ନୂଆଦିଲ୍ଲୀ: ଦେଶକୁ ଏବେ କୋରୋନା ପରବର୍ତ୍ତୀ ଅର୍ଥନୈତିକ ଅବସ୍ଥା ଚିନ୍ତା ଘାରିଛି । ସେଥିପାଇଁ ଅର୍ଥୈନେତିକ ପ୍ୟାକେଜ ଘୋଷଣା କରିବା ସହ ବିଭିନ୍ନ ଦେଶ ସହ ଭାରତ ଆଲୋଚନା କରିଛି । ଏହି ଅବସରରେ ଦକ୍ଷିଣ କୋରିଆ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।
କୋରୋନା ପରବର୍ତ୍ତୀ ଅର୍ଥନୀତି ଚିନ୍ତା, କୋରିଆନ ପ୍ରତିପକ୍ଷ-ଜୟଶଙ୍କର ଆଲୋଚନା - ବୈଦେଶିକ ମନ୍ତ୍ରୀ ଜୟଶଙ୍କର
ସାଉଥ କୋରିଆ ବୈଦେଶିକ ମନ୍ତ୍ରୀ କାଙ୍ଗ କ୍ୟୁଙ୍ଗ ହୋଙ୍କ ସହ ଭିଡିଓ କଲରେ ଆଲୋଚନା କରିଛନ୍ତି ଜୟଶଙ୍କର । ପୂର୍ବରୁ ମଙ୍ଗଳବାର ସକାଳେ ୟୁକେ ବୈଦେଶିକ ମନ୍ତ୍ରୀଙ୍କ ସହ ଜୟଶଙ୍କର ଆଲୋଚନା କରିଥିଲେ । ଅଧିକ ପଢନ୍ତୁ...
ଏନେଇ ନିଜ ଟ୍ବିଟରରେ ସୂଚନା ଦେଇଛନ୍ତି ଜୟଶଙ୍କର । ସାଉଥ କୋରିଆ ବୈଦେଶିକ ମନ୍ତ୍ରୀ କାଙ୍ଗ କ୍ୟୁଙ୍ଗ ହୋଙ୍କ ସହ ଅନଲାଇନ ତଥା ଭିଡିଓ କଲରେ ଆଲୋଚନା କରିଛନ୍ତି ଜୟଶଙ୍କର । କୋରୋନା ପରବର୍ତ୍ତୀ ଅବସ୍ଥାରେ କୋରିଆନ କମ୍ପାନୀ କିପରି ଭାରତୀୟ ଅର୍ଥନୀତି ସୁଧୁରିବାରେ ସାହାଯ୍ୟ କରିପାରିବେ ସେନେଇ ସେ ଆଲୋଚନା କରିଥିଲେ । ଏହାସହ ବିଶ୍ବରେ ଦେଖାଦେଇଥିବା ଅର୍ଥନୀତି ସମସ୍ୟା ଉପରେ ଉଭୟ ଦେଶ ଆଲୋଚନା କରିଥିଲେ । ପରିସ୍ଥିତି ସୁଧୁରିଲେ ଯୁଗ୍ମ କମିଶନ ବୈଠକରେ ଏହା ଉପର ବିସ୍ତୃତ ଆଲୋଚନା ହେବ ବୋଲି ଜୟଶଙ୍କର ସୂଚନା ଦେଇଛନ୍ତି ।
ପୂର୍ବରୁ ମଙ୍ଗଳବାର ସକାଳେ ୟୁକେ ବୈଦେଶିକ ମନ୍ତ୍ରୀଙ୍କ ସହ ଜୟଶଙ୍କର ଆଲୋଚନା କରିଥିଲେ । ବିଶ୍ବରେ ଦେଖାଦେଇଥିବା ମହାମାରୀର ପ୍ରଭାବ ଏବଂ ବିଭିନ୍ନ ରାଜନୈତିକ ଅବସ୍ଥା ସମ୍ପର୍କରେ ଉଭୟ କଥାବାର୍ତ୍ତା ହୋଇଥିଲେ । ପ୍ରକାଶ ଥାଉ କି କୋରୋନା ମହାମାରୀ ଆସିବା ପରେ ଜୟଶଙ୍କର ବିଭିନ୍ନ ରାଷ୍ଟ୍ରର ବୈଦେଶିକ ମନ୍ତ୍ରଣାଳୟ ସହ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଭିଡିଓ କଲରେ ଆଲୋଚନା ଜାରି ରଖିଛନ୍ତି ।