ଓଡିଶା

odisha

ETV Bharat / bharat

ହଷ୍ଟେଲ ଶୀଘ୍ର ଛାଡିବାକୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କଲା ଜାମିଆ ବିଶ୍ବବିଦ୍ୟାଳୟ - କୋରୋନା ଭାଇରସ

ଗୃହ ମନ୍ତ୍ରଣାଳୟ (ଏମଏଚଏ) ଫସି ରହିଥିବା ଲୋକଙ୍କୁ ଟ୍ରେନ୍ ରେ ଯିବାକୁ ଅନୁମତି ଦେବା ପରେ ଜାମିଆ ବିଶ୍ବବିଦ୍ୟାଳୟ କତ୍ତୃପକ୍ଷ ଅଟକି ରହିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଘରକୁ ଯିବାକୁ ପରାମର୍ଶ ଦେଇଛନ୍ତି।

Jamia asks hostel students to vacate rooms
ହଷ୍ଟେଲ ଖାଲି କରିବାକୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କଲା ଜାମିଆ ବିଶ୍ବବିଦ୍ୟାଳୟ

By

Published : May 2, 2020, 1:00 PM IST

ନୂଆଦିଲ୍ଲୀ: ହଷ୍ଟେଲ ଛାଡି ଘରକୁ ଯିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଲା ଜାମିଆ ମିଲିକା ଇସଲାମିଆ ବିଶ୍ବବିଦ୍ୟାଳୟ । ଗୃହ ମନ୍ତ୍ରଣାଳୟ (ଏମଏଚଏ) ଫସି ରହିଥିବା ଲୋକଙ୍କୁ ଟ୍ରେନ୍ ରେ ଯିବାକୁ ଅନୁମତି ଦେବା ପରେ ବିଶ୍ବବିଦ୍ୟାଳୟ କତ୍ତୃପକ୍ଷ ଅଟକି ରହିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଘରକୁ ଯିବାକୁ ପରାମର୍ଶ ଦେଇଛନ୍ତି।

କୋରୋନାଭାଇରସ୍ ମହାମାରୀ ହେତୁ ବିଶ୍ୱବିଦ୍ୟାଳୟ ଅଗଷ୍ଟ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ଏହାସହ ସେପ୍ଟେମ୍ବରରୁ ନୂତନ ଏକାଡେମିକ୍ ଅଧିବେଶନ ଆରମ୍ଭ ହେବ। ଏହାସହ ଜୁଲାଇ 2020 ପାଇଁ ଧାର୍ଯ୍ୟ ହୋଇଥିବା ପରୀକ୍ଷା ସୂଚୀକୁ ସଠିକ୍ ସମୟରେ ଛାତ୍ରଛାତ୍ରୀଙ୍କୁ ସୂଚିତ କରାଯିବ ବୋଲି ବିଶ୍ୱବିଦ୍ୟାଳୟ କହିଛି। ସେହିପରି ପଢାପଢି ପାଇଁ ସମସ୍ତ ପାଠ୍ୟକ୍ରମକୁ ଅନଲାଇନରେ ଉପଲବ୍ଧ କରାଯାଇଛି।

ସୂଚନା ଥାଉକି, ପୂର୍ବରୁ ତାଲାବନ୍ଦ ସହ ସମସ୍ତ ଯାନବାହନ ଚଳାଚଳ ବନ୍ଦ ଥିବାରୁ ଛାତ୍ରଛାତ୍ରୀମାନେ ଘରକୁ ଯାଇ ନପାରି ହଷ୍ଟେଲରେ ଫସି ରହିଥିଲେ। ତେଣୁ ଯାତାୟତ ସମସ୍ତ ବନ୍ଦୋବସ୍ତ ହେବା ପରେ ବିଶ୍ବବିଦ୍ୟାଳୟ କତ୍ତୃପକ୍ଷଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି।

ସୂଚନା ଅନୁସାରେ, ହଷ୍ଟେଲ ରୁମ ଖାଲି ହେବା ପରେ ଏହାର ମରାମତି କରାଯିବା ସହ କ୍ବାରେନଣ୍ଟାଇନ ସୁବିଧା ମଧ୍ୟ ଯୋଗାଇ ଦିଆଯାଇ ପାରିବ ବୋଲି ବିଶ୍ବବିଦ୍ୟାଳୟ କହିଛି। ତେଣୁ ତୁରନ୍ତ ହଷ୍ଟେଲଗୁଡିକୁ ଖାଲି କରିବାକୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରାଯାଇଛି।

ABOUT THE AUTHOR

...view details