ଚେନ୍ନାଇ: ଦେଶରେ ବିଭିନ୍ନ ସ୍ଥାନରେ ଦେଖାଦେଇଛି ଜଳ ସଙ୍କଟ । ଏହାର ପ୍ରଭାବ ଖାଲି କ୍ଷେତ କିମ୍ବା ଗାଁ ନୁହେଁ ଆଇଟି କମ୍ପାନୀ ଗୁଡିକରେ ମଧ୍ୟ ଦେଖିବାକୁ ମିଳିଛି । ତାମିଲନାଡୁରେ ଥିବା କେତେକ ଆଇଟି କମ୍ପାନୀ ନିଜ କର୍ମଚାରୀଙ୍କୁ ଘରେ ବସି କାମ କରିବାକୁ କହିଛନ୍ତି । ଫଳରେ ଅଫିସରେ ଦେଖାଯାଉଥିବା ପାନୀୟ ଜଳ ଅଭାବକୁ କିଛି କାଂଶରେ ପ୍ରତିହତ କରିହେବ । କମ୍ପାନୀ କେବଳ ସେହି କର୍ମଚାରୀଙ୍କୁ ଅଫିସ୍ ଆସିବାକୁ କହୁଛି, ଯେଉଁମାନଙ୍କ ବିନା ଅଫିସ୍ କାର୍ଯ୍ୟ ହୋଇ ପାରିବ ନାହିଁ ।
ପାଣିର ଘୋର ଅଭାବ, ଘରେ ବସି କାମ କରିବାକୁ ନିର୍ଦ୍ଦେଶ ଦେଲା ଆଇଟି କମ୍ପାନୀ - ପାଣି
ଆଇଟି କମ୍ପାନୀକୁ ଲାଗିଛି ପାଣି ଚିନ୍ତା । ପାଣିର ଅଭାବ କାରଣରୁ ନିଜ କର୍ମଚାରୀଙ୍କୁ ଘରେ ବସି କାମ କରିବାକୁ ନିର୍ଦ୍ଦେଶ ଦେଲା କମ୍ପାନୀ । ତାମିଲନାଡୁରେ ଦେଖିବାକୁ ମିଳିଛି ଏଭଳି ଘଟଣା ।
ପୂର୍ବରୁ କମ୍ପାନୀ ଗୁଡିକ କର୍ମଚାରୀଙ୍କ ଶୋଷ ମେଣ୍ଟାଇବା ପାଇଁ ଟ୍ୟାଙ୍କରର ସାହାରା ନେଇଥିଲେ । ହେଲେ କର୍ମଚାରୀଙ୍କ ଶୋଷ ମେଣ୍ଟାଇବା ପାଇଁ କମ୍ପାନୀ ଗୁଡିକ ଅସମର୍ଥ ହେବାରୁ ସେମାନଙ୍କୁ ଘରେ ବସି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦିଓ କମ୍ପାନୀ ଗୁଡିକ କର୍ମଚାରୀଙ୍କୁ ଲିଖିତ ଆକାରରେ ଜଣାଇ ନାହାନ୍ତି କିନ୍ତୁ ମୌଖିକ ଭାବେ ଏହା କରିବାକୁ କହିଛନ୍ତି । ସମସ୍ୟା କେବଳ ସେତିକି ନୁହେଁ ଏପରିକି କେତେକ କମ୍ପାନୀ ଶୌଚାଳୟରେ ତାଲା ପକାଇ ଦେଉଥିବା ଘଟଣା ସାମ୍ନାକୁ ଆସିଛି । ଯଦି ଅଫିସ୍ରେ 10ଟି ବାଥରୁମ୍ ରହିଛି ସେଥିରୁ 8ଟି ବାଥରୁମ ତାଲା ପକାଇ 2ଟି ମାତ୍ର ଖୋଲା ରଖୁଛନ୍ତି ।