ଓଡିଶା

odisha

ETV Bharat / bharat

ଟ୍ରେନରେ ସ୍ବାସ୍ଥ୍ୟ ସମସ୍ୟା ? ଫୋନ କରନ୍ତୁ, ସେବା ପାଆନ୍ତୁ

ଯାତ୍ରା କରିବା ସମୟରେ କୌଣସି ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଲେ ଯାତ୍ରୀଙ୍କ ସ୍ବାସ୍ଥ୍ୟପ୍ରତି ଧ୍ୟାନ ରଖିବାକୁ ଯାଇ ରେଳ ବିଭାଗ ପକ୍ଷରୁ ଜାରି କରାଯାଇଛି ଟୋଲ ଫ୍ରି ହେଲ୍ପ ଲାଇନ ନମ୍ବର ।

By

Published : May 17, 2019, 1:22 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ଟ୍ବିଟର

ଜଳନ୍ଧର: ଟ୍ରେନ ଯାତ୍ରୀଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ରେଳ ବିଭାଗର ସ୍ବତନ୍ତ୍ର ବ୍ୟବସ୍ଥା । ଯାତ୍ରା କରିବା ସମୟରେ କୌଣସି ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଲେ ଯାତ୍ରୀଙ୍କ ସ୍ବାସ୍ଥ୍ୟପ୍ରତି ଧ୍ୟାନ ରଖିବାକୁ ଯାଇ ରେଳ ବିଭାଗ ପକ୍ଷରୁ ଜାରି କରାଯାଇଛି ହେଲ୍ପ ଲାଇନ ନମ୍ବର । ଏଥିପାଇଁ 182 ଟୋଲ ଫ୍ରି ହେଲ୍ପଲାଇନ ନମ୍ବରକୁ ଡାୟଲ କରି ଯାତ୍ରୀ ସୁବିଧା ପାଇପାରିବେ ଅଥବା ଟ୍ରେନ ଆଟେଣ୍ଡାଣ୍ଟ କିମ୍ବା ଟିଟିଆଇଙ୍କ ସହଯୋଗ ନେଇପାରିବେ ।

କାରଣ ସେମାନଙ୍କ ପାଖରେ ଡାକ୍ତରଙ୍କ ନମ୍ବର ରହିଛି । କୌଣସି ପ୍ରକାର ଆପାତକାଳୀନ ପରିସ୍ଥିତିରେ ଯଦି କେହି ଡାକ୍ତର ଟ୍ରେନରେ ଉପସ୍ଥିତ ଅଛନ୍ତି, ସେ ବାବଦରେ ଟିଟିଆଇଙ୍କ ପାଖରେ ସୂଚନା ଥାଏ । ସେଭଳି କିଛି ପରିସ୍ଥିତିରେ ସେମାନେ ଡାକ୍ତରଙ୍କ ସାହାଯ୍ୟ ନେଇ ପାରିବେ ।

ଆଉ ଯଦି ସେମିତି କିଛି ନାହିଁ ତେବେ ସେ ଆଗ ଷ୍ଟେସନରେ ସୂଚନା ଦେଇ ଡାକ୍ତରଙ୍କୁ କଲ କରି ଟ୍ରେନ ପହଞ୍ଚିବା ପୂର୍ବରୁ ତାଙ୍କୁ ଡକାଇ ପାରିବ । ମାତ୍ର ଯାତ୍ରୀଙ୍କ ମଧ୍ୟରେ ସଚେତନତା ଅଭାବରୁ କଟିହାର ଏକ୍ସପ୍ରେସରେ ବୁଧବାର ଜଣେ ଦିବ୍ୟାଙ୍ଗ ଯୁବକ ସଞ୍ଜୀବ ଦେଶର ଲାଇଫ ଲାଇନ କୁହାଯାଉଥିବା ଟ୍ରେନରେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ ।

ଏହାଛଡା 100 ଟଙ୍କା ଶୁଳ୍କ ଦେଇ ଟ୍ରେନରେ ଡାକ୍ତରଙ୍କ ସୁବିଧା ନେଇ ପାରିବେ । ପୂର୍ବତନ ରେଳମନ୍ତ୍ରୀ ଥିବାବେଳେ ସୁରେଶ ପ୍ରଭୁ ମାତ୍ର 20 ଟଙ୍କାରେ ଡାକ୍ତରୀ ସେବା ପାଇଁ ବ୍ୟବସ୍ଥା କରାଇଥିଲେ । ଏଭଳି ସ୍ଥିତିରେ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଯଦି କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଏ, ଯାତ୍ରୀ ଫୋନ କିମ୍ବା ଟ୍ବିଟର ଜରିଆରେ ମେସେଜ ଦେଇ ଏହି ସେବା ପାଇପାରୁଥିଲେ । ମାତ୍ର ଛୋଟଛୋଟ ସ୍ବାସ୍ଥ୍ୟ ସମସ୍ୟାରେ ବି ତୁରନ୍ତ କଲ କରି ଅଭିଯୋଗ କରିବା ଦିନକୁ ଦିନ ଅଧିକ ଦେଖା ଯିବାରୁ ଏହାକୁ 20ରୁ 100ଟଙ୍କାକୁ ବୃଦ୍ଧି କରାଯାଇଛି ।

ABOUT THE AUTHOR

...view details