ଗାନ୍ଧିନଗର: ମହାମାରୀ କୋରୋନାକୁ ପ୍ରତିହତ କରିବା ପାଇଁ ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିଥିଲେ । ଦୀର୍ଘ 3 ମାସ ଧରି ଚାଲିଥିବା ଏହି ଲକଡାଉନରେ ଜନଜୀବନ ଏକ ପ୍ରକାର ଠପ୍ ହୋଇ ଯାଇଥିଲା । ଦେଶରେ ଏବେ ପଞ୍ଚମ ପର୍ଯ୍ୟାୟ ଲକ ଡାଉନ ଜାରି ରହିଛି | କିନ୍ତୁ ପଞ୍ଚମ ପର୍ଯ୍ୟାୟ ଲକ ଡାଉନରେ ଅନେକ ନିୟମ କୋହଳ କରାଯାଇଛି | କେନ୍ଦ୍ର ସରକାର ଏହାକୁ ଅନଲକ ୧.୦ ନାଁ ଦେଇଛନ୍ତି ।
ଜୁନ୍ 15 ଯାଏଁ ବନ୍ଦ ଅହମଦାବାଦର ଜଗନ୍ନାଥ, ଦେବୀ ଭଦ୍ରକଳୀ ମନ୍ଦିର - ଲକଡାଉନ
ଅନଲକ-1ର ପ୍ରଥମ ପର୍ଯ୍ୟାୟରେ ଅହମଦାବାଦର ଦୁଇଟି ମୁଖ୍ୟ ମନ୍ଦିର, ଯଥା- ନଗର ଦେବୀ ଭଦ୍ରକଳୀ ମାତାଙ୍କ ମନ୍ଦିର ଏବଂ ଜଗତର ନାଥ ଭଗବାନ ଜଗନ୍ନାଥଙ୍କ ମନ୍ଦିର ଜୁନ୍ 15 ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ବୋଲି ନିଷ୍ପତ୍ତି ହୋଇଛି । ଅଧିକ ପଢନ୍ତୁ...
![ଜୁନ୍ 15 ଯାଏଁ ବନ୍ଦ ଅହମଦାବାଦର ଜଗନ୍ନାଥ, ଦେବୀ ଭଦ୍ରକଳୀ ମନ୍ଦିର ଜୁନ୍ 15 ପର୍ଯ୍ୟନ୍ତ ବନ୍ଦ ରହିବ ଅହମଦାବାଦର ଦେବୀ ଭଦ୍ରକଳୀ ଏବଂ ଜଗନ୍ନାଥଙ୍କ ମନ୍ଦିର](https://etvbharatimages.akamaized.net/etvbharat/prod-images/768-512-11:20-gj-ahd-03-jagannath-7207084-08062020103703-0806f-1591592823-390.jpeg)
ତେବେ ଏହି ଅନଲକ-1ର ପ୍ରଥମ ପର୍ଯ୍ୟାୟରେ ଧାର୍ମିକ ସ୍ଥାନ ତଥା ମଲ୍ ଏବଂ ହୋଟେଲ ସମେତ ସର୍ବସାଧାରଣ ସ୍ଥାନ ଖୋଲିବାକୁ ନିଷ୍ପତ୍ତି ନିଆ ଯାଇଛି । ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ, ସାମାଜିକ ଦୂରତାର ସହିତ ଏହି ସବୁ ସ୍ଥାନ ଖୋଲିବାକୁ ଯାଉଛି। ଏଥିସହ ନିୟମକୁ ମଧ୍ୟ କଡାକଡି ପାଳନ କରାଯିବ । କିନ୍ତୁ ଅହମ୍ମଦାବାଦର ଜଗନ୍ନାଥ ମନ୍ଦିର କଣ୍ଟେନମେଣ୍ଟ ଜୋନରେ ଥିବାରୁ ମନ୍ଦିର ଖୋଲିବାକୁ ଅନୁମତି ଦିଆଯାଇ ନାହିଁ । ସହରର ଦୁଇଟି ମୁଖ୍ୟ ମନ୍ଦିର, ଯଥା- ନଗର ଦେବୀ ଭଦ୍ରକଳୀ ମାତାଙ୍କ ମନ୍ଦିର ଏବଂ ଜଗତର ନାଥ ଭଗବାନ ଜଗନ୍ନାଥଙ୍କ ମନ୍ଦିର ଜୁନ୍ 15 ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ବୋଲି ନିଷ୍ପତ୍ତି ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