ଅମରାବତୀ: 3ଟି ରାଜଧାନୀ ପ୍ରତିଷ୍ଠା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ରାଜଧାନୀ ପ୍ରସଙ୍ଗରେ ରାଜ୍ୟରେ ଚାଲୁଥିବା ରାଜନୈତିକ ସମୀକରଣକୁ ନେଇ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁସାରେ, କ୍ୟାବିନେଟ ବୈଠକ ପରେ ଜଗନ ରେଡ୍ଡୀ ଦିଲ୍ଲୀ ଗସ୍ତରେ ବାହାରିବେ ।
ସୂଚନାଯୋଗ୍ୟ, ଗତ କିଛି ଦିନ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିବାକୁ ଚେଷ୍ଟା କରାଯାଇଥିବାବେଳେ, ଆଜି ତାହା ସ୍ପଷ୍ଟ ହୋଇଛି । ଏହି ବୈଠକରେ ମୁଖ୍ୟ ମୁଦ୍ଦା ରହିବ ରାଜ୍ୟରେ ତ୍ବରାନ୍ବିତ ବିକାଶ ପାଇଁ 3ଟି ରାଜଧାନୀ ପ୍ରତିଷ୍ଠା ଓ ରାଜ୍ୟରୁ ବିଧାନ ପରିଷଦ ହଟାଇବା । ରାଜ୍ୟରେ 3ଟି ରାଜଧାନୀ ପ୍ରସଙ୍ଗ ଉଠାଇ ଆନ୍ଧ୍ରରେ ଏକ ରାଜନୈତିକ ଝଡ ସୃଷ୍ଟି ହୋଇଛି । ଏହା ସହ ଅମରାବତୀରେ କୃଷକଙ୍କ ଦ୍ବାରା ମଧ୍ୟ ଆନ୍ଦୋଳନ ଦେଖାଦେଇଛି ।