ଶ୍ରୀନଗର: ବରିଷ୍ଠ ଆଇଏଏସ ଅଧିକାରୀଙ୍କ ଠାରୁ 39.69 ଲକ୍ଷ ଟଙ୍କା ଫେରସ୍ତ ଆଣିଲେ ଜମ୍ମୁ କାଶ୍ମୀର ସରକାର । ସରକାରୀ ସୂତ୍ରରୁ ପ୍ରକାଶ ଯେ, ପ୍ରଶାସନିକ ଅଧିକାରୀଙ୍କୁ ଏକ ନୋଟିସ ପ୍ରଦାନ କରି ତାଙ୍କୁ ଏକ ସଂଗଠନରୁ ନେଇଥିବା ଟଙ୍କାକୁ ଫେରସ୍ତ କରିବାକୁ ଅବଗତ କରାଯାଇଥିଲା । ଅଧିକାରୀ ଜଣକ ନିକଟରେ ସଂଗଠନରୁ 39,69,359 ଟଙ୍କା ନେଇଥିଲେ ।
ସୂତ୍ରରୁ ପ୍ରକାଶ ଯେ ଜମ୍ମୁ-କାଶ୍ମୀରର ଉପ ରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଦ୍ବାରା କର୍ତ୍ତବ୍ୟର ଅବହେଳା ଉପରେ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି ଏବଂ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଏହି