ଓଡିଶା

odisha

ETV Bharat / bharat

ବାପାଙ୍କୁ ସାଇକେଲରେ ବସେଇ 1200 କିମି ଜ୍ୟୋତିର ଯାତ୍ରା, ପ୍ରଶଂସା କଲେ ଇଭାଙ୍କା - ପିତାକୁ ସାଇକେଲରେ ବସେଇ 1200 କିମି ନେଇଆସିଲେ ଜ୍ୟୋତି

ଲକଡାଉନରେ ସାଇକେଲ ଯୋଗେ ଗୁରୁଗ୍ରାମରୁ ବିହାରର ଦରଭଙ୍ଗାରେ ପହଞ୍ଚିଥିବା ଜ୍ୟୋତିଙ୍କୁ ନେଇ ଅନେକ ଆଲୋଚନା। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ଟ୍ବିଟ୍ କରି ଜ୍ୟୋତିଙ୍କୁ ପ୍ରଶଂସା କରିଛନ୍ତି।

ivanka trump
ଇଭାଙ୍କା ଟ୍ରମ୍ପ

By

Published : May 23, 2020, 10:05 AM IST

ନୂଆଦିଲ୍ଲୀ: ଲକଡାଉନରେ ସାଇକେଲ ଯୋଗେ ଗୁରୁଗ୍ରାମରୁ ବିହାରର ଦରଭଙ୍ଗାରେ ପହଞ୍ଚିଥିବା ଜ୍ୟୋତିଙ୍କୁ ନେଇ ଅନେକ ଆଲୋଚନା। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ଟ୍ବିଟ୍ କରି ଜ୍ୟୋତିଙ୍କୁ ପ୍ରଶଂସା କରିଛନ୍ତି।

ବାପାଙ୍କୁ ସାଇକେଲରେ ବସେଇ 1200 କିମି ଜ୍ୟୋତିର ଯାତ୍ରା, ପ୍ରଶଂସା କଲେ ଇଭାଙ୍କା

ସେ କହିଛନ୍ତି ଯେ 15 ବର୍ଷିୟ ଜ୍ୟୋତି କୁମାରୀ ଆହତ ବାପାଙ୍କୁ ସାଇକେଲରେ 7 ଦିନରେ 1200 କିଲୋମିଟର ଯାତ୍ରା କରି ନିଜ ଗାଁକୁ ନେଇ ଆସିଥିଲେ । ସାହାସିକତା, ସହନଶକ୍ତି ଓ ଭଲ ପାଇବା ଏହି ବୀର ଗାଥା ଭାରତୀୟ ଲୋକ ଓ ସାଇକେଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ଧ୍ୟାନ ଆକର୍ଷଣ କରିଛି।

ପ୍ରକାଶଥାଉକି, ଜ୍ୟୋତି 7 ଦିନ ମଧ୍ୟରେ 1200 କିଲୋମିଟରରୁ ଅଧିକ ଯାତ୍ରା କରି ବାପା ମୋହନ ପାସୱାନଙ୍କୁ ସାଇକେଲରେ ଗୁରୁଗ୍ରାମରୁ ବିହାରର ଦାରବଙ୍ଗାରେ ପହଞ୍ଚିଥିଲେ। ଜ୍ୟୋତି ଦୈନିକ 100 ରୁ 150 କିଲୋମିଟର ସାଇକେଲ ଚଳାଇଥିଲେ ।

ଅନ୍ୟପକ୍ଷେ ଭାରତୀୟ ସାଇକେଲିଂ ମହାସଂଘ କହିଛନ୍ତି ଯେ ଜ୍ୟୋତିଙ୍କୁ ଟ୍ରାଏଲ ପାଇଁ ସୁଯୋଗ ଦିଆଯିବ । ସିଏଫଆଇର ନିର୍ଦ୍ଦେଶକ ବିଏନ ସିଂହ କହିଛନ୍କି, ‘ ମହାସଂଘ ଟ୍ରାଏଲ ପାଇଁ ସୁଯୋଗ ଦେବ ଓ ଯଦି ସେ ସିଏଫଆଇ ମାନଦଣ୍ଡକୁ ପାର୍ କରି ପାରିଲେ ତେବେ ତାଙ୍କୁ ବିଶେଷ ଟ୍ରେନିଂ ଦିଆଯିବ ’।

ABOUT THE AUTHOR

...view details