ଓଡିଶା

odisha

ETV Bharat / bharat

ପାକିସ୍ତାନକୁ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଚେତାବନୀ - ପାକ୍‌କୁ କଡା ସନ୍ଦେଶ

ରବିବାର ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରୁ ଶିକ୍ଷା ଗ୍ରହଣ ନକରି ପାକ୍‌ ଆତଙ୍କବାଦୀମାନେ ଯଦି ପୁଣି କିଛି ଭାରତ ବିରୋଧୀ କାର୍ଯ୍ୟାନୁଷ୍ଠାନ କରନ୍ତି, ତେବେ ଭାରତୀୟ ସେନା ଗୋଟିଏ ଗୋଟିଏ କରି ସମସ୍ତ ଆତଙ୍କବାଦୀ  ଆଡ୍ଡାକୁ  ଧ୍ବଂସ କରିଦେବେ ବୋଲି ରାଜ୍ୟପାଳ ମଲ୍ଲିକ କହିଛନ୍ତି ।

ଫାଇଲ ଫଟୋ

By

Published : Oct 21, 2019, 5:46 PM IST

ଶ୍ରୀନଗର: ପାକିସ୍ତାନକୁ କଡା ଚେତାବନୀ ଦେଲେ ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ରବିବାର ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରୁ ଶିକ୍ଷା ଗ୍ରହଣ ନକରି ପାକ୍‌ ଆତଙ୍କବାଦୀମାନେ ଯଦି ପୁଣି କିଛି ଭାରତ ବିରୋଧୀ କାର୍ଯ୍ୟାନୁଷ୍ଠାନ କରନ୍ତି, ତେବେ ଭାରତୀୟ ସେନା ଗୋଟିଏ ଗୋଟିଏ କରି ସମସ୍ତ ଆତଙ୍କବାଦୀ ଆଡ୍ଡାକୁ ଧ୍ବଂସ କରିଦେବେ ବୋଲି ରାଜ୍ୟପାଳ ମଲ୍ଲିକ କହିଛନ୍ତି । ଆବଶ୍ୟକସ୍ଥଳେ ଭାରତୀୟ ସେନା ପାକିସ୍ତାନ ସୀମା ପାର କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ସେ ।

ସୋମବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମଲ୍ଲିକ କହିଛନ୍ତି, ଭାରତୀୟ ସେନା ଆତଙ୍କବାଦୀ କ୍ୟାମ୍ପକୁ ସମ୍ପୁର୍ଣ୍ଣ ରୂପେ ଧ୍ବଂସ କରିଦେବେ । ଯଦି ପାକିସ୍ତାନ ଏବେ ମଧ୍ୟ ନିଜ କାର୍ଯ୍ୟକଳାପକୁ ନସୁଧାରୁଛି, ତେବେ ଆମ ସେନା ପାକିସ୍ତାନ ସୀମାରେ ପ୍ରବେଶ କରି ନିଜର କାର୍ଯ୍ୟାନୁଷ୍ଠାନ ଜାରି ରଖିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ରବିବାର ତଙ୍ଗଧର ସେକ୍ଟରରେ ପ୍ରଥମେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଏହାର ଜବାବ ଦେବାକୁ ଯାଇ ଭାରତୀୟ ସେନା ସେକ୍ଟରର ବିପରୀତ ପାର୍ଶ୍ବରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ। ଏଥିରେ 6-10 ପାକିସ୍ତାନ ଯବାନଙ୍କ ସମେତ 3 ଆତଙ୍କୀ ଆଡ୍ଡା ଧ୍ବଂସ ହୋଇଛି ।

ABOUT THE AUTHOR

...view details