ଶ୍ରୀନଗର: ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାରୁ ଜୈଇଏମ ଆତଙ୍କବାଦୀକୁ ଗିରଫ କରିଛି ପୋଲିସ । ସେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ହିଲାଲ ନାଇକୁ ବୋଲି ଜଣା ପଡିଛି । ସୂଚନା ମୁତାବକ, ପୋଲିସ ନାଇକୁକୁ ଅନନ୍ତନାଗ ଜିଲ୍ଲାର ଡୋରୁ ଅଞ୍ଚଳରୁ ଗିରଫ କରିଛି ।
ଜମ୍ମୁ-କାଶ୍ମୀରରୁ ଗିରଫ ହେଲା ଜୈଶ ଆତଙ୍କବାଦୀ - dooru\
ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାରୁ ଜୈଶ-ଏ-ମହମ୍ମଦର କୁଖ୍ୟାତ ଆତଙ୍କବାଦୀ ହିଲାଲ ନାଇକୁ ଗିରଫ ।

ପ୍ରତିକାତ୍ମକ ଫଟୋ
ତା ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ମଧ୍ୟ ଜବତ କରିଛି ପୋଲିସ । ତେବେ ତାକୁ ଜେରା କରିବା ପରେ ଅଧିକ ତଥ୍ୟ ହାସଲ କରିବା ନେଇ ପୋଲିସ ଅନୁମାନ କରୁଛି ।