ଓଡିଶା

odisha

ETV Bharat / bharat

ଦିଲ୍ଲୀ-ପଞ୍ଜାବ-ହରିୟାଣା ସମେତ 42ଟି ସ୍ଥାନରେ ଆୟକର ବିଭାଗର ଚଢାଉ - IT Dept. conducts search & seizure on 42 premises

ନକଲି ବିଲିଂ ମାଧ୍ୟମରେ ଏଣ୍ଟ୍ରି ଅପରେସନ୍ ଏବଂ ବିପୁଳ ପରିମାଣର ନଗଦ ଉତ୍ପାଦନ କରୁଥିବା ବ୍ୟକ୍ତିବିଶେଷଙ୍କ ଏକ ବୃହତ ନେଟୱାର୍କ ବିରୋଧରେ ଅପରେସନ ଚଲାଇଛି ଆୟକର ବିଭାଗ । ଅଧିକ ପଢନ୍ତୁ...

ଆୟକର ବିଭାଗର ଚଢାଉ
ଆୟକର ବିଭାଗର ଚଢାଉ

By

Published : Oct 27, 2020, 12:45 PM IST

ନୂଆଦିଲ୍ଲୀ: ନକଲି ବିଲିଂ ମାଧ୍ୟମରେ ଏଣ୍ଟ୍ରି ଅପରେସନ୍ ଏବଂ ବିପୁଳ ପରିମାଣର ନଗଦ ଉତ୍ପାଦନ କରୁଥିବା ବ୍ୟକ୍ତିବିଶେଷଙ୍କ ଏକ ବୃହତ ନେଟୱାର୍କ ବିରୋଧରେ ଅପରେସନ ଚଲାଇଛି ଆୟକର ବିଭାଗ । ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରଖିଛି ବିଭାଗ । ଦିଲ୍ଲୀ- ଏନସିଆର, ହରିୟାଣା, ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ଗୋଆର 42 ଟି ସ୍ଥାନରେ ସର୍ଚ୍ଚ ଅପରେସନ୍ କରାଯାଉଛି।

ତେବେ ଏଥିରେ ଏଣ୍ଟ୍ରି ଅପରେଟର, ମଧ୍ୟସ୍ଥି, ନଗଦ ହ୍ୟାଣ୍ଡେଲର୍, ହିତାଧିକାରୀ, ସମ୍ପୃକ୍ତ ସଂସ୍ଥା ଏବଂ କମ୍ପାନୀଗୁଡିକର ସମ୍ପୂର୍ଣ୍ଣ ନେଟୱାର୍କ ପ୍ରକାଶ ପାଇଥିବା ପ୍ରମାଣ ଜବତ କରାଯାଇଛି। ଏପର୍ଯ୍ୟନ୍ତ ପ୍ରାୟ 500 କୋଟି ଅର୍ଥ ଜବତ କରାଯାଇଛି । ସର୍ଚ୍ଚ ଏଣ୍ଟ୍ରି ଅପରେଟରମାନଙ୍କ ଦ୍ବାରା ଦିଆଯାଇଥିବା ନକଲି ବିଲ୍ ଏବଂ ଅସୁରକ୍ଷିତ ଋଣ ବିରୁଦ୍ଧରେ ନଗଦ ଟଙ୍କା ଉଠାଇବା ପାଇଁ ଅନେକ ସଂସ୍ଥାକୁ ବ୍ୟବହାର କରାଯାଇଥିଲା ।

ବ୍ୟକ୍ତିଗତ କର୍ମଚାରୀ, ସହଯୋଗୀମାନେ ଏହି ସେଲ ସଂସ୍ଥା ଗୁଡିକର ଡମି ନିର୍ଦ୍ଦେଶକ କିମ୍ବା ଅଂଶୀଦାର ହୋଇଥିଲେ । ସମସ୍ତ ବ୍ୟାଙ୍କ ଆକାଉଣ୍ଟଗୁଡିକ ଏହି ଏଣ୍ଟ୍ରି ଅପରେଟରମାନଙ୍କ ଦ୍ବାରା ପରିଚାଳିତ ଏବଂ ନିୟନ୍ତ୍ରିତ ହୋଇଥିଲା । ଏହିପରି ଏଣ୍ଟ୍ରି ଅପରେଟର, ସେମାନଙ୍କର ଡମି ପାର୍ଟନର, କ୍ୟାସ ହ୍ୟାଣ୍ଡେଲର୍ ତଥା ହିତାଧିକାରୀଙ୍କ ବିବୃତ୍ତି ମଧ୍ୟ ସ୍ପଷ୍ଟ ଭାବରେ ରେକର୍ଡ କରାଯାଇଛି ।

ABOUT THE AUTHOR

...view details