ଓଡିଶା

odisha

ETV Bharat / bharat

ସାଇକେଲରେ 218 କିମି ଯାତ୍ରା କରି କୋରୋନା ସଚେତନତା ବାର୍ତ୍ତା ଦେବ ଆଇଟିବିପି - କୋରୋନା ସଚେତନତା ପାଇଁ ସାଇକେଲ ଅଭିଯାନ

ସିକ୍କିମରେ କୋରୋନା ସଚେତନତା ସୃଷ୍ଟି କରିବା ପାଇଁ ରବିବାର ପେଗୋଙ୍ଗ ଅଞ୍ଚଳରୁ ସାଇକେଲ ଅଭିଯାନ ଆରମ୍ଭ କରିଛି ଆଇଟିବିପି । ଅଧିକ ପଢନ୍ତୁ...

କୋରୋନା ସଚେତନତା ପାଇଁ ଆଇଟିବିପିର ସାଇକେଲ ଅଭିଯାନ
କୋରୋନା ସଚେତନତା ପାଇଁ ଆଇଟିବିପିର ସାଇକେଲ ଅଭିଯାନ

By

Published : Oct 18, 2020, 2:44 PM IST

ଗାଙ୍ଗଟକ: କୋଭିଡ଼-19 ସଚେତନତା ସୃଷ୍ଟି କରିବା ପାଇଁ ଆଇଟିବିପି ରବିବାର ସିକ୍କିମର ପେଗୋଙ୍ଗ ଅଞ୍ଚଳରୁ ସାଇକେଲ ଅଭିଯାନ ଆରମ୍ଭ କରିଛି । ତେବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସଂସ୍କୃତି, ସଡକ ଏବଂ ବ୍ରିଜ୍ ବିଭାଗର ମନ୍ତ୍ରୀ ସମଦୁପ ଲେପଚା ଦଳର ପତାକା ଉତ୍ତୋଳନ କରିଥିବା ସୂଚନା ମିଳିଛି ।

କଠିନ ଅଞ୍ଚଳରେ 20 ଦିନ ମଧ୍ୟରେ ଆଇଟିବିପି ଟିମ ମୋଟ 218 କିଲୋମିଟର ଅତିକ୍ରମ କରିବ ବୋଲି ଲକ୍ଷ୍ୟ ରଖିଛି । ଆଇଟିବିପିର ସୀମା ସୁରକ୍ଷା ଏବଂ ଏପରି ଭୂମିକାକୁ ମନ୍ତ୍ରୀ ପ୍ରଶଂସା କରିଥିବାର ଆଇଟିବିପି ପକ୍ଷରୁ ଏକ ସରକାରୀ ବିବୃତ୍ତିରେ ସୂଚନା ଦିଆଯାଇଛି । କୋଭିଡ-19 ସମ୍ବନ୍ଧୀୟ ପ୍ରସଙ୍ଗରେ ଏହି ଦଳ ସୀମାନ୍ତ ଗ୍ରାମଗୁଡିକର ଜନସାଧାରଣଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବା ସହିତ ଚିକିତ୍ସା ଓ ପ୍ରାଣୀ ଚିକିତ୍ସା ଶିବିର ଆୟୋଜନ କରିବ, ସ୍ବଚ୍ଛତା ଏବଂ ପରିମଳ ସାମଗ୍ରୀ ବଣ୍ଟନ କରିବ ଏବଂ ସମାଜର କଲ୍ୟାଣ ପାଇଁ ବିଭିନ୍ନ ସରକାରୀ ମିଶନ ବିଷୟରେ ସଚେତନତା ସୃଷ୍ଟି କରିବ । ଏହି ଅଭିଯାନରେ ଆଇଟିବିପିରେ ନିଯୁକ୍ତି ବିଷୟରେ ସଚେତନତା ମଧ୍ୟ ବିସ୍ତାର କରାଯିବ ବୋଲି ଏହି ବିବୃତ୍ତିରେ କୁହାଯାଇଛି ।

ଏହି ଅଭିଯାନରେ ଆଇଟିବିପିର 18ଜଣ ସଦସ୍ୟ କଠିନ ଅଞ୍ଚଳକୁ ଅତିକ୍ରମ କରିବେ । ଅଭିଯାନରେ ଅଂଶଗ୍ରହଣ କରିଥିବା ଅଧିକାଂଶ ସଦସ୍ୟ ଉଚ୍ଚ ପ୍ରଶିକ୍ଷିତ ପର୍ବତାରୋହୀ ଏବଂ ଉଦ୍ଧାରକାରୀ ବୋଲି ଜଣାପଡିଛି । ଏହି ଅଭିଯାନରୁ ଫେରିବା ପୂର୍ବରୁ ଆଇଟିବିପିର 18ଜଣ ସଦସ୍ୟ ଅତ୍ୟଧିକ ଉଚ୍ଚତାରେ ଥିବା ନିଜ ଗନ୍ତବ୍ୟ ସ୍ଥଳ ଗୁରୁଦୋଙ୍ଗମାର ହ୍ରଦରେ ପହଞ୍ଚିବେ ।

1962 ମସିହାରେ ଗଢି ଉଠିଥିବା ଆଇଟିବିପି ମୁଖ୍ୟତଃ ଏକ ପାର୍ବତ୍ୟ ଶକ୍ତି, ଯାହାକି ଆରମ୍ଭରୁ ଚୀନ୍‌ର କଠିନ ହିମାଳୟ ସୀମାରେ ନିୟୋଜିତ ହୋଇଥିଲା । ଏହାରି ମଧ୍ୟରେ ଆଇଟିବିପି ବର୍ତ୍ତମାନ ପର୍ଯ୍ୟନ୍ତ 215ରୁ ଅଧିକ ସଫଳ ପର୍ବତାରୋହଣ ଅଭିଯାନ ଶେଷ କରିଥିବା ବେଳେ ଅକ୍ଟୋବର 24ରେ ଏହା ନିଜ ଉତ୍ପତ୍ତି ଦିନର 58 ବର୍ଷ ପୂରଣ କରିବ ବୋଲି ଜଣାପଡିଛି ।

@ANI

ABOUT THE AUTHOR

...view details