ଓଡିଶା

odisha

ETV Bharat / bharat

ଗେହେଲଟଙ୍କ ଅଧୀନରେ କାର୍ଯ୍ୟ କରିବା ଅସମ୍ଭବ: ପାଇଲଟଙ୍କ ସମର୍ଥନକାରୀ ବିଧାୟକ

ପାଇଲଟଙ୍କୁ ସମର୍ଥନ କରୁଥିବା ବିଧାୟକମାନେ ମୁଖ୍ୟମନ୍ତ୍ରୀ ଗେହେଲଟଙ୍କ ଅଧୀନରେ କାର୍ଯ୍ୟ କରିବା ଅସମ୍ଭବ ବୋଲି ସଚିନ ପାଇଲଟଙ୍କ ନିକଟତମ ସୂତ୍ରରୁ ପ୍ରକାଶ କରାଯାଇଛି । ଅଧିକ ପଢନ୍ତୁ...

By

Published : Jul 12, 2020, 7:29 PM IST

ଗେହେଲଟଙ୍କ ଅଧୀନରେ କାର୍ଯ୍ୟ କରିବା ଅସମ୍ଭବ: ପାଇଲଟଙ୍କ ସମର୍ଥନକାରୀ ବିଧାୟକ
ଗେହେଲଟଙ୍କ ଅଧୀନରେ କାର୍ଯ୍ୟ କରିବା ଅସମ୍ଭବ: ପାଇଲଟଙ୍କ ସମର୍ଥନକାରୀ ବିଧାୟକ

ଜୟପୁର:ପାଇଲଟଙ୍କୁ ସମର୍ଥନ କରୁଥିବା ବିଧାୟକମାନେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ଅଧୀନରେ କାର୍ଯ୍ୟ କରିବା ଅସମ୍ଭବ ବୋଲି ସଚିନ ପାଇଲଟଙ୍କ ନିକଟତମ ସୂତ୍ରରୁ ପ୍ରକାଶ କରାଯାଇଛି ।

ସୂତ୍ରରୁ କୁହାଯାଇଛି, ସରକାରକୁ ଅସ୍ଥିର କରିବା ପାଇଁ ଉଦ୍ୟମ କରାଯାଉଥିବା ଅଭିଯୋଗରେ ଡେପୁଟି ମୁଖ୍ୟମନ୍ତ୍ରୀଙ୍କୁ ପଚରାଉଚରା ପାଇଁ ଦିଆଯାଇଥିବା ଚିଠିଟି ସବୁ ସୀମା ଅତିକ୍ରମ କରିଛି । ଯାହା ସଚିନ ପାଇଲଟଙ୍କୁ ସମର୍ଥନ କରୁଥିବା ବିଧାୟକମାନଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ପାଖରୁ ପୋଲିସର ସ୍ବତନ୍ତ୍ର ଅପରେସନ ଗ୍ରୁପ୍ (SOG) ଦ୍ବାରା ପଠାଯାଇଥିବା ଚିଠି ସଚିନଙ୍କୁ ଅପମାନିତ କରିବ ବୋଲି ସୂତ୍ର ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ଦ୍ବାରା ପାଇଲଟଙ୍କ କ୍ଷତିକୁ ସମର୍ଥନକାରୀ ବିଧାୟକମାନେ ବାରମ୍ବାର ସହ୍ୟ କରିପାରିବେ ନାହିଁ ବୋଲି କୁହାଯାଇଛି । ବର୍ତ୍ତମାନ ପାଇଲଟ ଦିଲ୍ଲୀରେ ଅଛନ୍ତି । ପିସିସି ମୁଖ୍ୟଙ୍କୁ ସର୍ବସାଧାରଣରେ ଅସମ୍ମାନ କରିବା ପାଇଁ ଏହି ଚିଠି ଦିଆଯିବା ପରେ ସେମାନେ ଗେହେଲଟଙ୍କ ଅଧୀନରେ କାର୍ଯ୍ୟ କରିପାରିବେ ନାହିଁ ବୋଲି ସୂତ୍ର ପ୍ରକାଶ କରିଛନ୍ତି । ଏହିପରି ଅପମାନକୁ ବରଦାସ୍ତ କରାଯାଇପାରିବ ନାହିଁ ସେ ଉଲ୍ଲେଖ କରିଛନ୍ତି ।

ଅନ୍ୟପକ୍ଷରେ ସଙ୍କଟ ବଢିବା ଆଶଙ୍କା କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ରବିବାର ରାତିରେ ଜୟପୁରରେ ଦଳୀୟ ବିଧାୟକ ଏବଂ ମନ୍ତ୍ରୀଙ୍କ ବୈଠକ ଡକାଇଛନ୍ତି । ରବିବାର ଅନେକ ମନ୍ତ୍ରୀ ଏବଂ ବିଧାୟକ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ଘରକୁ ଯାଇ ଡେପୁଟି ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସହ ବିବାଦ ସଂପର୍କରେ ଚର୍ଚ୍ଚା କରିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘରକୁ ଆସିଥିବା ବ୍ୟକ୍ତିଙ୍କ ମଧ୍ୟରେ ରାଜସ୍ବ ମନ୍ତ୍ରୀ ହରିଶ ଚୌଧୁରୀ, ଶ୍ରମ ମନ୍ତ୍ରୀ ଟିକରାମ ଜୁଲି ଓ ସ୍ବାସ୍ଥ୍ୟ ମନ୍ତ୍ରୀ ରଘୁ ଶର୍ମା ସାମିଲ ଥିଲେ ।

ଶୁକ୍ରବାର ଦିନ ରାଜସ୍ଥାନ ପୋଲିସ ଗେହେଲଟ, ପାଇଲଟ ଓ ସରକାରୀ ମୁଖ୍ୟ ସଚେତକଙ୍କୁ ନୋଟିସ ଜାରିକରି ରାଜ୍ୟ କଂଗ୍ରେସ ସରକାରକୁ ହଟାଇବା ସଂପର୍କରେ ସେମାନଙ୍କ ବିବୃତ୍ତି ରେକର୍ଡ କରିବାକୁ କହିଥିଲେ । ରାଜ୍ୟ ସରକାରଙ୍କୁ ହଟାଇବା ପାଇଁ ବିଜେପି କଂଗ୍ରେସ ବିଧାୟକମାନଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଥିବା ନେଇ ଗେହଲଟଙ୍କ ଅଭିଯୋଗ ପରେ ଏହି ଘଟଣା ସାମ୍ନାକୁ ଆସିଛି ।

ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ବ ବରିଷ୍ଠ ନେତାଙ୍କୁ ବାଛିବା ପରେ ଗେହଲଟ ଏବଂ ପାଇଲଟଙ୍କ ମଧ୍ୟରେ ଏକ ଅନ୍ତଃଦ୍ବନ୍ଦ୍ବକୁ ପ୍ରତିଫଳିତ କରୁଥିବା ଜଣାପଡିଥିଲା। ବର୍ତ୍ତମାନ ସଚିନ ପାଇଲଟ ଉପ-ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ବେଳେ ରାଜସ୍ଥାନ କଂଗ୍ରେସର ସଭାପତି ରହିଛନ୍ତି ।

@PTI

ABOUT THE AUTHOR

...view details