ଓଡିଶା

odisha

ETV Bharat / bharat

‘ଉଦ୍ଦେଶ୍ୟ କେବଳ ସଂସ୍କାର ଆଉ ଶୃଙ୍ଖଳା’ - କଂଗ୍ରେସ

କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ଥିବା ସୋନିଆ ଗାନ୍ଧୀ ପୁଣି ଥରେ ଦଳର ଆସନରେ ଅବତୀର୍ଣ୍ଣ ହୋଇଛନ୍ତି । କିନ୍ତୁ ହାଇକମାଣ୍ଡକୁ ଦଳର ଶୀର୍ଷ ନେତୃତ୍ବ ଚିଠି ଲେଖିବା ଏବଂ ତାହା ପରେ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା ଦଳ ଭିତରେ ସୃଷ୍ଟି କରିଥିଲା ଅଦିନିଆ ଘୃଣ୍ଣିଝଡ଼ । ଅଧିକ ପଢନ୍ତୁ..

‘ଉଦେଶ୍ୟ କେବଳ ସଂସ୍କାର ଆଉ ଶୃଙ୍ଖଳା’
‘ଉଦେଶ୍ୟ କେବଳ ସଂସ୍କାର ଆଉ ଶୃଙ୍ଖଳା’

By

Published : Aug 25, 2020, 6:30 AM IST

ନୂଆଦିଲ୍ଲୀ: ସୋମବାର ସକାଳୁ କଂଗ୍ରସରେ ଦେଖାଦେଇଥିବା ବତାସ ଥମି ଯାଇଛି ଏବଂ ନିଷ୍କର୍ସ ମଧ୍ୟ ବାହାରିସାରିଛି । କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ଥିବା ସୋନିଆ ଗାନ୍ଧୀ ପୁଣି ଥରେ ଦଳର ଆସନରେ ଅବତୀର୍ଣ୍ଣ ହୋଇଛନ୍ତି । କିନ୍ତୁ ହାଇକମାଣ୍ଡକୁ ଦଳର ଶୀର୍ଷ ନେତୃତ୍ବ ଚିଠି ଲେଖିବା ଏବଂ ତାହା ପରେ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା ଦଳ ଭିତରେ ସୃଷ୍ଟି କରିଥିଲା ଅଦିନିଆ ଘୁଣ୍ଣିଝଡ଼ ।

କିନ୍ତୁ ଦଳର ଆଗାମୀ ଚେହେରାଙ୍କ ଏପରି ଆଚରଣ ଦଳୟୀ ନେତାଙ୍କୁ ହତୋତ୍ସାହିତ କରିଥିଲା । ଫଳରେ ଗୁଲାମନବୀ ଆଜାଦଙ୍କ ଠାରୁ ଆରମ୍ଭ କରି କପିଲ ସିବଲ, ଟ୍ବିଟ ମାଧ୍ୟମରେ ରଖିଥିଲେ ପ୍ରତିକ୍ରିୟା । ସ୍ଥିତି ଏପରି ହୋଇଥିଲା ଯେ, ଗୁଲାମନବୀ ଆଜାଦ ରଖିଥିଲେ ଖୋଲା ଚ୍ୟାଲେଞ୍ଜ । ରାହୁଲ ଗାନ୍ଧୀ ଯଦି ପ୍ରତିକ୍ରିୟାକୁ ସତ୍ୟ ପ୍ରତିପାଦନ କରନ୍ତି, ତେବେ ଦଳ ଛାଡ଼ିଦେବେ ବୋଲି ଦେଇଥିଲେ ମନ୍ତବ୍ୟ ।

ସେହିପରି ଦଳର ବରିଷ୍ଠ ନେତା ପି. ଚିଦାମ୍ବରମ ପ୍ରକାଶ କରିଥିଲେ ପ୍ରତିକ୍ରିୟା । ରାହୁଲ ଗାନ୍ଧୀଙ୍କ ଅଭିଯୋଗ ପରେ ସେ କହିଛନ୍ତି, ଏହା ସ୍ପଷ୍ଟ କେହି ସେପରି ଉଦ୍ଦେଶ୍ୟରେ କେହି ଚିଠି ଲେଖିନାହାନ୍ତି । କେବଳ ଦଳରେ ସଂସ୍କାର ଆଉ ଶୃଙ୍ଖଳା ଆଣିବା ପାଇଁ ଏପରି ଚିଠି ଲେଖାଯାଇଥିବା କହିଛନ୍ତି ଚିଦାମ୍ବରମ।

@ANI

ABOUT THE AUTHOR

...view details