ନୂଆଦିଲ୍ଲୀ: ପୁଣି ବିବାଦ ଘେରରେ ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା ସିଂ । ଗତ ଗୁରୁବାର ଜବଲପୁର ହାଇକୋର୍ଟ ନିର୍ବାଚନ ପିଟିସନ୍ କୁ ନେଇ ସାଧ୍ବୀ ପ୍ରଜ୍ଞାଙ୍କ ବିରୋଧରେ ଏକ ନୋଟିସ୍ ଜାରି କରି ଏକ ମାସ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସାଧ୍ବୀ ପ୍ରଜ୍ଞାଙ୍କୁ ନୋଟିସ୍ ଜାରି - __high court notice
ଗତ ଗୁରୁବାର ଜବଲପୁର ହାଇକୋର୍ଟ ନିର୍ବାଚନ ପିଟିସନ୍ କୁ ନେଇ ଭୋପାଳ ସାଂସଦ ସାଧ୍ବୀ ପ୍ରଜ୍ଞାଙ୍କ ବିରୋଧରେ ଏକ ନୋଟିସ୍ ଜାରି କରିବା ସହ ଏକ ମାସ ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
![ସାଧ୍ବୀ ପ୍ରଜ୍ଞାଙ୍କୁ ନୋଟିସ୍ ଜାରି](https://etvbharatimages.akamaized.net/etvbharat/prod-images/768-512-4015537-thumbnail-3x2-screenshot-2988jpeg.jpg)
ଏହି ପିଟିସନରେ କୁହାଯାଇଛି ଯେ, ସ୍ବାଧୀ ପ୍ରଜ୍ଞା ନିର୍ବାଚନ ସମୟରେ ଧର୍ମ ଆଧାରରେ ଭୋଟ ହାତେଇବାକୁ ଚେଷ୍ଟା କରିଥିଲେ । ସେଥିପାଇଁ ତାଙ୍କର ନିର୍ବାଚନ ଶୂନ ଘୋଷଣା କରିବାକୁ ଦାବି କରାଯାଇଛି । ଏଥିସହ ସେ ତାଙ୍କର ନିର୍ବାଚନ ପ୍ରଚାର ସମୟରେ କେବଳ ସାମ୍ପ୍ରଦାୟିକତା ଏବଂ ଧାର୍ମିକର ଭାଷଣ ଦେଇ ଭୋଟ ହାତେଇଥିବା ବେଳେ ତାଙ୍କ ବିରୋଧୀ କଂଗ୍ରେସ ପାର୍ଥୀଙ୍କ ନାମରେ ମିଥ୍ୟା ଆରୋପ ଲଗାଇଥିଲେ ।
ତେବେ ସେକ୍ସନ 123 ଅନୁଯାୟୀ, କୌଣସି ପ୍ରାର୍ଥୀ ଧର୍ମ ଆଧାରରେ ଭୋଟ ମାଗି ପାରିବେ ନାହିଁ । ତେଣୁ ଜବଲପୁର ହାଇକୋର୍ଟ ଏହି ପିଟିସନ୍ ଆଧାରରେ ତାଙ୍କୁ ବିରୋଧରେ ଏକ ନୋଟିସ୍ ଜାରି କରି ତାଙ୍କର ଉତ୍ତର ମାଗିଛନ୍ତି। ତେବେ ମାମଲାର ଶୁଣାଣି 9 ସେପ୍ଟେମ୍ବରରେ କରାଯିବ।