ଓଡିଶା

odisha

ETV Bharat / bharat

ଜାଲିଆନାୱାଲା ବାଗ ନରସଂହାରକୁ ପୂରିଲା 100 ବର୍ଷ, ଶ୍ରଦ୍ଧାଞ୍ଜଳି ଦେଲେ ରାହୁଲ ଗାନ୍ଧୀ - congress president rahul gandhi

ଜାଲିଆନାୱାଲା ବାଗ ନରସଂହାରର 100 ବର୍ଷ ପୂର୍ତ୍ତି ଅବସରରେ ରାହୁଲ ଗାନ୍ଧୀଙ୍କ ସମେତ ଅନେକ ବରିଷ୍ଠ ମନ୍ତ୍ରୀ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଟ୍ବିଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ@ଟ୍ବିଟର

By

Published : Apr 13, 2019, 1:18 PM IST

ନୂଆଦିଲ୍ଲୀ: ଏପ୍ରିଲ 13, 1919ରେ ଅମୃତସରର ଜାଲିଆନାୱାଲା ବାଗ ନରସଂହାରକୁ ଆଜି ପୂରିଲା 100 ବର୍ଷ । ଏହି ଅବସରରରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ଉପସ୍ଥିତିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଏହାସହ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ପଞ୍ଜାବର ରାଜ୍ୟପାଳ ମଧ୍ୟ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଶୁକ୍ରବାର ବିଳମ୍ବିତ ରାତିରେ ରାହୁଲ ଗାନ୍ଧୀ ଅମୃତସର ପହଞ୍ଚି ସ୍ବର୍ଣ୍ଣମନ୍ଦିର ଦର୍ଶନ କରିଥିଲେ । ରାହୁଲଙ୍କ ସମେତ କ୍ୟାପଟେନ ଅମରିନ୍ଦର ସିଂହ ଶନିବାର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର କାର୍ଯ୍ୟକ୍ରମ ରଖାଯାଇଥିଲା । ଶହୀଦଙ୍କୁ ସ୍ମରଣ କରିବା ଉଦ୍ଦେଶ୍ୟରେ ମୁଦ୍ରା ଏବଂ ଡାକ ଟିକେଟ ଜାରି କରାଯାଇଛି ।

ଏଥିପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟପାଳ ଭିପି ସିଂହ ବଦନୌର, ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କ୍ୟାଣ୍ଡେଲ ମାର୍ଚ୍ଚ କରି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଆଜିର ଦିନକୁ ମନେ ପକାଇ ଶହୀଦ ମାନଙ୍କୁ ଟ୍ବିଟ ଜରିଆରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।

ଜାଲିଆନାୱାଲା ବାଗ ହତ୍ୟାକାଣ୍ଡର 100 ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ବିଟ କରିଛନ୍ତି । ସେ କହିଛନ୍ତି, ଯେଉଁମାନେ ଆଜିର ଦିନରେ ଦେଶପାଇଁ ଜୀବନ ଦେଇଥିଲେ ସେମାନଙ୍କୁ କେବେ ମଧ୍ୟ ଭୁଲି ହେବ ନାହିଁ ।


ସେପଟେ ଜାଲିଆନାୱାଲା ବାଗ ହତ୍ୟାକାଣ୍ଡର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଥେରେସା ମେ କହିଛନ୍ତି ଜାଲିଆନାୱାଲା ବାଗ ନରସଂହାର ବ୍ରିଟିଶ ଇଣ୍ଡିଆ ଇତିହାସରେ ଏକ କଳଙ୍କ । ହାଉସ୍‌ ଅଫ୍‌ କମନ୍ସର ପ୍ରଶ୍ନକାଳରେ ଥେରେସା ଜାଲିଆନାୱାଲା ବାଗ ନରସଂହାର ଉପରେ ମତ ରଖି କହିଛନ୍ତି, ଯାହା ଘଟିଥିଲା ସେଥିପାଇଁ ଗଭୀର ଦୁଃଖ ପ୍ରକାଶ କରୁଛୁ। ରାଣୀ ଏଲିଜାବେଥ୍‌ 1997 ରେ ଜାଲିଆନୱାଲା ବାଗ୍‌ ଗସ୍ତ ପୂର୍ବରୁ ମଧ୍ୟ କହିଥିଲେ ଯେ ବ୍ରିଟିଶ ଇତିହାସର ଏହା ଏକ କଳଙ୍କିତ ଅଧ୍ୟାୟ।

ଜାଲିଆନାୱାଲା ବାଗ ନରସଂହାର କ'ଣ ?

