ନୂଆଦିଲ୍ଲୀ: ଚୀନରେ କୋରୋନା ଭାଇରସର ପ୍ରକୋପ ଧୀରେ ଧୀରେ ବୃଦ୍ଧି ପାଉଥିବା ବେଳେ ଉହାନ୍ରେ ଥିବା ଅବଶିଷ୍ଟ ଭାରତୀୟ ନାଗରିକଙ୍କୁ ଫେରାଇ ଆଣୁଛି ଭାରତ । ଚୀନରୁ ଫେରୁଥିବା ଏହି ଭାରତୀୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଭାରତୀୟ ସେନା ନୂଆଦିଲ୍ଲୀର ଚାୱଲା କ୍ୟାମ୍ପରେ ଏକ ସ୍ବତନ୍ତ୍ର ୱାର୍ଡ ପ୍ରସ୍ତୁତ କରିଛି । ଏନେଇ ଆଇଟିବିପି ଯବାନଙ୍କ ପକ୍ଷରୁ ପ୍ରସ୍ତୁତି ଚୁଡାନ୍ତ ହୋଇଛି ।
ଗୁରୁବାର ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଆଇଟିବିପିର ସୂତ୍ର କହିଛନ୍ତି, '130ରୁ ଉର୍ଦ୍ଧ୍ବ ଭାରତୀୟ ଶୁକ୍ରବାର ଦିଲ୍ଲୀ ପହଞ୍ଚିବାର ସମ୍ଭାବନା ରହିଛି । ଆଇଟିବିପିର ଡାକ୍ତର ଏବଂ ଟିମ୍ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପ୍ରାୟ 25 ଜଣ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ଏହି ଟିମ୍ରେ ଆଇଟିବିପି, ବିଏସଏଫ, ଏସଏସବିର ଡାକ୍ତର ସାମିଲ ଅଛନ୍ତି । ପୂର୍ବାଭ୍ୟାସ ପାଇଁ ସେମାନଙ୍କୁ ଏମ୍ସ ଏବଂ ସଫଦରଜଙ୍ଗ ହସ୍ପିଟାଲକୁ ପଠାଯାଇଥିଲା'।