ଓଡିଶା

odisha

ETV Bharat / bharat

ଚାଷୀଙ୍କ ଭରସା ଜିତିଲେ ଜଗନ, 'ରାଇତୁ ଭରସା’ରେ ମିଳିବ 12ହଜାର ଟଙ୍କା - yojana

ଆଶା ଦିଦିଙ୍କ ଦରମା ବୃଦ୍ଧି ପରେ ଏବେ ଚାଷୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଆନ୍ଧ୍ର ସିଏମ୍‌ ଜଗନ ମୋହନ ରେଡ୍ଡୀ । ରାଜ୍ୟରେ ଆଗାମୀ ଅକ୍ଟୋବର 15ରୁ 'ରାଇତୁ ଭରସା' ଯୋଜନା ଲାଗୁ କରିବା ପାଇଁ ଯାଉଛନ୍ତି । ଏହି ଯୋଜନା ଲାଗୁ ହେଲା ପରେ ରାଜ୍ୟର ପ୍ରତି ଚାଷୀଙ୍କୁ ବାର୍ଷିକ 12500 ଟଙ୍କା ମିଳିବ ।

ଫାଇଲ ଫଟୋ

By

Published : Jun 6, 2019, 6:37 PM IST

ଅମରାବତୀ: ଆନ୍ଧ୍ର ପ୍ରଦେଶରେ ସରକାର ଗଠନ କରିବା ପରେ ଗୋଟିଏ ପରେ ଗୋଟିଏ ବଡ ଘୋଷଣା ମାନ କରିଚାଲିଛନ୍ତି ୱାଇଏସ୍‌ଆର୍‌ କଂଗ୍ରେସ ମୁଖ୍ୟ ତଥା ଆନ୍ଧ୍ର ସିଏମ୍‌ ଜଗନ ମୋହନ ରେଡ୍ଡୀ । ଆଶା ଦିଦିଙ୍କ ଦରମା ବୃଦ୍ଧି ପରେ ଏବେ କୃଷକଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ରାଜ୍ୟରେ ଆଗାମୀ ଅକ୍ଟୋବର 15ରୁ 'ରାଇତୁ ଭରସା' ଯୋଜନା ଲାଗୁ କରିବା ପାଇଁ ଯାଉଛନ୍ତି । ଏହି ଯୋଜନା ଲାଗୁ ହେଲା ପରେ ରାଜ୍ୟର ପ୍ରତି କୃଷକଙ୍କୁ ବାର୍ଷିକ 12500 ଟଙ୍କା ମିଳିବ ।

ଏହି ଯୋଜନାର ଘୋଷଣା ପୂର୍ବରୁ ରାଜ୍ୟରେ ଟିଡିପି ସରକାରଙ୍କ ପ୍ରଚଳିତ 'ଅନ୍ନଦାତା ସୁଖୀଭବ ଯୋଜନା'କୁ ଜଗନ ସରକାରଙ୍କ ପକ୍ଷରୁ ରଦ୍ଦ କରାଯାଇଛି । ଚନ୍ଦ୍ରବାବୁଙ୍କ ସରକାର ନିର୍ବାଚନ ପୂର୍ବରୁ ଫେବୃୟାରୀ 2019ରେ ଏହି ଯୋଜନା ଲାଗୁ କରିଥିଲେ । ଏହି ଯୋଜନା ଜରିଆରେ କୃଷକଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଦେବାକୁ ପ୍ରତିଶୃତି ଦିଆଯାଇଥିଲା ।

ଏଠାରେ ସୂଚନା ଯୋଗ୍ୟ ଯେ ସରକାରକୁ ଆସିବା ପରେ ହିଁ ପ୍ରଥମେ ଆଶା କର୍ମୀ ପୂର୍ବ ଦରମାରେ 3ଗୁଣ ବୃଦ୍ଧି କରି ମାସିକ ୩୦୦୦ ବଦଳରେ ୧୦ ହଜାର ଟଙ୍କା ଦିଆଯିବର ନିଷ୍ପତି ନେଇଥିଲେ ଜଗନ ସରକାର । ଏହାସହ ରାଜ୍ୟରେ ଅଗଷ୍ଟ 15 ସୁଦ୍ଧା 4 ଲକ୍ଷ ନିଯୁକ୍ତ ସୁଯୋଗ ସୃଷ୍ଟି କରିବା ପାଇଁ ନିର୍ଣ୍ଣୟ ନିଆଯାଇଥିଲା ।

ସମସ୍ତଙ୍କୁ ସଚେତନ କରିବା ପାଇଁ ଓ ସରକାରୀ ଯୋଜନା ଗୁଡିକୁ ଘରେ ଘରେ ପହଞ୍ଚାଇବା ପାଇଁ ଗ୍ରାମ୍ୟ ସ୍ବୟଂସେବକଙ୍କୁ ନିଯୁକ୍ତି ଓ ଗ୍ରାମର 50 ଘର ପାଇଁ ଜଣେ ଗ୍ରାମ୍ୟ ସ୍ବୟଂସେବକ ନିୟୋଜିତ କରାଯିବା ପାଇଁ ନିଷ୍ପତି ନେଇଛନ୍ତି ଜଗନ ସରକାର । ପ୍ରତ୍ୟେକ ସ୍ବୟଂସେବକଙ୍କୁ ମାସିକ 5000 ଟଙ୍କା ଦରମା ମିଳିବ ।

ଏହା ବ୍ୟତିରେକ ଆନ୍ଧ୍ର ପ୍ରଦେଶରେ ଗ୍ରାମ୍ୟ ସଚିବାଳୟ ସ୍ଥାପନ କରିବା ପାଇଁ ଯୋଜନା କରିଛନ୍ତି ଜଗନ ସରକାର । ଏହି ଯୋଜନାକୁ କାର୍ଯ୍ୟକାରୀ କରାଗଲେ ଗ୍ରାମର ୧୦ ଜଣ ଲୋକଙ୍କୁ ନିଯୁକ୍ତି ମିଳିବ । ଏହି ଯୋଜନା ଲାଗୁ ଦ୍ବାରା ରାଜ୍ୟରେ ନାଗରିକ ମାନଙ୍କ ଅଭିଯୋଗକୁ ୭୨ ଘଣ୍ଟା ମଧ୍ୟରେ ସମାଧାନ କରାଯିବ । ଏହା ଛଡା ରାଜ୍ୟବାସୀ ଯେପରି ସରକାରୀ ଯୋଜନାର ଲାଭ ଉଠାଇବାରେ କୌଣସି ପ୍ରକାର ଲାଞ୍ଚ କାରବାର ପାଇଁ ବାରଣ କରାଯାଇଛି

For All Latest Updates

ABOUT THE AUTHOR

...view details