ନୂଆଦିଲ୍ଲୀ: ଜାମା ମସଜିଦ୍ର ମୁଖ୍ୟ ସଚିବ ଶାହି ଇମାମଙ୍କ ବୁଧବାର କୋରୋନା ଭାଇରସ୍ ସଂକ୍ରମଣରେ ମୃତ୍ୟୁ ଘଟିଛି। ମିଳିଥିଵା ସୂଚନା ଆଧାରରେ ଲୋକଙ୍କୁ ଘରୁ ପ୍ରାର୍ଥନା କରିବାକୁ କୁହାଯାଉଛି ଏବଂ ମସଜିଦ୍ ପରିଦର୍ଶନ ନକରିବାକୁ କୁହାଯାଇଛି। ଭାଇରସ୍ ପଜିଟିଭ୍ ମାମଲା ଜୁଲାଇ 31 ସୁଦ୍ଧା 5.5 ଲକ୍ଷକୁ ବୃଦ୍ଧି ପାଇବ ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ କହିଛନ୍ତି।
କୋରୋନାରେ ଜାମା ମସଜିଦ୍ ମୁଖ୍ୟ ସଚିବଙ୍କ ମୃତ୍ୟୁ , ଘରୁ ପ୍ରାର୍ଥନା ପାଇଁ ଆହ୍ବାନ - ମସଜିଦରେ ନୁହେଁ ଘରୁ ପ୍ରାର୍ଥନା ପାଇଁ ଆହ୍ବାନ
ଜାମା ମସଜିଦ୍ର ମୁଖ୍ୟ ସଚିବ ଶାହି ଇମାମଙ୍କ ବୁଧବାର କୋରୋନା ଭାଇରସ୍ ସଂକ୍ରମଣରେ ମୃତ୍ୟୁ ଘଟିଛି। ମିଳିଥିଵା ସୂଚନା ଆଧାରରେ ଲୋକଙ୍କୁ ଘରୁ ପ୍ରାର୍ଥନା କରିବାକୁ କୁହାଯାଉଛି ଏବଂ ମସଜିଦ୍ ପରିଦର୍ଶନ ନକରିବାକୁ କୁହାଯାଇଛି।
କୋରୋନାରେ ଜାମା ମସଜିଦ୍ ମୁଖ୍ୟ ସଚିବଙ୍କ ମୃତ୍ୟୁ , ମସଜିଦରେ ନୁହେଁ ଘରୁ ପ୍ରାର୍ଥନା ପାଇଁ ଆହ୍ବାନ
ସୂଚନାଯୋଗ୍ୟ, କୋରୋନା ଭାଇରସ୍ ଦ୍ଵାରା ଲକ୍-ଡାଉନ୍ ହେତୁ ଧାର୍ମିକ ଅନୁଷ୍ଠାନ ଗୁଡିକ ବନ୍ଦ ରହିଥିଲା। ପ୍ରାୟ ତିନି ମାସ ପରେ ଦେଶର ଧାର୍ମିକ ସ୍ଥାନଗୁଡିକ ଜୁନ୍ 8 ରେ ଲୋକଙ୍କ ପାଇଁ ଦ୍ୱାର ଖୋଲିଥିଲେ। ତେଵେ ଜନସାଧାରଣଙ୍କ ପାଇଁ ଜାମା ମସଜିଦ ବନ୍ଦ ହେବାର ନିଷ୍ପତ୍ତି ଖୁବ୍ ଶୀଘ୍ର ନିଆଯାଇପାରେ। ରିପୋର୍ଟରେ ଦର୍ଶାଯାଇଛି ଯେ ମୁଖ୍ୟ ସଚିବ ଗତ ୧୦ ଦିନ ଧରି ଜାମା ମସଜିଦ ପରିଦର୍ଶନ କରିନାହାଁନ୍ତି।