100 ବର୍ଷ ପୂର୍ବେ ଅର୍ଥାତ୍‌ 1919 ମସିହା ଏପ୍ରିଲ 13 ତାରିଖର ଘଟଣା । ସେହିଦିନ ଥିଲା ବୈଶାଖୀ । ଏକ ବଗିଚାରେ ପାଖାପାଖି 10 ରୁ 20 ହଜାର ହିନ୍ଦୁ ସମ୍ପ୍ରଦାୟ ଏକଜୁଟ ହୋଇଥିଲେ । ସମସ୍ତେ ଶାନ୍ତିପୂର୍ଣ୍ଣ ଭାବେ ସଭା କରୁଥିଲେ । ଏହି ସଭା ପଞ୍ଜାବର ଦୁଇ ଲୋକପ୍ରିୟ ନେତାଙ୍କ ଗିରଫ ଏବଂ ରୋଲେଟ ଆକ୍ଟକୁ ବିରୋଧ କରିବା ଉଦ୍ଦେଶ୍ୟରେ ହେଉଥିଲା । କିନ୍ତୁ ଏହାର ଦୁଇ ଦିନ ପୂର୍ବେ ବ୍ରିଟିଶ ସରକାର କୌଣସି ଏକ ବିଷୟକୁ ନେଇ କ୍ରୋଧିତ ଥିଲେ । ତାଙ୍କର ଏହି କ୍ରୋଧ ଭାରି ପଡିଥିଲା ସଭାରେ ବସିଥିବା ନୀରିହ ଲୋକଙ୍କ ଉପରେ ।

ବ୍ରିିଟିଶ ସରକାର ତାଙ୍କର ଏକ ଜଲ୍ହାଦ ଅଫିସର ଜେନେରାଲ ଡାୟରଙ୍କୁ ଅମୃତସର ପଠାଇଥିଲେ । ଜେନେରାଲ ଡାୟର 90 ଜଣ ସେନାଙ୍କୁ ନେଇ ଅପରାହ୍ନ ପ୍ରାୟ 4ଟା ବେଳେ ଜାଲିଆନାୱାଲା ବାଗରେ ପହଞ୍ଚିଥିଲେ । ଆଉ ସଭାରେ ଥିବା ସମସ୍ତ ଲୋକଙ୍କ ଉପରେ ଆଖିବୁଜା ଗୁଳି ବର୍ଷଣ କରିଥିଲେ । କୁହାଯାଉଛି ଯେ, ପାଖାପାଖି 10 ମିନିଟ ଧରି 1650 ରାଉଣ୍ଡ ଗୁଳି ଫୁଟିଥିଲା । ଇଂରେଜ ମାନଙ୍କ କହିବା ଅନୁସାରେ, ଏହି ଗୁଳିକାଣ୍ଡରେ 379 ଲୋକଙ୍କର ମୃତ୍ୟୁ ଘଟିଥିଲା । ସେପଟେ ଏହି ଗୁଳିରୁ ବଞ୍ଚିବା ପାଇଁ ଅଧାଲୋକେ କୂଅରେ ଡେଇଁ ପଡିଥିଲେ । କୂଅରୁ 120 ଲୋକଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା।

ଭାରତୀୟଙ୍କ କହିବା କଥା ହେଲା ସେହି ଦିନ ପାଖାପାଖି ଏକ ହଜାର ଲୋକ ଶହୀଦ ହୋଇଥିଲେ । ଗୁଳି ଦ୍ବାରା 2ହଜାର ଲୋକେ ଆହତ ବି ହୋଇଥିଲେ । ଏହି ହତ୍ୟାକାଣ୍ଡ ପରେ ସାରା ଦେଶ କ୍ରୋଧାନ୍ବିତ ହୋଇଉଠିଥିଲା। ଶେଷରେ ବ୍ରିଟିଶ ଶାସନ ହଟାଇବା ପାଇଁ ସମସ୍ତେ ଅଣ୍ଟା ଭିଡିଥିଲେ । କୁହାଯାଉଛି ଏହି ନରସଂହାର ପାଇଁ ଏପର୍ଯ୍ୟନ୍ତ ବ୍ରିଟିଶମାନେ କ୍ଷମା ମାଗିନାହାଁନ୍ତି ।

ABOUT THE AUTHOR

...view details