ଓଡିଶା

odisha

ETV Bharat / bharat

ଭାରତୀୟ ଘରୋଇ କମ୍ପାନୀ ନିର୍ମାଣ କରିପାରିବେ ପିଏସଏଲଭି, ନିମନ୍ତ୍ରଣ ଦେଲା ଇସ୍ରୋ - pslvs

5 ଟି ପୋଲର ସାଟେଲାଇଟ ଲଞ୍ଚ ଭେଇକଲ(ପିଏସଏଲଭି) ନିର୍ମାଣ କରିବା ପାଇଁ ଭାରତୀୟ ଘରୋଇ କମ୍ପାନୀଗୁଡିକୁ ଆମନ୍ତ୍ରଣ କରିଛି ଇସ୍ରୋ ।

ଫାଇଲ ଫଟୋ

By

Published : Aug 18, 2019, 4:59 AM IST

ନୂଆଦିଲ୍ଲୀ: 5 ଟି ପୋଲର ସାଟେଲାଇଟ ଲଞ୍ଚ ଭେଇକଲ(ପିଏସଏଲଭି) ନିର୍ମାଣ କରିବା ପାଇଁ ଭାରତୀୟ ଘରୋଇ କମ୍ପାନୀଗୁଡିକୁ ଆମନ୍ତ୍ରଣ କରିଛି ଇସ୍ରୋ । ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ପ୍ରଧାନମନ୍ତ୍ରୀ ମୋଦିଙ୍କ 'ମେକ ଇନ ଇଣ୍ଡିଆ' ଯୋଜନାରେ ପ୍ରେରିତ ହୋଇ ଏଭଳି ପଦକ୍ଷେପ ନେଇଥିବା ଜଣା ପଡିଛି । ଏନେଇ ଇସ୍ରୋ ଅଧ୍ୟକ୍ଷ କେ ଶିବନ ସ୍ପଷ୍ଟ କରିଛନ୍ତି ।

ସେ କହିଛନ୍ତି, ଇସ୍ରୋ ଦୀର୍ଘ ଦିନ ଧରି ଏନେଇ ବିଚାର କରୁଥିଲା । ଆମର ଏହି ପଦକ୍ଷେପ ଦ୍ବାରା ସରକାରଙ୍କ ମେକ ଇନ ଇଣ୍ଡିଆ ଯୋଜନା ଅଧିକ ଜନାଦ୍ରୁତ ହୋଇ ପାରିବ ଏବଂ ଏହା ଆଗକୁ ବଢିବ । ଯେଉଁ କମ୍ପାନୀ ଆମକୁ ସହଯୋଗ କରିବାକୁ ଇଚ୍ଛା ପ୍ରକାଶ କରିବେ, ଆମେ ତା ପ୍ରତି ଗୁରୁତ୍ବ ଦେବୁ । କିନ୍ତୁ ଏହା କୌଣସି ବିଦେଶୀ କମ୍ପାନୀ ପାଇଁ ନୁହେଁ, କେବଳ ଭାରତୀୟ କମ୍ପାନୀ ପାଇଁ ଲାଗୁ ହେବ ବୋଲି ଶିବନ କହିଛନ୍ତି ।

ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହେଉଥିବା ପିଏସଏଲଭି ଲଞ୍ଚ ଭେଇକଲ ପାଇଁ ପ୍ରାୟ 200 କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ ବୋଲି ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ର(ବିଏସଏସସୀ)ର ଜଣେ ବରିଷ୍ଠ ଅଧିକାରୀଙ୍କ କହିଥିଲେ। ତେବେ 5 ଟି ପିଏସଏଲଭି ନିର୍ମାଣ ପାଇଁ ପାଖାପାଖି 1000 କୋଟି ଖର୍ଚ୍ଚ ହେବ । ଯାହା ଏହି କମ୍ପାନୀ ଗୁଡିକରୁ ସହାୟତା ମିଳିପାରିବ । ତେବେ ଶିବନ ଏହାର ମୂଲ୍ୟକୁ ନେଇ କିଛି ସ୍ପଷ୍ଟ କରିନାହାନ୍ତି ।

ତେବେ ଇସ୍ରୋର ନୂଆ ଶାଖା ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ(ଏନଏସଏଲଆଇ) ଉପରେ ବର୍ତ୍ତମାନ ପ୍ରଦ୍ୟୋଗିକ ହସ୍ତାନ୍ତରଣର ଦାୟୀତ୍ବ ରହିଛି । ଏହାର ଦାୟୀତ୍ବ ଇସ୍ରୋର ଅନୁସନ୍ଧାନ ଏବଂ ବିକାଶ ଦିଗରେ କାର୍ଯ୍ୟକରିବା । ଏହି କମ୍ପାନୀ ଇସ୍ରୋର ପିଏସଏଲଭି ନିର୍ମାଣ ଏବଂ ଲଘୁ ଉପଗ୍ରହ ଯାନ(ଏସଏସଏଲଭି)ର ଦାୟୀତ୍ବ ସମ୍ଭାଳିବ । ଏଚଏଏଲ ଏବଂ ଏଲ ଆଣ୍ଡ ଟି ଭଳି କିଛି ବଡ କମ୍ପାନୀ ରହିଛି ଯାହା ପୂର୍ବରୁ ହିଁ ଆମ ସହ କାର୍ଯ୍ୟ କରୁଛି । ଏଭଳି ଆହୁରି ମଧ୍ୟ କମ୍ପାନୀ ଥିବେ ଯିଏ ଆମ ସହ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିବେ ବୋଲି ଶିବନ କହିଛନ୍ତି ।

ABOUT THE AUTHOR

...view details