ଓଡିଶା

odisha

ETV Bharat / bharat

କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ସର୍ବଭାରତୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଘୋଷଣା - Universal Health Insurance Scheme

କେନ୍ଦ୍ର ଶାସିତ ଅଞ୍ଚଳର ସମସ୍ତ ବାସିନ୍ଦା ପାଇଁ ସର୍ବଭାରତୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଘୋଷଣା କଲେ ଜାମ୍ମୁ-କାଶ୍ମୀର ସରକାର । ଜାମ୍ମୁ କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ର ଶାସିତ ଅଞ୍ଚଳର ସମସ୍ତ ବାସିନ୍ଦାଙ୍କୁ ସର୍ବଭାରତୀୟ ସ୍ୱାସ୍ଥ୍ୟ ବୀମା ଯୋଗାଇବା ପାଇଁ ଏକ ଯୋଜନା ଘୋଷଣା କରିଛନ୍ତି। ଅଧିକ ପଢନ୍ତୁ...

କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ସର୍ବଭାରତୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଘୋଷଣା
କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ସର୍ବଭାରତୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଘୋଷଣା

By

Published : Sep 12, 2020, 4:00 PM IST

ଶ୍ରୀନଗର: କେନ୍ଦ୍ର ଶାସିତ ଅଞ୍ଚଳର ସମସ୍ତ ବାସିନ୍ଦା ପାଇଁ ସର୍ବଭାରତୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଘୋଷଣା କଲେ ଜାମ୍ମୁ-କାଶ୍ମୀର ସରକାର । ଜାମ୍ମୁ କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ର ଶାସିତ ଅଞ୍ଚଳର ସମସ୍ତ ବାସିନ୍ଦାଙ୍କୁ ସର୍ବଭାରତୀୟ ସ୍ୱାସ୍ଥ୍ୟ ବୀମା ଯୋଗାଇବା ପାଇଁ ଏକ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ସମସ୍ତ ବାସିନ୍ଦାଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ବୀମା ଯୋଗାଇବ ଏବଂ ସେବା କରୁଥିବା ତଥା ଅବସରପ୍ରାପ୍ତ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି ।

ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଜନସ୍ୱାସ୍ଥ୍ୟ ଲାଭ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ଯାହା ବୋଧହୁଏ ସମଗ୍ର ଦେଶରେ ପ୍ରଥମ ବୋଲି ଉପରାଜ୍ୟପାଳ କହିଛନ୍ତି । ସେ କହିଛନ୍ତି ଯେ, ଜାମ୍ମୁ କାଶ୍ମୀର ସ୍ୱାସ୍ଥ୍ୟ ଯୋଜନା, କେନ୍ଦ୍ର ଶାସିତ ଅଞ୍ଚଳର ପ୍ରାୟ 70 ଲକ୍ଷ ବାସିନ୍ଦାଙ୍କୁ ସର୍ବଭାରତୀୟ ସ୍ୱାସ୍ଥ୍ୟ ସେବା ଯୋଗାଇବ, ଯେଉଁମାନେ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ ନୁହଁନ୍ତି ।

ଜମ୍ମୁ କାଶ୍ମୀର ସ୍ୱାସ୍ଥ୍ୟ ଯୋଜନାର ନାମକରଣ ପାଇଁ ଉପରାଜ୍ୟପାଳ ଜନସାଧାରଣଙ୍କ ଠାରୁ ପରାମର୍ଶ ମାଗିଥିଲେ । ସ୍ୱାସ୍ଥ୍ୟ ସଚିବ ଅଟଳ ଦୁଲୋ କହିଛନ୍ତି ଯେ, ଆୟୁଷ୍ମାନ ଭାରତ ଭଳି ଜାମ୍ମୁ-କାଶ୍ମୀର ସ୍ୱାସ୍ଥ୍ୟ ଯୋଜନାରେ ସମାନ ସୁବିଧା ମିଳିବ ଏବଂ ହିତାଧିକାରୀମାନେ ଦେଶର କେନ୍ଦ୍ରୀୟ ଯୋଜନା ଅଧୀନରେ ଥିବା ସମସ୍ତ ଡାକ୍ତରଖାନାରେ କ୍ୟାସଲେସ୍ ଚିକିତ୍ସାର ଲାଭ ଉଠାଇ ପାରିବେ।

ABOUT THE AUTHOR

...view details