ଶ୍ରୀନଗର: ଭାରତୀୟ ସୁରକ୍ଷାବଳ, ଜୈସ-ଏ-ମହମ୍ମଦ ସଙ୍ଗଠନର 3 ଆତଙ୍କବାଦୀଙ୍କୁ ଗିରଫ କରିଛି । ଏହି ଗିରଫ ଖବରର ସୂଚନା ସ୍ଥାନୀୟ ପୋଲିସ୍ ପ୍ରଦାନ କରିଛି।
3 ଜୈସ ଆତଙ୍କୀ ଗିରଫ - ଜୈସ-ଏ-ମହମ୍ମଦ
ଭାରତୀୟ ସୁରକ୍ଷାବଳ, ଜୈସ-ଏ-ମହମ୍ମଦ ସଙ୍ଗଠନର 3 ଆତଙ୍କବାଦୀଙ୍କୁ ଗିରଫ କରିଛି। ତେବେ ସେମାନଙ୍କ ଠାରୁ ବହୁଳ ପରିମାଣର ଗୁଳି ଓ ବାରୁଦ ଜବତ କରାଯାଇଛି। ସୂଟନାଥାଉକି, ପୁଲଓ୍ବାମା ଆକ୍ରମଣରେ ଏହି ଆତଙ୍କୀ ସଙ୍ଗଠନର ହାତ ଥିଲା ।
ଫାଇଲ ଫଟୋ
ଏନେଇ ପୋଲିସ୍ ପ୍ରବକ୍ତା କହିଛନ୍ତି ଯେ, ଗୋଇନ୍ଦା ବିଭାଗ ଆତଙ୍କବାଦୀଙ୍କ ଠିକଣା ସମ୍ପର୍କରେ ସୂଚନା ଦେଇଥିଲେ। ଏହାପରେ ପୋଲିସ୍ ଓ ସୁରକ୍ଷାବଳ ମିଶି ଲାଓ୍ବାୟପୋରା(ଶ୍ରୀନଗର-ବାରାମୂଲା ମାର୍ଗ) ଅଞ୍ଚଳରୁ ଆତଙ୍କି ସଙ୍ଗଠନର 3 ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଆତଙ୍କବାଦୀମାନେ ଏକ କାର୍ରେ ଯାତ୍ରା କରୁଥଲେ । ସେମାନଙ୍କ ଠାରୁ ବହୁଳ ପରିମାଣରେ ଗୁଳି ଓ ବାରୁଦ ମିଳିଛି। ତେବେ ସେଇ ଆତଙ୍କବାଦୀଙ୍କ ପରିଚୟ ହେଲା, ରଇସ ହୁର୍ରା, ଶହିଦ ଭଟ୍ଟ, ଇଶାକ ଲୋନ।
ତେବେ ପୋଲିସ୍ ପକ୍ଷରୁ 3 ଆତଙ୍କବାଦୀଙ୍କୁ ପଚରା ଉଚରା ଜାରୀ ରଖାଯାଇଛି।