ଶ୍ରୀନଗର: ଘାଟିରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ଅଜୟ ପଣ୍ଡିତ ଭାରତୀଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି ଜମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା । ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ସିହ୍ନା ଅଜୟଙ୍କ ପରିବାରକୁ ପ୍ରତିଶୃତି ଦେଇଥିବା ଜଣାପଡିଛି ।
ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ସରପଞ୍ଚ ପରିବାରକୁ ଭେଟିଲେ ଏଲଜି ମନୋଜ ସିହ୍ନା - ଲାର୍କିପୋରା ଗାଁ
ଅଜୟ ପଣ୍ଡିତ ଭାରତୀଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି ଜାମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା । ଜୁନ ୨ରେ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଲାର୍କିପୋରା ଗାଁରେ ସରପଞ୍ଚଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ। ଅଧିକ ପଢନ୍ତୁ...
ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ସରପଞ୍ଚଙ୍କ ପରିବାରକୁ ଭେଟିଲେ ଏଲଜି ମନୋଜ ସିହ୍ନା
ଜୁନ ୨ରେ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଲାର୍କିପୋରା ଗାଁରେ ସରପଞ୍ଚଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ।
ଅଜୟଙ୍କ ପତ୍ନୀ ସୋହିନୀ ପଣ୍ଡିତ ଏବଂ ପିତା ଦ୍ବାରିକା ନାଥ ପଣ୍ଡିତା ଉପରାଜ୍ୟପାଳଙ୍କ ନିକଟରେ ନିଜର ଦାବି ଜଣାଇଥିବା ବେଳେ ସେ ସେମାନଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି । ସିହ୍ନା ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ହୃଦୟରୁ ସମବେଦନା ଜଣାଇଛନ୍ତି ।