ ଯୁବକ ହାତରେ ବନ୍ଧୁକ ଧରି ଗୁଳି ଚଳାଇବା ଆରମ୍ଭ କରିଦେଇଥିଲା ।

ABOUT THE AUTHOR

...view details