ଓଡିଶା

odisha

ETV Bharat / bharat

ଦେଶର ସବୁଠାରୁ ସୁରକ୍ଷିତ ୟେରୱାଡା ଜେଲରୁ 5 କଏଦୀ ଫେରାର

ଦେଶର ସବୁଠୁ କଡା ସୁରକ୍ଷା ବଳୟରେ ଥିବା ପୁନେର ୟେରୱାଡା ଜେଲରୁ 5 କଏଦୀ ଖସି ପଳାଇଛନ୍ତି । ଝରକା ଗ୍ରୀଲ ତାଡି ଜେଲରୁ ଚମ୍ପଟ ମାରିଥିବା ସୂଚନା ରହିଛି ।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jul 16, 2020, 5:20 PM IST

ପୁନେ: ମହାରାଷ୍ଟ୍ରର ସବୁଠାରୁ ସୁରକ୍ଷିତ ଜେଲ ମଧ୍ୟରୁ ପୁନେର ୟେରୱାଡା ଜେଲ ଅନ୍ୟତମ । ଏହି ଜେଲରେ ମୁମ୍ବାଇ ଆକ୍ରମଣର ଦୋଷୀ ଅଜମଲ କସାବକୁ ଫାଶୀ ଦିଆଯାଇଥିଲା । ଦେଶର ସବୁଠୁ କଡା ସୁରକ୍ଷା ବଳୟରେ ଥିବା ଏହି ଜେଲରୁ 5 କଏଦୀ ଖସି ପଳାଇଛନ୍ତି । ଝରକା ଗ୍ରୀଲ ତାଡି ଜେଲରୁ ଚମ୍ପଟ ମାରିଥିବା ସୂଚନା ରହିଛି ।

5 ଜଣ କଏଦୀଙ୍କ ମଧ୍ୟରୁ 3ଜଣଙ୍କ ଉପରେ ହତ୍ୟା ଏବଂ ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ୍‌ ଅର୍ଗାନାଇଜଡ୍ ଆକ୍ଟ(MCOCA) ଲାଗିଥିଲା । ଏହି ଘଟଣା ପରେ ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇଛି। ସର୍ଚ୍ଚ ଅପରେସନକୁ ତ୍ବରାନ୍ବିତ କରାଯାଇଛି । କଏଦୀମାନେ ଏପର୍ଯ୍ୟନ୍ତ ସହରରୁ ବାହାରକୁ ଯାଇପାରିନଥିବା ପୋଲିସ ଅନୁମାନ କରୁଛି । ଫଳରେ ସମଗ୍ର ସହରକୁ ସିଲ କରିଦିଆଯାଇଛି ।

ସୂଚନାନୁସାରେ, ଏହି କଏଦୀମାନେ ବୁଧବାର ବିଳମ୍ବିତ ରାତିରେ ଜେଲର ନୂତନ କୋଠାର 5 ନମ୍ବର କୋଠରୀରେ ଥିବା ୱିଣ୍ଡୋ ଗ୍ରିଲ କାଟି ପଳାଇ ଯାଇଥିଲେ । ଏମାନେ ହେଲେ ଦେବଗନ ଅଜିନାଥ ଚୌହାନ, ଗଣେଶ ଅଜିନାଥ ଚୌହାନ, ଅକ୍ଷୟ କୋଣ୍ଡକ୍ୟ ଚୌହାନ, ଅଜିଙ୍କ୍ୟ ଉତ୍ତମ କାମ୍ବଲେ ଏବଂ ସନି ଟାଇରୋନ ପିଣ୍ଟୋଙ୍କ ନାମ ପ୍ରକାଶ ପାଇଛି। କଏଦୀମାନଙ୍କ ଫଟୋ ନିକଟସ୍ଥ ସମସ୍ତ ପୋଲିସ ଷ୍ଟେସନକୁ ପଠାଯାଇଛି।

ଜେଲ ପ୍ରଶାସନର କହିବାନୁସାରେ, ଏମାନେ ସମସ୍ତେ ନୂତନ କଏଦୀ ରହିଥିଲେ । ଯେଉଁମାନଙ୍କୁ ନିକଟରେ ୟେରୱାଡା ନିକଟ ହଷ୍ଟେଲରେ ନିର୍ମିତ ଏକ ଅସ୍ଥାୟୀ କାରାଗାରରେ ରଖାଯାଇଥିଲା । କୋରୋନା ମହାମାରୀ ହେତୁ ଏହା ଘଟିଥିଲା। ସେମାନଙ୍କର କୋରୋନା ପରୀକ୍ଷା କରାଯାଇଥିଲା ଓ ରିପୋର୍ଟକୁ ଅପେକ୍ଷା ରହିଥିଲା । ଏହା ଭିତରେ ସମସ୍ତଙ୍କୁ ମୁଖ୍ୟ ଜେଲକୁ ସ୍ଥାନାନ୍ତର କରାଯାଉଥିଲା । ଏଭଳି ସମୟରେ ଜେଲରୁ ଖସି ପଳାଇଛନ୍ତି ଏହି 5 କଏଦୀ ।

ABOUT THE AUTHOR

...view details