ଓଡିଶା

odisha

ETV Bharat / bharat

ଭାରତରେ ଆକ୍ରମଣ ଯୋଜନା କରୁଛି ଜୈଶ ! - ଭାରତରେ ଆକ୍ରମଣ ଯୋଜନା କରୁଛି ଜୈଶ

ଶନିବାର ସୁପ୍ରିମକୋର୍ଟ ଅଯୋଧ୍ୟା ଜମି ବିବାଦ ଉପରେ ଐତିହାସିକ ରାୟ ଦେବା ପରେ ଏବେ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ ଭାରତରେ ଆକ୍ରମଣ ଯୋଜନା କରୁଥିବା ସନ୍ଦେହ କରାଯାଉଛି।

ଫାଇଲ ଫଟୋ

By

Published : Nov 10, 2019, 5:15 PM IST

ନୂଆଦିଲ୍ଲୀ: ଭାରତରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣର ଯୋଜନା କରୁଛି ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ । ତେବେ ସମ୍ଭାବିତ ଆକ୍ରମଣ ନେଇ କେତେକ ଗୁଇନ୍ଦା ସଂସ୍ଥା ପକ୍ଷରୁ ସରକାରଙ୍କୁ ସତର୍କ ସୂଚନା ଜାରି କରାଯାଇଛି ।

ମିଲେଟ୍ରି ଇଣ୍ଟଲିଜେନ୍ସ, ଦି ରିସର୍ଚ୍ଚ ଆଣ୍ଡ ଆନାଲିସିସ ଓ୍ବିଙ୍ଗ(ର) ଓ ଇଣ୍ଟଲିଜେନ୍ସ ବ୍ୟୁରୋ(ଆଇବି) ସମ୍ଭାବିତ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସୂଚନା ଦେଇଛନ୍ତି। ଏନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଶନିବାର ସୁପ୍ରିମକୋର୍ଟ ଅଯୋଧ୍ୟା ଜମି ବିବାଦ ଉପରେ ଐତିହାସିକ ରାୟ ଦେବା ପରେ ଏବେ ଆତଙ୍କବାଦୀ ସଙ୍ଗଠନ ଆକ୍ରମଣ ଯୋଜନା କରୁଥିବା ସନ୍ଦେହ କରାଯାଉଛି। ତେବେ ସମ୍ଭାବିତ ଆକ୍ରମଣର ମୁକାବିଲା ପାଇଁ ସମସ୍ତ ଗୁଇନ୍ଦା ସଂସ୍ଥା ପ୍ରସ୍ତୁତ ଥିବା ସେ କହିଛନ୍ତି ।

ତେବେ ଆତଙ୍କୀମାନେ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ହିମାଚଳ ପ୍ରଦେଶକୁ ଟାର୍ଗେଟ କରିପାରନ୍ତି ବୋଲି ଅଧିକାରୀ ଜଣକ କହିଛନ୍ତି । ସେ କହିଛନ୍ତି, ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରଠାରୁ ସୁରକ୍ଷା ସଂସ୍ଥା ଗୁଡିକ ହାଇ ଆଲର୍ଟରେ ରହିଛନ୍ତି । ତେବେ ଏହି ଆକ୍ରମଣର ଯୋଜନା ପୂର୍ବଅପେକ୍ଷା ଭିନ୍ନ ଏବଂ ସ୍ପଷ୍ଟ ଲାଗୁଥିବା ସେ କହିଛନ୍ତି ।

ABOUT THE AUTHOR

...view details