ଓଡିଶା

odisha

ETV Bharat / bharat

ଫଟୋ ସେୟାର କଲା ୱାଶିଂଟନ ପୋଷ୍ଟ, ଚାରିଆଡେ ଚର୍ଚ୍ଚା

ଆମେରିକାରେ ବର୍ତ୍ତମାନ ଜବଲପୁରର ଜୋରସୋର ଆଲୋଚନା ଚାଲିଛି । ଆମେରିକାର ପ୍ରସିଦ୍ଧ ଖବରକାଗଜ ୱାଶିଂଟନ୍ ପୋଷ୍ଟ ଏହାର ଶୀର୍ଷ ଫଟୋରେ ଜବଲପୁରର ଏକ ଫଟୋ ରଖିଛି । ତାହା ହେଉଛି ଗହମ କିଣୁଥିବା ବେଳର ଭିଡ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

By

Published : Jun 6, 2020, 12:09 AM IST

ୱାଶିଂଟନ ପୋଷ୍ଟ ସେୟାର କଲା ଜବଲପୁରର ଏହି ଫୋଟ
ୱାଶିଂଟନ ପୋଷ୍ଟ ସେୟାର କଲା ଜବଲପୁରର ଏହି ଫୋଟ

ଭୋପାଳ: ଆମେରିକାରେ ବର୍ତ୍ତମାନ ଜବଲପୁରର ଜୋରସୋର ଆଲୋଚନା ଚାଲିଛି । ଆମେରିକାର ପ୍ରସିଦ୍ଧ ଖବରକାଗଜ ୱାଶିଂଟନ୍ ପୋଷ୍ଟ ଏହାର ଶୀର୍ଷ ଫଟୋରେ ଜବଲପୁରର ଏକ ଫଟୋ ରଖିଛି । ତାହା ହେଉଛି ଗହମ କିଣା ବେଳର ଭିଡ । ଏପ୍ରିଲ୍ 21 ତାରଖର ବିଶ୍ବର 18 ଟି ସର୍ବୋତ୍ତମ ଚିତ୍ର ମଧ୍ୟରେ ଜବଲପୁରର ଏହି ଗହମ କିଣା ଫଟୋ ଖବରକାଗଜରେ ସ୍ଥାନ ପାଇଛି । ମଧ୍ୟପ୍ରଦେଶରେ ଏପର୍ଯ୍ୟନ୍ତ 1.25 କୋଟି ମେଟ୍ରିକ୍ ଟନ୍ ର ଗହମ କିଣା ସରିଛି । ଏହି ଗହମ କିଣିବା ବେଳେ ହଜାର ହଜାର ଲୋକଙ୍କ ଗାଡି ଭିଡ ଥିଲା ।

ଶୁକ୍ରବାର ମଧ୍ୟପ୍ରଦେଶରେ ଗହମ ସମେତ ରବି ଫସଲ କ୍ରୟର ଶେଷ ଦିନ ଥିଲା । ସାରା ରାଜ୍ୟରେ ଏହା ରେକର୍ଡ କରିଛି । କୋରୋନା ସଂକ୍ରମଣ ଏବଂ ପରେ ଦୁଇ ଦିନ ଧରି ରାଜ୍ୟରେ ବର୍ଷା ପାଇଁ ରାଜ୍ୟରେ କ୍ରମାଗତ ଭାବେ ଶସ୍ୟ କିଣା ଚାଲିଛି । ଯାହାକି ବର୍ତ୍ତମାନ ଆଲୋଚନାର ବିଷୟ ପାଲଟିଛି । ଜନସମ୍ପର୍କ ବିଭାଗ ଏହାର ଓ୍ବେବସାଇଟରେ ଏକ ଚିତ୍ର ସେୟାର କରି କହିଛି ଆମେରିକାର ପ୍ରସିଦ୍ଧ ଖବରକାଗଜ ୱାଶିଂଟନ୍ ପୋଷ୍ଟର ୱେବସାଇଟରେ ଏହି ଗହମ କିଣା ଫଟୋ ଛପାଯାଇଛି । ଫଟୋଟି 21 ଏପ୍ରିଲ୍ ଅଟେ, ଯାହା ସେହି ଦିନ ୱାଶିଂଟନ୍ ପୋଷ୍ଟର ଶ୍ରେଷ୍ଠ 18 ଫଟୋରେ ଅନ୍ତର୍ଭୁକ୍ତ ହୋଇଥିଲା । ଜବଲପୁରରୁ ନିଆଯାଇଥିବା ଏହି ଫଟୋ ଦୁନିଆର ସର୍ବୋତ୍ତମ 18 ଫଟୋଗ୍ରାଫରେ ଅନ୍ତର୍ଭୁକ୍ତ କରାଯାଇଥିଲା ।

ସୂଚନାନୁସାରେ, ଏପ୍ରିଲ୍ 21 ରେ ଶହ ଶହ ଚାଷୀ ଗହମ ବିକିବା ପାଇଁ ମଜୁଲି ମାଣ୍ଡିରେ ପହଞ୍ଚିଥିଲେ । ଏହି ସମୟରେ କୃଷକମାନେ ବ୍ୟବସ୍ଥିତ ଢଙ୍ଗରେ ସେମାନଙ୍କ ଟ୍ରାକ୍ଟର ଏବଂ ଟ୍ରଲିକୁ ଏକ ଲାଇନରେ ରଖିଥିଲେ । ଭୂତଳ ପୃଷ୍ଠରୁ ଏହି ଦୃଶ୍ୟକୁ ବୁଝିବା ସମ୍ଭବ ନୁହେଁ, କିନ୍ତୁ ଯେତେବେଳେ ଏହି ଚିତ୍ର ଆକାଶ ମାର୍ଗକୁ ଦେଖାଗଲା ସେତେବେଳେ ଏହା ଚମତ୍କାର ଦୃଶ୍ୟ ଭାବେ ଦେଖାଦଲା ।

ABOUT THE AUTHOR

...view details