ଓଡିଶା

odisha

By

Published : Aug 15, 2020, 10:14 PM IST

ETV Bharat / bharat

ଜମ୍ମୁ କାଶ୍ମୀରରେ କୋରୋନା ଯୋଦ୍ଧାଙ୍କ ପାଇଁ 25ଲକ୍ଷ ଅତିରିକ୍ତ ବୀମାରାଶି

ଜମ୍ମୁକାଶ୍ମୀରରେ 74 ତମ ସ୍ୱାଧୀନତା ଦିବସ ଅବସରରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା କୋରୋନା ମୁକାବିଲାରେ ନିୟୋଜିତ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ପାଇଁ ଅତିରିକ୍ତ 25 ଲକ୍ଷ ଟଙ୍କାର ବୀମା ସହାୟତା ଘୋଷଣା କରିଛନ୍ତି। ଅଧିକ ପଢନ୍ତୁ...

ଜମ୍ମୁକାଶ୍ମୀରରେ କୋରୋନା ଯୋଦ୍ଧାଙ୍କ ପାଇଁ 25 ଲକ୍ଷ ଅତିରିକ୍ତ ବୀମାରାଶି
ଜମ୍ମୁକାଶ୍ମୀରରେ କୋରୋନା ଯୋଦ୍ଧାଙ୍କ ପାଇଁ 25 ଲକ୍ଷ ଅତିରିକ୍ତ ବୀମାରାଶି

ଶ୍ରୀନଗର: ଜମ୍ମୁକାଶ୍ମୀରରେ 74 ତମ ସ୍ୱାଧୀନତା ଦିବସ ଅବସରରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା କୋରୋନା ମୁକାବିଲାରେ ନିୟୋଜିତ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ପାଇଁ ଅତିରିକ୍ତ 25 ଲକ୍ଷ ଟଙ୍କାର ବୀମା ସହାୟତା ଘୋଷଣା କରିଛନ୍ତି।

ଲେଫ୍ଟନାଣ୍ଟ ଗଭର୍ଣ୍ଣର ସିହ୍ନା ତାଙ୍କ ଭାଷଣରେ କହିଛନ୍ତି, କେନ୍ଦ୍ର ସରକାର ଦେଇଥିବା 50 ଲକ୍ଷ ବୀମା ସହାୟତା ବ୍ୟତୀତ ରାଜ୍ୟ ପ୍ରଶାସନ ପକ୍ଷରୁ ଆଉ 25 ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ ।

ସିହ୍ନା ଆହୁରି ମଧ୍ୟ କହିଛନ୍ତି ଯେ, ଜାମ୍ମୁ କାଶ୍ମୀର ପ୍ରଶାସନ କେନ୍ଦ୍ରସାଶିତ ଅଞ୍ଚଳର ସ୍ୱାସ୍ଥ୍ୟ ଯୋଜନାକୁ ଅଧିକ ଏକ କୋଟି ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାକୁ ଯୋଜନା କରୁଛି । ଯାହା ସାର୍ବଜନୀନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ ।

ସେ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମଧ୍ୟ ସ୍ମରଣ କରି କହିଛନ୍ତି ଯେ, ଏହି ଦିନ ଆମ ଦେଶର ସ୍ବାଧୀନତା ତଥା ଅଖଣ୍ଡତା ରକ୍ଷା କରିବା ସହ ଦାରିଦ୍ର୍ୟ ମୁକ୍ତ, ରୋଗମୁକ୍ତ ତଥା ଶିକ୍ଷିତ ସମାଜ ଗଠନ ପାଇଁ ପ୍ରେରଣା ଯୋଗାଇଥାଏ।

ଏହା ସହ 2019 ସାମ୍ବିଧାନିକ ପରିବର୍ତ୍ତନ ଜାମ୍ମୁ କାଶ୍ମୀରରେ ସ୍ୱାଭାବିକତା ତଥା ବିକାଶକୁ ଏକ ନୂତନ ଦିଗରେ ନେବା ପାଇଁ 50ଟି ନିଷ୍ପତ୍ତି ନେଇଛି । ଏହି କାର୍ଯ୍ୟକ୍ରମରେ ସିହ୍ନା ତାଙ୍କ ସରକାର ପାଞ୍ଚଟି ନୀତି ଯଥା, ଶାସନରେ ସ୍ୱଚ୍ଛତା, ତୃଣମୂଳ ଗଣତନ୍ତ୍ରକୁ ସଶକ୍ତ କରିବା, ଲୋକଙ୍କ କଲ୍ୟାଣ, ତ୍ୱରିତ ବିକାଶ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଭଳି ଦିଗକୁ ଅଧିକ ଗୁରୁତ୍ବ ଦେଉଥିବା ସେ ପ୍ରକାଶ କରିଛନ୍ତି ।

@ANI

ABOUT THE AUTHOR

...view details