ନୂଆଦିଲ୍ଲୀ: ବିଜେପିର କାର୍ଯ୍ୟକାରୀ ସଭାପତି ଜଗତ ପ୍ରକାଶ ନଡ୍ଡା ପୂର୍ବତନ ରାଷ୍ଟ୍ରୀୟ ସଭାପତି ତଥା ଦଳର ବରିଷ୍ଠ ନେତା ମୂରଲୀ ମନୋହର ଯୋଶୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ଦଳର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ନେବା ପରେ ପ୍ରଥମଥର ପାଇଁ ନଡ୍ଡା ଯୋଶୀଙ୍କ ବାସଭବନରେ ଭେଟିଛନ୍ତି ।
ଯୋଶୀଙ୍କ ଘରେ ଜେପି ନଡ୍ଡା - ଯୋଶୀ
ପୂର୍ବତନ ବିଜେପି ସଭାପତି ମନୋହର ଯୋଶୀଙ୍କୁ ଭେଟିଲେ ନୂଆ କାର୍ଯକାରୀ ସଭାପତି । ଯୋଶୀଙ୍କ ବାସଭବନକୁ ଯାଇ ସାକ୍ଷାତ କରିଛନ୍ତି ଜଗତ ପ୍ରକାଶ ନଡ୍ଡା ।
![ଯୋଶୀଙ୍କ ଘରେ ଜେପି ନଡ୍ଡା](https://etvbharatimages.akamaized.net/etvbharat/prod-images/768-512-3603257-401-3603257-1560965657958.jpg)
ଫଟୋ ସୌଜନ୍ୟ: ଏଏନ୍ଆଇ
ସୋମବାର ବିଜେପିର ସଂସଦୀୟ ଦଳ ବୈଠକରେ ନଡ୍ଡା ନୂଆ କାର୍ଯ୍ୟକାରୀ ସଭାପତି ରୁପେ ମନୋନୀତ ହୋଇଛନ୍ତି । ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା କେନ୍ଦ୍ର ଗୃହମନ୍ତ୍ରୀ ହେବା ପରେ ମଧ୍ୟ ପୂର୍ବପରି ପଦ ବଜାୟ ରଖିଛନ୍ତି । ସୂତ୍ର ମୂତାବକ ଆଗକୁ ହେବାକୁ ଥିବା ତିନି ରାଜ୍ୟର ନିର୍ବାଚନ ପରେ ପଦ ଛାଡ଼ିପାରନ୍ତି ଶାହା ।