ଓଡିଶା

odisha

By

Published : Jan 6, 2021, 12:31 PM IST

Updated : Jan 6, 2021, 3:16 PM IST

ETV Bharat / bharat

ଇସ୍ରୋରେ କାର୍ଯ୍ୟରତ ଓଡିଆ ବୈଜ୍ଞାନିକ ତପନ ମିଶ୍ରଙ୍କୁ ମାରିବାକୁ ଦିଆଯାଇଥିଲା ବିଷ

ତପନ ଲେଖିଛନ୍ତି ପ୍ରମୋଶନ ସାକ୍ଷାତକାର ପାଇଁ ସେ ବେଙ୍ଗାଲୁରୁ ମୁଖ୍ୟାଳୟ ଯାଇଥିବା ବେଳେ ସେଠାରେ ଦିଆଯାଇଥିବା ଜଳଖିଆରେ ଆର୍ସେନିକ ଟ୍ରାଇଅକ୍ସାଇଡ ବିଷାକ୍ତ କେମିକାଲ ମିଶାଯାଇଥିଲା । ଏହା ପରଠାରୁ ତାଙ୍କର ସ୍ବାସ୍ଥ୍ୟ ଖରାପ ହେବାରେ ଲାଗିଲା । ଆଗକୁ ଯାହା ହେଲା ଏବେ ସମସ୍ତେ ଦେଖୁଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

Isro Senior  scientist Tapan Misra
Isro Senior scientist Tapan Misra

ଅହମ୍ମଦାବାଦ:ଇସ୍ରୋର ବରିଷ୍ଠ ବୈଜ୍ଞାନିକ ତଥା ଅହମ୍ମଦାବାଦ ସ୍ପେଶ ସେଣ୍ଟରର ପୂର୍ବତନ ନିର୍ଦ୍ଦେଶକ ତପନ ମିଶ୍ରଙ୍କ ବିସ୍ଫୋରକ ଖୁଲାସା । ବର୍ଷ 2017 ରେ ତାଙ୍କୁ ଖାଦ୍ୟରେ ବିଷ ଦିଆଯାଇଥିବା ନେଇ ଆଣିଛନ୍ତି ସଂଗୀନ ଅଭିଯୋଗ । ନିଜ ସୋସିଆଲ ମିଡିଆରେ ସମସ୍ତ ଘଟଣା ବର୍ଣ୍ଣନା କରିବା ସହ ସିବିଆଇ ତଦନ୍ତ ଦାବି କରିଛନ୍ତି । ସେ ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି ତାଙ୍କୁ ଜଣାନାହିଁ କିଏ କାହିଁକି ବିଷ ଦେଇଥିଲା ।

ଇସ୍ରୋରେ କାର୍ଯ୍ୟରତ ଓଡିଆ ବୈଜ୍ଞାନିକ ତପନ ମିଶ୍ରଙ୍କୁ ମାରିବାକୁ ଦେଇଥିଲେ ବିଷ

ସେ କହିଛନ୍ତି ପ୍ରମୋଶନ ସାକ୍ଷାତକାର ପାଇଁ ସେ ବେଙ୍ଗାଲୁରୁ ମୁଖ୍ୟାଳୟ ଯାଇଥିବା ବେଳେ ସେଠାରେ ଜଳଖିଆରେ ଦିଆଯାଇଥିବା ଦୋଷା ଓ ଚଟନୀରେ ଆର୍ସେନିକ ଟ୍ରାଇଅକ୍ସାଇଡ ବିଷାକ୍ତ କେମିକାଲ ମିଶାଯାଇଥିଲା । ତପନ ଆଗକୁ ଲେଖିଛନ୍ତି ଏହା ପରଠାରୁ ତାଙ୍କର ସ୍ବାସ୍ଥ୍ୟ ଖରାପ ହେବାରେ ଲାଗିଲା । 2 ବର୍ଷ ପର୍ଯ୍ୟନ୍ତ ଚିକିତ୍ସତ ହେବାକୁ ପଡିଲା । ସେ ଭାଗ୍ୟଶାଳୀ ଯେ ଏହି ବିଷାକ୍ତ କେମିକାଲ ଖାଇବା ସତ୍ବେ ସେ ଜୀବିତ ଅଛନ୍ତି । ‘ମୁଁ ଦୀର୍ଘ 2 ବର୍ଷ ଧରି ଚିକିତ୍ସତ ଥିବାରୁ ଘଟଣାକୁ ନେଇ ମୁଁ କେବେ କେଉଁଠି କିଛି କହିନାହିଁ । ଚଳିତ ମାସରେ ମୁଁ ଅବସର ନେଉଥିବାରୁ କହିବା ପାଇଁ ବାଧ୍ୟ ହେଲି କାରଣ ମୁଁ ମରିଗଲେ ମଧ୍ୟ ଲୋକେ ଜାଣିବା ଦରକାର ମୋ ସହ କଣ ଘଟିଛି’ ।

