ଓଡିଶା

odisha

ETV Bharat / bharat

ପୁଣି କରାମତି ଦେଖାଇବ ଇସ୍ରୋ, ଲଞ୍ଚ କରିବ 3ଟି ନୂଆ ସାଟେଲାଇଟ୍‌ - Isro to launch to lunch two new satellites

ପୁଣି ଥରେ ନିଜର କରାମତି ଦେଖାଇବାକୁ ଯାଉଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)। ଆଗାମୀ ଦିନରେ 3ଟି ସର୍ଭିଲାନ୍ସ ସାଟେଲାଇଟ ଲଞ୍ଚ କରିବାକୁ ଯାଉଛି ଇସ୍ରୋ। ଯାହା ଦେଶର ସୀମା ସୁରକ୍ଷାକୁ ବଢାଇବାରେ ସହାୟକ ହେବା ସହ ସହ ଶତ୍ରୁ ପକ୍ଷର ଗତିବିଧି ଉପରେ ନଜର ରଖିବ।

ଇସ୍ରୋ

By

Published : Nov 19, 2019, 10:12 AM IST

Updated : Nov 19, 2019, 11:09 AM IST

ନୂଆଦିଲ୍ଲୀ: ପୁଣି ଥରେ ନିଜର କରାମତି ଦେଖାଇବାକୁ ଯାଉଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)। ଆଗାମୀ ଦିନରେ 3ଟି ସର୍ଭିଲାନ୍ସ ସାଟେଲାଇଟ ଲଞ୍ଚ କରିବାକୁ ଯାଉଛି ଇସ୍ରୋ। ଯାହା ଦେଶର ସୀମା ସୁରକ୍ଷାକୁ ବଢାଇବାରେ ସହାୟକ ହେବା ସହ ସହ ଶତ୍ରୁ ପକ୍ଷର ଗତିବିଧି ଉପରେ ନଜର ରଖିବ। ଏହା ବ୍ୟତୀତ ଉକ୍ତ ପିଏସ୍‌ଏଲ୍‌ଭି ବିମାନ ଭିତରେ ପ୍ରାୟ 24ଟି ନାନୋ ଓ ମାଇକ୍ରୋ ସାଟେଲାଇଟ ମହାକାଶକୁ ପଠାଯିବ।

ପିଏସ୍‌ଏଲ୍‌ଭି ସି-୪୭ ରକେଟକୁ ଶ୍ରୀହରିକୋଟାଠାରେ ନଭେମ୍ବର 25 9ଟା 28 ମିନିଟରେ ଲଞ୍ଚ କରାଯିବ । ଏହି ରକେଟ୍‌ ନିଜ ସହ 3ୟ ପିଢ଼ିର ଆର୍ଥ ଇମାଜିନ ସାଟେଲାଇଟ କାର୍ଟୋସେଟ-୩ ଓ ଆମେରିକାର 13 କମରସିଆଲ ସାଟେଲାଇଟ ସାଥିରେ ନେଇଯିବ । ଏହି 13 ଆମେରିକୀୟ ନାନୋସେଟଲାଇଟ ଲଞ୍ଚ କରିବା ପାଇଁ ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ ସହଯୋଗ କରିଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ତେବେ କାର୍ଟସେଟ-3କୁ 509 କିଲୋମିଟର ଅର୍ବିଟରେ 97.5 ଡିଗ୍ରୀ କୋଣରେ ସ୍ଥାପିତ କରାଯିବ।

ଏହା ପରେ ଇସ୍ରୋ ଆହୁରି ୨ଟି ସର୍ଭିଲାନ୍ସ ସାଟୋଇଟ ଆସନ୍ତା ଡିସେମ୍ବର ମାସରେ ଲଞ୍ଚ କରିବ। ଏହାର ନାମ ରହିଛି ରିସଟ-2 ଓ ରିସଟ-୨-ବିଆର-୨। ଏହାକୁ ପିଏସ୍‌ଏଲ୍‌ଭି-48 ଓ ସି-49ର ସହଯୋଗରେ ଶ୍ରୀହରୀକୋଟାଠାରେ ଉତକ୍ଷେପଣ କରାଯିବ।

Last Updated : Nov 19, 2019, 11:09 AM IST

ABOUT THE AUTHOR

...view details