ଓଡିଶା

odisha

ETV Bharat / bharat

ଜେଲରୁ ଆସୁଛି ଗ୍ୟାଙ୍ଗଷ୍ଟାରର କଲ୍, 5 କୋଟି ବଟି ପାଇଁ ଧମକ - ଜିତେନ୍ଦ୍ର ଗୋଗି

ଜାତୀୟ ରାଜଧାନୀର ଛାତିରେ ବିଭିନ୍ନ ସମୟରେ ଆତଙ୍କ ଖେଳାଉଥିବା ଖତରନାଖ୍ ଗ୍ୟାଙ୍ଗଷ୍ଟାର ଜିତେନ୍ଦ୍ର ଗୋଗି। ତାକୁ ଏବେ ଦିଲ୍ଲୀର ହାଇ-ସିକ୍ୟୁରିଟି ତିହାର ଜେଲରେ ରଖାଯାଇଛି। କିନ୍ତୁ ଜେଲ ଭିତରେ ରହି ମଧ୍ଯ ସେ ଦିଲ୍ଲୀର ଜଣେ ଜଣାଶୁଣା ବ୍ୟବସାୟୀଙ୍କଠାରୁ 5 କୋଟି ଟଙ୍କା ମାଗିଛି।

ଜେଲରୁ ଆସୁଛି ଗ୍ୟାଙ୍ଗଷ୍ଟାରର କଲ୍, 5 କୋଟି ବଟି ନଦେଲେ ମାରିଦେବାର ଧମକ
ଜେଲରୁ ଆସୁଛି ଗ୍ୟାଙ୍ଗଷ୍ଟାରର କଲ୍, 5 କୋଟି ବଟି ନଦେଲେ ମାରିଦେବାର ଧମକ

By

Published : Jul 27, 2020, 9:37 AM IST

ନୂଆଦିଲ୍ଲୀ: ଜେଲରେ ଥାଇ ବ୍ୟବସାୟୀଙ୍କୁ ଜୁଲମ। ଅନ୍ଧାର କୋଠରୀର ଚାରି କାନ୍ଥ ଭିତରେ ରହି ଏପର୍ଯ୍ୟନ୍ତ ଅପରାଧୀର ଚେତା ଉଦୟ ହେଉନାହିଁ। ବରଂ ଧମକ ପୂର୍ଣ୍ଣ ଫୋନ କଲରେ ମଗାଯାଉଛି ବଟି। ସେ ହେଉଛି ଜାତୀୟ ରାଜଧାନୀର ଛାତିରେ ବିଭିନ୍ନ ସମୟରେ ଆତଙ୍କ ଖେଳାଉଥିବା ଖତରନାକ ଗ୍ୟାଙ୍ଗଷ୍ଟାର ଜିତେନ୍ଦ୍ର ଗୋଗି। ତାକୁ ଏବେ ଦିଲ୍ଲୀର ହାଇ-ସିକ୍ୟୁରିଟି ତିହାର ଜେଲରେ ରଖାଯାଇଛି।

କିନ୍ତୁ ଜେଲ ଭିତରେ ରହି ମଧ୍ୟ ସେ ଦିଲ୍ଲୀର ଜଣେ ଜଣାଶୁଣା ବ୍ୟବସାୟୀଙ୍କଠାରୁ 5 କୋଟି ଟଙ୍କା ମାଗିଛି। ଅଭିଯୋଗ ପାଇବା ପରେ ପୋଲିସ ଜେଲ ପରିସରରେ ଚଢାଉ କରି ବର୍ତ୍ତମାନ ତିହାର ଜେଲରେ ରହୁଥିବା ଗୋଗିଙ୍କ ଠାରୁ 3ଟି ମୋବାଇଲ୍ ଫୋନ୍ ଜବତ କରିଛି। ତେବେ 2019 ରେ ଏହି କ୍ରିମିନାଲକୁ ଦିଲ୍ଲୀ ପୋଲିସ୍ ସ୍ପେଶାଲ୍ ସେଲ୍ ଗିରଫ କରିଥିଲା।

ତିହାର ଜେଲରେ ଥିବା ସେଲ୍ ନମ୍ବର 8 ରେ ରହୁଥିବା ଗୋଗି ଦିଲ୍ଲୀର ରୋହିଣୀରୁ ଜଣାଶୁଣା ବ୍ୟବସାୟୀଙ୍କଠାରୁ ଟଙ୍କା ମାଗିଛି। ପୋଲିସର ସୂଚନାନୁସାରେ, ଗ୍ୟାଙ୍ଗଷ୍ଟରକୁ ଯଦି ବ୍ୟବସାୟୀ ଜଣକ ଟଙ୍କା ଦେବାରେ ବିଫଳ ହୁଏ ତେବେ ବ୍ୟବସାୟୀଙ୍କୁ ହତ୍ୟା କରାଯିବ ବୋଲି ସେ ଧମକ ଦେଇଛି।

ଦିଲ୍ଲୀ ପୋଲିସ ଗୋଗିଙ୍କୁ ହେପାଜତକୁ ନେଇଛି ଏବଂ ଏ ସମ୍ପର୍କରେ ତାଙ୍କୁ ପଚରାଉଚରା କରୁଛି। ଦିଲ୍ଲୀ ପୋଲିସ ଗୋଗଇଙ୍କ ମୁଣ୍ଡରେ 4 ଲକ୍ଷ ଟଙ୍କା ପୁରସ୍କାର ରଖିଥିବାବେଳେ ହରିୟାଣା ପୋଲିସ ଦ୍ବାରା 2 ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି। ଦିଲ୍ଲୀର ନରେଲାରେ ସ୍ଥାନୀୟ ନେତା ବିରେନ୍ଦ୍ର ମାନଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଗୋଗି ଦିନବେଳେ ସର୍ବ ସମ୍ମୁଖରେ ବିରେନ୍ଦ୍ରଙ୍କ ଶରୀରକୁ 26ଟି ଗୁଳି ଚଳାଇ ହତ୍ୟା କରିଥିଲେ।

ABOUT THE AUTHOR

...view details