ତପନ ମିଶ୍ର ପୂରା ଘଟଣାର ଉଲ୍ଲେଖ କରି ଆହୁରି କହଛନ୍ତି ଯେ, ଆମେ ଶୁଣୁଥିଲୁ ଇସ୍ରୋର ବଡ ବଡ ବୈଜ୍ଞାନିକଙ୍କ ସନ୍ଦେହ ଜନକ ମୃତ୍ୟୁ ନେଇ । ବର୍ଷ 1971 ରେ ପ୍ରଫେସର ବିକ୍ରମ ସାରାଭାଇଙ୍କ ମୃତ୍ୟୁ ସନ୍ଦେହ ଜନକ ଥିଲା । ବର୍ଷ 1999 ରେ ଭିଏସଏସସି ନିର୍ଦ୍ଦେଶକ ଡା.ଏସ ଶ୍ରୀନିବାସନଙ୍କ ମୃତ୍ୟୁକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । 1994 ରେ ନାମ୍ବି ନାରାୟଣଙ୍କ ଘଟଣା ସମସ୍ତଙ୍କ ସାମନାକୁ ଆସିଥିଲା । କିନ୍ତୁ ମୋତେ ଜଣା ନଥିଲା ଏହି ଷଡଯନ୍ତ୍ରର ଶିକାର ମୁଁ ମଧ୍ୟ ହେବି ।

ତପନ କୋହଭରା କଣ୍ଠରେ କହିଛନ୍ତି, 23 ମେ 2017 ରେ ତାଙ୍କ ଜୀବନ ନେବାର ଘଟଣା ପରଠାରୁ ସେ ଏକ ପ୍ରକାର ପଙ୍ଗୁ ହୋଇଛନ୍ତି । ବହୁକଷ୍ଟରେ ସେ ବେଙ୍ଗାଲୁରୁରୁ ଅହମଦାବାଦ ଆସିଲେ । ତାଙ୍କ ଖାଦ୍ୟରେ Arsenic Trioxide ଦେବା ପରଠାରୁ ସେ ଗମ୍ଭୀର ସ୍ଥିତି ଦେଇ ଗତି କରୁଛନ୍ତି ।

ପରେ ସେ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଗଲା । ତାଙ୍କୁ ନିଶ୍ବାସ ପ୍ରଶ୍ବାସ ନେବା କଷ୍ଟ ହେବାସହ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଆରମ୍ଭ ହେଲା । ଚର୍ମ, ଫଙ୍ଗଲରେ ସଂକ୍ରମଣର ହେଲା । ମସ୍ତିଷ୍କରେ ସମସ୍ୟା ଆସିବା ସହ ହାଡ ଦରଜ ହେଲା । ତାଙ୍କ ଆଙ୍ଗୁଠିରୁ ନଖ ହ୍ରାସ ପାଇଲା । ଯାହାର ସମସ୍ତ ମେଡିକାଲ ରିପୋର୍ଟ ଓ ଫଟୋ ତପନ ପୋଷ୍ଟ କରିଛନ୍ତି । ତପନ ତାଙ୍କର ଚିକିତ୍ସା ଅହମଦାବାଦ କୋଡିଲା, ଟାଟା ମୋମୋରିୟାଲ, ମୁମ୍ବାଇ ଦିଲ୍ଲୀ ଏମ୍ସରେ କରାଇଛନ୍ତି ।

ସେ ଗୃହ ମନ୍ତ୍ରଣାଳୟର ସୁରକ୍ଷା ଅଧିକାରୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ଜୁଲାଇ 2017 ରେ ଗୃହ ମନ୍ତ୍ରଣାଳୟ ସୁରକ୍ଷା ଅଧିକାରୀ ତାଙ୍କୁ ସାକ୍ଷାତ କରି ଆର୍ସେନିକ ବିଷାକ୍ତ ଖାଦ୍ୟ ପଦାର୍ଥକୁ ନେଇ ସତର୍କ କରାଇବା ସହ ଡାକ୍ତରଙ୍କ ତତ୍ତ୍ବାବଧାନରେ ରହି ଚିକିତ୍ସତ ହେବାକୁ ପରାମର୍ଶ ଦେଇଥିଲେ । ତାଙ୍କ ସହ ଏସବୁ କାହିଁକି ହେଲା କିଏ କଲା ସେ ଜାଣନ୍ତି ନାହିଁ । ତେବେ ତାଙ୍କୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦବୀରୁ ହଟାଇବା ପାଇଁ ଏସହୁ ହୋଇଥାଇ ପାରେ ବୋଲି ସେ ଅନୁମାନ କରୁଛନ୍ତି ।

ସୂଚନାଯୋଗ୍ୟ ଯେ ଓଡିଶାର ରାୟଗଡା ଜିଲ୍ଲାର ତପନ ମିଶ୍ର ବର୍ତ୍ତମାନ ଇସ୍ରୋର ବରିଷ୍ଠ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି । ଚଳିତ ମାସ ସେ ଇସ୍ରୋରୁ ଅବସର ଗ୍ରହଣ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 6, 2021, 3:16 PM IST

ABOUT THE AUTHOR

...view details