ଓଡିଶା

odisha

ETV Bharat / bharat

ଜାମ୍ମୁ କାଶ୍ମୀରର ଗଣ୍ଡରବାଲ ଓ ଉଧମପୁରରେ ମିଳିଲା ହାଇସ୍ପିଡ ଇଣ୍ଟରନେଟ - mobile data services restored on trial basis

ଜାମ୍ମୁ କାଶ୍ମୀରର ଗଣ୍ଡରବାଲ ଓ ଉଧମପୁର ଜିଲ୍ଲାରେ ରବିବାର ପୋଷ୍ଟ ପେଡ ସିମ କାର୍ଡଧାରୀଙ୍କ ପାଇଁ ହାଇ ସ୍ପିଡ୍ ମୋବାଇଲ୍ ଡାଟା ସେବା ଟ୍ରାଏଲ ବେସିସରେ ଆରମ୍ଭ କରାଯାଇଛି । ଏନେଇ ଜାମ୍ମୁ କାଶ୍ମୀର ଗୃହ ବିଭାଗ ପ୍ରକାଶ କରିଛି । ଅଧିକ ପଢନ୍ତୁ...

ଜାମ୍ମୁ କାଶ୍ମୀରର ଗଣ୍ଡରବାଲ ଓ ଉଧମପୁରରେ ମିଳିଲା ହାଇସ୍ପିଡ ଇଣ୍ଟରନେଟ
ଜାମ୍ମୁ କାଶ୍ମୀରର ଗଣ୍ଡରବାଲ ଓ ଉଧମପୁରରେ ମିଳିଲା ହାଇସ୍ପିଡ ଇଣ୍ଟରନେଟ

By

Published : Aug 17, 2020, 12:13 AM IST

ଶ୍ରୀନଗର: ଜାମ୍ମୁ କାଶ୍ମୀରର ଗଣ୍ଡରବାଲ ଓ ଉଧମପୁର ଜିଲ୍ଲାରେ ରବିବାର ପୋଷ୍ଟ ପେଡ ସିମ କାର୍ଡଧାରୀଙ୍କ ପାଇଁ ହାଇ ସ୍ପିଡ୍ ମୋବାଇଲ୍ ଡାଟା ସେବା ଟ୍ରାଏଲ ବେସିସରେ ଆରମ୍ଭ କରାଯାଇଛି । ଏନେଇ ଜାମ୍ମୁ କାଶ୍ମୀର ଗୃହ ବିଭାଗ ପ୍ରକାଶ କରିଛି ।

ଗୃହ ବିଭାଗର ନିଷ୍ପତ୍ତି ଅନୁଯାୟୀ, ରବିବାର ରାତି 9ଟାରୁ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ଏହି ସେବା 8 ସେପ୍ଟେମ୍ବର 2020 ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଅନ୍ୟପକ୍ଷରେ କେନ୍ଦ୍ରଶାସିତ ଅଞ୍ଚଳର ଅନ୍ୟ ଜିଲ୍ଲାମାନଙ୍କରେ ଇଣ୍ଟରନେଟ୍ ଗତି କେବଳ 2ଜିରେ ସୀମିତ ରହିବ ।

ଏହି ସେବା ପ୍ରଦାନ କରିବା ପାଇଁ ଗୃହ ବିଭାଗ ଜାମ୍ମୁ କାଶ୍ମୀରର ଇନ୍ସପେକ୍ଟର ଜେନେରାଲ ଅଫ ପୋଲିସଙ୍କୁ ତୁରନ୍ତ ନିର୍ଦ୍ଦେଶ ସହିତ ସେବା ପ୍ରଦାନକାରୀଙ୍କ ସହ ଯୋଗାଯୋଗ କରି ସେବା ନିଶ୍ଚିତ କରିବାକୁ କୁହାଯାଇଛି।

ଏହାପୂର୍ବରୁ ମଙ୍ଗଳବାର ସୁପ୍ରିମକୋର୍ଟରେ 4ଜି ଇଣ୍ଟରନେଟ ସେବାର ଆରମ୍ଭ କରିବା ପାଇଁ ସମୀକ୍ଷା କରିବାକୁ ଏକ ପିଟିସନର ବିଚା କରାୟାଇଥିଲା । କେନ୍ଦ୍ର ଗୃହ ସଚିବ ତଥା ଜାମ୍ମୁ କାଶ୍ମୀରର ମୁଖ୍ୟ ଶାସନ ସଚିବଙ୍କ ବିରୋଧରେ ଦାଖଲ ହୋଇଥିବା ଏହି ପିଟିସନକୁ ଅଦାଲତ ଖାରଜ କରିଥିଲେ ।

ଏନଭି ରାମନାଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରି ଆବେଦନ ଉପରେ କେନ୍ଦ୍ରକୁ ଉତ୍ତର ରଖିବାକୁ କହିଛନ୍ତି । ଏହା ସହ ମାମଲାର ପରବର୍ତ୍ତୀ ଶୁଣାଣିକୁ ଦୁଇ ସପ୍ତାହ ପରେ କରିବାକୁ କୋର୍ଟ ଧାର୍ଯ୍ୟ କରିଛନ୍ତି ।

ଜାମ୍ମୁ କାଶ୍ମୀରରେ 4ଜି ଇଣ୍ଟରନେଟ୍ ସେବା ପୁଣି ଆରମ୍ଭ କରିବା ପାଇଁ ଫାଉଣ୍ଡେସନ୍ ଫର୍ ମିଡିଆ ପ୍ରଫେସନାଲ ନାମକ ଏନଜିଓ ଦ୍ୱାରା ଏହି ପିଟିସନ ଦାଖଲ କରାଯାଇଥିଲା । ଏଥିରେ ଅଧିକାରୀମାନଙ୍କ ଦ୍ବାରା ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପାଳନ କରାଯାଉନଥିବା ଅଭିଯୋଗ କରାଯାଇଥିଲା ।

ଏହି ଶୁଣାଣି ସମୟରେ 4ଜି ଇଣ୍ଟରନେଟ୍‌ ସେବାର ଆରମ୍ଭ କରିବା ପାଇଁ ସମୀକ୍ଷା କରିବା ପାଇଁ ଏକ କମିଟି ଗଠନ କରାଯାଇଛି ବୋଲି କେନ୍ଦ୍ର ସରକାର ପ୍ରକାଶ କରିଛନ୍ତି । ଏହା ସହ ଗଠିତ କମିଟି ଜାମ୍ମୁ କାଶ୍ମୀରର ପ୍ରତ୍ୟେକ ଜିଲ୍ଲାକୁ ପରୀକ୍ଷାମୂଳକ ଭାବେ ଅନୁମତି ଦେବାକୁ ବିଚାର କରୁଥିବା ନେଇ କୋର୍ଟରେ ପ୍ରକାଶ କରିଛନ୍ତି ।

@ANI

ABOUT THE AUTHOR

...view details