ଅମରାବତୀ: ପ୍ରଚଣ୍ଡ ବହୁମତରେ ବିଜୟୀ ଜଗନମୋହନ ରେଡ୍ଡି ଗୁରୁବାର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି । ଆନ୍ଧ୍ର ପ୍ରଦେଶର ଶାସନ ଭାର ସମ୍ଭାଳିବା ପରେ ଜଗନ ବଡ ଘୋଷଣା କରିଛନ୍ତି ।
ଶପଥ ପରେ ଜଗନଙ୍କ ବଡ ଘୋଷଣା, ମାସକୁ ମିଳିବ 3000 ବାର୍ଦ୍ଧକ୍ୟ ଭତ୍ତା - ଜଗନ
ଆନ୍ଧ୍ରପ୍ରଦେଶରେ ବାର୍ଦ୍ଧକ୍ୟ ଭତ୍ତା ମାସକୁ 3000 ହଜାର ଟଙ୍କା କରିବା ପାଇଁ ମୁଖ୍ୟମନ୍ତ୍ରୀ ଜଗନ ଘୋଷଣା କରିଛନ୍ତି । ବର୍ତ୍ତମାନ ଯାଏଁ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ 2500 ଟଙ୍କା ମିଳୁଥିଲା ।
![ଶପଥ ପରେ ଜଗନଙ୍କ ବଡ ଘୋଷଣା, ମାସକୁ ମିଳିବ 3000 ବାର୍ଦ୍ଧକ୍ୟ ଭତ୍ତା](https://etvbharatimages.akamaized.net/etvbharat/prod-images/768-512-3425604-148-3425604-1559220561010.jpg)
ଫାଇଲ ଫଟୋ
ଆନ୍ଧ୍ରପ୍ରଦେଶରେ ବାର୍ଦ୍ଧକ୍ୟ ଭତ୍ତା ମାସକୁ 3000 ହଜାର ଟଙ୍କା କରିବା ପାଇଁ ଜଗନ ଘୋଷଣା କରିଛନ୍ତି । ବର୍ତ୍ତମାନ ଯାଏଁ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ 2500 ଟଙ୍କା ମିଳୁଥିଲା । ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା ପାଇଁ ପ୍ରଥମ ବର୍ଷ 250 ଟଙ୍କା ଓ ଦ୍ବିତୀୟ ବର୍ଷ 250ଟଙ୍କା ବୃଦ୍ଧି କରାଯିବା ନେଇ ସରକାର ନିଷ୍ପତ୍ତି ନେଇଛି ।
ନିର୍ବାଚନରେ ବିଜୟ ପରେ ଓ୍ବାଇଏସଆର କଂଗ୍ରେସ ନିଜ ଘୋଷଣାପତ୍ରରେ ବାର୍ଦ୍ଧକ୍ୟ ଭତ୍ତା ବଢାଇବା ନେଇ ଭୋଟରଙ୍କୁ ପ୍ରତିଶୃତି ଦେଇଥିଲା । ନିଜ ନିର୍ବାଚନୀ ଇସ୍ତାହାରକୁ କୁରାନ, ବାଇବେଲ ଓ ଗୀତା ଭଳି ମାନୁଥିବାବେଳେ ସବୁ ପ୍ରତିଶୃତି ପୁରା କରିବା ନେଇ ଜଗନ କହିଛନ୍ତି ।