ଓଡିଶା

odisha

By

Published : Nov 10, 2020, 1:41 PM IST

ETV Bharat / bharat

ଶିବରାଜ ସରକାରଙ୍କ ଉପରୁ ହଟିଲା ସଙ୍କଟର ବାଦଲ ! ବୃହତ ବିଜୟ ମୁହାଁ ବିଜେପି

ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନରେ ବୃହତ ବିଜୟ ଆଡକୁ ଆଗେଇଚାଲିଛି ଭାରତୀୟ ଜନତାପାର୍ଟି । ଏହାସହ ଟ୍ରେଣ୍ଡ ମୁତାବକ ଶିବରାଜ ସିଂ ଚୌହାନଙ୍କ ସରକାର ଉପରୁ ହଟିଛି ସଙ୍କଟର କଳା ବାଦଲ । ଅଧିକ ପଢନ୍ତୁ...

ଶିବରାଜ ସରକାରଙ୍କ ଉପରୁ ହଟିଲା ସଙ୍କଟର ବାଦଲ, ବୃହତ ବିଜୟ ମୁହାଁ ବିଜେପି
ଶିବରାଜ ସରକାରଙ୍କ ଉପରୁ ହଟିଲା ସଙ୍କଟର ବାଦଲ, ବୃହତ ବିଜୟ ମୁହାଁ ବିଜେପି

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନରେ ବୃହତ ବିଜୟ ଆଡକୁ ଆଗେଇ ଚାଲିଛି ଭାରତୀୟ ଜନତାପାର୍ଟି । ମୋଟ 28ଟି ଆସନରୁ 19ଟି ଆସନରେ ଆଗରେ ଅଛି ବିଜେପି । ଏହାସହ ଟ୍ରେଣ୍ଡ ମୁତାବକ ଶିବରାଜ ସିଂ ଚୌହାନଙ୍କ ସରକାର ଉପରୁ ହଟିଛି ସଙ୍କଟର କଳା ବାଦଲ ।

ଶିବରାଜ ସରକାରଙ୍କ ଉପରୁ ହଟିଲା ସଙ୍କଟର ବାଦଲ, ବୃହତ ବିଜୟ ମୁହାଁ ବିଜେପି

230 ଆସନ ସଦସ୍ୟ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ବର୍ତ୍ତମାନ ବିଜେପି ପାଖରେ 107 ବିଧାୟକ ରହିଥିବା ବେଳେ କଂଗ୍ରେସ ପାଖରେ ଅଛନ୍ତି 87 ବିଧାୟକ । ଏପରିସ୍ଥିତିରେ ଏହି ଉପନିର୍ବାଚରେ ବିଜେପି ଟ୍ରେଣ୍ଡରେ ଆଗରେ ରହିଛି ।

ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନରେ ବିଜେପିର ବିଜେପି ବୃହତ ବିଜୟ ଆଡକୁ ମୁହାଁଉଥିବା ଦେଖି ଟ୍ବିଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଶିବରାଜ ନିଜ ଟ୍ବିଟରେ ଲେଖିଛନ୍ତି, ରାଜ୍ୟର ଜନସାଧାରଣ ପୂନର୍ବାର ବିକାଶ ଓ ଜନକଲ୍ୟାଣ ପାଇଁ ସଂକଳ୍ପବଦ୍ଧ ବିଜେପିକୁ ମଧ୍ୟପ୍ରଦେଶର ଦାୟିତ୍ବ ହସ୍ତାନ୍ତର କରିବାକୁ ନିର୍ଣ୍ଣୟ ନେଇଛନ୍ତି । ଏହା ସ୍ପଷ୍ଟ ଦୃଶ୍ୟମାନ ବୋଲି ଲେଖିଛନ୍ତି ଶିବରାଜ ।

ABOUT THE AUTHOR

...view details