ଓଡିଶା

odisha

ETV Bharat / bharat

ପାକିସ୍ତାନ ଉପରେ ଇସ୍ରୋର ଛଞ୍ଚାଣ ଆଖି

ଇସ୍ରୋର ସାଟେଲାଇଟ ପାକିସ୍ତାନର ୮୭ ପ୍ରତିଶତ ପରିସର ଉପରେ ନଜର ରଖିବା ସହିତ ଏଚଡି କ୍ୱାଲିଟିର ମ୍ୟାପିଂ ମଧ୍ୟ କରୁଛି। ଭାରତୀୟ ସାଟେଲାଇଟ ପାକିସ୍ତାନର ପାଖାପାଖି ୮.୮ ଲକ୍ଷ ବର୍ଗ କିଲୋମିଟରର ଭୂଭାଗରୁ ୭.୭ ଲକ୍ଷ ବର୍ଗ କିଲୋମିଟର ପରିସର ଉପରେ ନଜର ରଖିବା ପାଇଁ ସକ୍ଷମ ରହିଛି।

ପ୍ରତୀକାତ୍ମକ ଫଟୋ

By

Published : Mar 1, 2019, 1:09 PM IST

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଏବେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଉଭୟ ଦେଶ ପରସ୍ପରକୁ ଆକ୍ରମଣ କରିବାର ପ୍ରସ୍ତୁତି ଚଲାଇଛନ୍ତି । ପୁଲୱାମା ଆଟାକ ଏବଂ ଏହାପରେ ଭାରତୀୟ ବାୟୁସେନାର ଏୟାରଷ୍ଟ୍ରାଇକ ପରେ ଏପରି ପରିସ୍ଥିତି ଦେଖାଦେଇଛି ।

ଏହି ଘଟଣା ପରେ ଏବେ ଉଭୟ ଦେଶ ପରସ୍ପର ଉପରେ କଡା ନଜର ରଖିଛନ୍ତି । ବିଶେଷ କରି ଉଭୟଙ୍କ ଗୁଇନ୍ଦା ବିଭାଗ ପୁରା ଆଲର୍ଟ ରହିଛି । ତେବେ ଏ କ୍ଷେତ୍ରରେ ଭାରତକୁ ଅନେକ ସାହାଯ୍ୟ କରୁଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) । ଦେଶ ପାଇଁ ସାମରିକ ଦୃଷ୍ଟି କୋଣରୁ ଇସ୍ରୋ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ଏବେ ଏହା ପାକିସ୍ତାନ ଉପରେ ନିଜର ଛଞ୍ଚାଣ ଆଖି ରଖିଛି।

ଇସ୍ରୋର ସାଟେଲାଇଟ ପାକିସ୍ତାନର ୮୭ ପ୍ରତିଶତ ପରିସର ଉପରେ ନଜର ରଖିବା ସହିତ ଏଚଡି କ୍ୱାଲିଟିର ମ୍ୟାପିଂ ମଧ୍ୟ କରୁଛି । ଭାରତୀୟ ସାଟେଲାଇଟ ପାକିସ୍ତାନର ପାଖାପାଖି ୮.୮ ଲକ୍ଷ ବର୍ଗ କିଲୋମିଟରର ଭୂଭାଗରୁ ୭.୭ ଲକ୍ଷ ବର୍ଗ କିଲୋମିଟର ପରିସର ଉପରେ ନଜର ରଖିବା ପାଇଁ ସକ୍ଷମ ରହିଛି। ଇସ୍ରୋ ଭାରତୀୟ କମାଣ୍ଡରଙ୍କୁ ୦.୬୫ ମିଟର ପର୍ଯ୍ୟନ୍ତ ଏଚଡି ଫଟୋ ଦେବା ସହିତ ଟିକିନିଖି ଖବର ଦେଉଛି।

କେବଳ ପାକିସ୍ତାନ ନୁହେଁ ଭାରତର ଏହି କ୍ଷମତା ଅନ୍ୟ ପଡୋଶୀ ଦେଶ ପାଇଁ ମଧ୍ୟ ରହିଛି । ଇସ୍ରୋ ସାଟେଲାଇଟ ୧୪ଟି ଦେଶର ପାଖାପାଖି ୫୫ ଲକ୍ଷ ବର୍ଗ କିଲୋମିଟର ପରିସରର ମ୍ୟାପ କରିପାରିବ । ଯାହା ପାକିସ୍ତାନରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ଭଳି ଅପରେସନ ପାଇଁ ମହତ୍ତ୍ୱପୂର୍ଣ୍ଣ ରହିଥାଏ।

ABOUT THE AUTHOR

...view details