ଜୟପୁର: ଦୁବାଇରୁ ଜୟପୁର ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନରୁ ଜଣେ ମହିଳା ଯାତ୍ରୀଙ୍କୁ ବେଆଇନ ସୁନା ଚାଲାଣ କରିବା ଅଭିଯୋରେ ଗିରଫ କରାଯାଇଛି । ଜବତ ହୋଇଥିବା ସୁନାର ପରିମାଣ ଭାରତୀୟ ମୁଦ୍ରାରେ ପ୍ରାୟ 13 ଲକ୍ଷ ଟଙ୍କା ହେବ । ଏହି ବିମାନରେ ସୁନା ଚୋରାଚାଲଣ ହେଉଥିବା ନେଇ କଷ୍ଟମ ବିଭାଗକୁ ଖବର ମିଳିଥିଲା ।
ବେଆଇନ ସୁନା ଚାଲାଣ କରିବା ଅଭିଯୋଗରେ ମହିଳା ଗିରଫ - ମହିଳାଙ୍କ ନିକଟରୁ ପୁଣି ଜବତ ହେଲା ସୁନା
ଦୁବାଇରୁ ଜୟପୁରକୁ ଆସୁଥିବା ଏୟାର ଇଣ୍ଡିଆର ଏକ ଫ୍ଲାଇଟରେ ଜଣେ ମହିଳା ନିଜ ମଳଦ୍ବାରରେ ସୁନା ରଖି ଚୋରା ଚାଲାଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ତାଙ୍କ ପାଖରୁ ପ୍ରାୟ 13.10 ଲକ୍ଷ ଟଙ୍କାର ସୁନା ଜବତ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ମହିଳାଙ୍କ ନିକଟରୁ ପୁଣି ଜବତ ହେଲା ସୁନା
ସମ୍ପୃକ୍ତ ମହିଳା ଜୟପୁର ପହଞ୍ଚିବା ପରେ ତାଙ୍କୁ ଭଲ ଭାବେ ଯାଞ୍ଚ କରାଯାଇଥିଲା । ତାଙ୍କର ଗତିବିଧି, କଥାବାର୍ତ୍ତାରୁ ପୋଲିସ ସନ୍ଦେହ କରି ତାଙ୍କୁ ସରକାରୀ ଚିକିତ୍ସାଳୟକୁ ନେଇଗଲା । ସେଠାରେ ଯାଞ୍ଚ କରିବାରୁ ସମ୍ପୃକ୍ତ ମହିଳାଙ୍କ ମଳଦ୍ବାରରେ ସୁନା ରଖାଯାଇଥିବାର ଜଣାପଡିଥିଲା । ଏହି ସୁନାର ଓଜନ ଥିଲା 310.94 ଗ୍ରାମ ଏବଂ ଏହାର ମୂଲ୍ୟ ପାଖାପାଖି 13.10 ଲକ୍ଷ ଟଙ୍କା । ଏ ଅଭିଯୋଗରେ ଅଭିଯୁକ୍ତ ମହିଳା ମୁମତାଜ ଅବଦୁଲା ରଶୀଦ ମଛଲୀୱାଲାକୁ ଗିରଫ କରାଯାଇଛି ।