ନୂଆଦିଲ୍ଲୀ: ବିଶ୍ବ ପାଳୁଛି ଆନ୍ତର୍ଜାତୀୟ ଯୋଗ ଦିବସ। ଚଳିତ ବର୍ଷର ଅନୁଚିନ୍ତା ବା ବାର୍ତ୍ତା ରହିଛି 'ଘରେ ଯୋଗ ପରିବାର ସହିତ ଯୋଗ' । କୋରୋନା ମହାମାରୀ ପାଇଁ ବିଶାଳ କାର୍ଯ୍ୟକ୍ରମ ଓ ସମବେତ ସ୍ଥଗିତ ରହିଛି ହେଲେ ଏହାକୁ ସମସ୍ତେ ପାଳନ କରୁଛନ୍ତି। ତେବେ ଏହି ଦିବସର ଏକ ନିଆରା ଝଲକ ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର ଭାରତ-ଚୀନ୍ ସୀମାରେ ନିୟୋଜିତ ଆଇଟିବିପି ଯବାନଙ୍କ କ୍ଷେତ୍ରରେ।
18000 ଫୁଟ ଉଚ୍ଚରେ ITBP ଯବାନଙ୍କ ଯୋଗ ପ୍ରଦର୍ଶନ, ନିଆରା ଝଲକ - international yoga day
ଶୂନ ଡିଗ୍ରୀ ତାପମାତ୍ରା ଓ 18 ହଜାର ଫୁଟ ଉଚ୍ଚରେ ଆଇଟିବିପି ଯବାନ ପାଳୁଛନ୍ତି ଆନ୍ତର୍ଜାତୀୟ ଯୋଗ ଦିବସ। ଯବାନ ମାନେ ବିଭିନ୍ନ ମୁଦ୍ରାରେ ଯୋଗ ପ୍ରଦର୍ଶନ କରିବା ସହ ସମସ୍ତଙ୍କୁ ଏହି ଦିବସର ବାର୍ତ୍ତା ଦେଇଛନ୍ତି। ଅଧିକ ଖବର ପଢନ୍ତୁ...
ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ୍ କର୍ମଚାରୀମାନେ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳିଛନ୍ତି। ବଦ୍ରିନାଥ ନିକଟ ବସୁଧରା ଗ୍ଲେସିୟରରେ 14000 ଫୁଟ ଉଚ୍ଚରେ ସେମାନେ ବିଭିନ୍ନ ମୁଦ୍ରାରେ ଯୋଗ ପ୍ରଦର୍ଶନ କରୁଛନ୍ତି। ବରଫ ଆସ୍ତରଣ ମଧ୍ୟରେ ଯବାନଙ୍କ ସୂର୍ଯ୍ୟ ନମସ୍କାର ଦୃଶ୍ୟ ଅତ୍ୟନ୍ତ ମନୋରମ। ଧାଡି ହୋଇ ଛିଡା ହେବା ସହ ସାମାଜିକ ଦୂରତ୍ବ ରକ୍ଷା କରି ସମସ୍ତେ ଏହି ଦିବସକୁ ମନାଉଛନ୍ତି।
ସେହିପରି ଲଦାଖର ଆଇଟିବିପି (ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ୍) କର୍ମଚାରୀମାନେ ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ପାଳୁଛନ୍ତି। 18000 ଫୁଟ ଉଚ୍ଚରେ, ଶୂନ୍ୟ ତାପମାତ୍ରାରେ ଯୋଗ ପ୍ରଦର୍ଶନ କରିଛନ୍ତି ଏହି ସାହାସୀ ଯବାନମାନେ। ଏହି ଦୃଶ୍ୟ ଦେଖିବାକୁ ଯେତେ ସୁନ୍ଦର ସେତିକି ପ୍ରେରଣାଦାୟୀ। ଯାହା ସାଧାରଣ ଜନତାଙ୍କୁ ଯୋଗ ଦିବସର ମହତ୍ତ୍ବ ବୁଝାଇବା ସହ ଯୋଗ କରିବାକୁ ଉତ୍ସାହିତ କରିବ।