ନୂଆଦିଲ୍ଲୀ: ଏମିତି କିଛି ଶବ୍ଦ ରହିଛି ଯାହାର ଉଚ୍ଚାରଣ ଯେତିକି କଷ୍ଟ, ସେତିକି ଅନ୍ୟ ପାଇଁ ପୀଡ଼ାଦାୟକ ବା ଅପମାନଜନକ ହୋଇଥାଏ । ଏମିତି ଏକ ସାଇନ୍ ବୋର୍ଡରେ ଲେଖାଯାଇଥିଲା 'ଶାଲା କଂଗ୍ରେସୀ' । ବେସାମରିକ ବିମାନ ଚଳାଚଳ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ହରଦୀପ ସିଂହ ଏହି ଫଟୋଟିକୁ ପୋଷ୍ଟ କରିଛନ୍ତି । ଏହି ଲେଖା କୌଣସି ଏକ ରୁମ୍କୁ ଚିହ୍ନଟ କରୁଥିଲା । ତେବେ କାହିଁକି ଲେଖାଯାଇଛି ସେ ସଂକ୍ରାନ୍ତରେ ମଧ୍ୟ ନିଜ ଟ୍ବିଟର ପେଜ୍ରେ ସେୟାର କରିଛନ୍ତି ହରଦୀପ ସିଂହ ପୁରୀ ।
ସାଇନ ବୋର୍ଡରେ 'ଶାଲା କଂଗ୍ରେସୀ' କାହିଁକି ଲେଖା ହୋଇଛି ? ପଢନ୍ତୁ - conference
ଏମିତି ଏକ ସାଇନ୍ ବୋର୍ଡରେ ଲେଖାଯାଇଥିଲା 'ଶାଲା କଂଗ୍ରେସୀ' । ବେସାମରିକ ବିମାନ ଚଳାଚଳ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ହରଦୀପ ସିଂହ ଏହି ଫଟୋଟିକୁ ପୋଷ୍ଟ କରିଛନ୍ତି ।
ଏହି ଫଟୋଟିକୁ ନିଜ ଟ୍ବିଟର ପେଜ୍ରେ ପୋଷ୍ଟ କରି କଂଗ୍ରେସକୁ ପରୋକ୍ଷ ଭାବେ କଟାକ୍ଷ କରୁଥିବା ସୂଚିତ ହେଉଛି । ଏହି 'ଶାଲା କଂଗ୍ରେସ' ଲେଖାଯାଇଥିବା ପୋଷ୍ଟକୁ ପୋଷ୍ଟ କରି କେନ୍ଦ୍ରମନ୍ତ୍ରୀ କଂଗ୍ରେସକୁ ପରୋକ୍ଷରେ ଟ୍ରୋଲ କରିଛନ୍ତି । ଫଟୋଟିକୁ ପୋଷ୍ଟ କରି ସେ ଲେଖିଛନ୍ତି ଯେ ଇଂରାଜୀରେ ଯାହାକୁ କନଫରେନ୍ସ ହଲ୍ ଲେଖାଯାଏ ଇଟାଲୀୟନ ଲାଙ୍ଗୁଏଜ୍ରେ ତାକୁ 'ଶାଲା କଂଗ୍ରେସୀ' ବୋଲି ଲେଖାଯାଏ । ଏହାର ସତ୍ୟତା ଜାଣିବା ପାଇଁ ଗୁଗଲ ଟ୍ରାନ୍ସଲେଟ୍ରେ ମଧ୍ୟ ଏହାକୁ ପ୍ରୟୋଗ କରି ଜାଣି ପାରିବେ ।
ଏହି ଫଟୋ ପୋଷ୍ଟ କରିବା ପରେ ହରଦୀପ ସିଂହଙ୍କୁ ମିଶ୍ର ପ୍ରତିକ୍ରିୟା ମିଳିଛି । କିଛି ଟ୍ବିଟର ୟୁଜର୍ସ ମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଟ୍ରୋଲ କରିବା ସହ ତାତ୍ସଲ୍ୟ ପୂର୍ଣ୍ଣ କମେଣ୍ଟ ଦେଇଛନ୍ତି ।