ଓଡିଶା

odisha

ETV Bharat / bharat

କର୍ଣ୍ଣାଟକରେ ପ୍ରତିଷ୍ଠା ହେଲା ଇସ୍ରୋର ଆଞ୍ଚଳିକ ଶିକ୍ଷାକେନ୍ଦ୍ର - ଇସ୍ରୋ ଲାଟେଷ୍ଟ ନ୍ୟୁଜ୍‌

ମହାକାଶ ବିଜ୍ଞାନରେ ଅଧିକ ଅଧ୍ୟୟନ ଓ ଉଦ୍ଭାବନକୁ ମିଳିବ ପ୍ରୋତ୍ସାହନ। ଏନେଇ କର୍ଣ୍ଣାଟକର ସାଉଥୱେଷ୍ଟ ଦକ୍ଷିଣ କନ୍ନଡ ଜିଲ୍ଲାରେ ଥିବା ଏନଆଇଟି (ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି)ରେ ଖୋଲାଯାଇଛି ଏକ ଆଞ୍ଚଳିକ ଶିକ୍ଷାକେନ୍ଦ୍ର।

isro regional academic centre, isro latest news, isro's academic centre in karnataka, କର୍ଣ୍ଣାଟକରେ ଇସ୍ରୋର ଆଞ୍ଚଳିକ ଶିକ୍ଷାକେନ୍ଦ୍ର, ଇସ୍ରୋ ଲାଟେଷ୍ଟ ନ୍ୟୁଜ୍‌, ଇସ୍ରୋର ଆଞ୍ଚଳିକ ଶିକ୍ଷାକେନ୍ଦ୍ର
କର୍ଣ୍ଣାଟକରେ ପ୍ରତିଷ୍ଠା ହେଲା ଇସ୍ରୋର ଆଞ୍ଚଳିକ ଶିକ୍ଷାକେନ୍ଦ୍ର

By

Published : Jan 5, 2020, 11:54 PM IST

ବେଙ୍ଗାଲୁରୁ: ମହାକାଶ ବିଜ୍ଞାନରେ ଅଧିକ ଅଧ୍ୟୟନ ଓ ଉଦ୍ଭାବନକୁ ମିଳିବ ପ୍ରୋତ୍ସାହନ । ଏନେଇ କର୍ଣ୍ଣାଟକର ସାଉଥୱେଷ୍ଟ ଦକ୍ଷିଣ କନ୍ନଡ ଜିଲ୍ଲାରେ ଥିବା ଏନଆଇଟି (ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି)ରେ ଖୋଲାଯାଇଛି ଏକ ଆଞ୍ଚଳିକ ଶିକ୍ଷାକେନ୍ଦ୍ର । ଇଣ୍ଡିଆନ ସ୍ପେଶ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ଦ୍ବାରା ଏହି ଶିକ୍ଷାକେନ୍ଦ୍ର ସ୍ଥାପନ ହୋଇଥିବା ବେଳେ ଏଥିରେ ଯୁବ ପ୍ରତିଭାଙ୍କୁ ମିଳିବ ପ୍ରୋତ୍ସାହନ ।

ଏହି କେନ୍ଦ୍ରରେ ମହାକାଶ ବିଜ୍ଞାନ ଉପରେ ଅଧିକ ଅଧ୍ୟୟନ ସହ ସ୍ପେଶ ପ୍ରୋଗ୍ରାମକୁ ସାହାଯ୍ୟ କରିବା ଭଳି ବିଭିନ୍ନ ଟେକ୍ନୋଲୋଜିର ପରୀକ୍ଷଣ କରାଯିବ । ଏନେଇ ସ୍ପେଶ ଏଜେନ୍ସିର କାପାସିଟି ବିଲ୍ଡିଂ ନିର୍ଦ୍ଦେଶକ ପି.ଭି. ଭେଙ୍କଟାକ୍ରିଷ୍ଣନ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଏନଆଇଟିକୁ ଏଥିପାଇଁ ବାର୍ଷିକ 2 କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯିବ ।

ଦେଶର ଏହା ଚତୁର୍ଥ ଅନୁଷ୍ଠାନ ହୋଇଥିବା ବେଳେ ଏହା ସ୍ପେଶ ଟେକ୍ନୋଲୋଜିକୁ ଦକ୍ଷିଣ ରାଜ୍ୟମାନଙ୍କରେ ପ୍ରୋତ୍ସାହନ ଯୋଗାଇବ । ଏନେଇ ଆଗାମୀ ଦିନରେ ବିଭିନ୍ନ କର୍ମଶାଳା, ରିସର୍ଚ୍ଚ ପ୍ରୋଗ୍ରାମ ଆଦିର ଆୟୋଜନ କରାଯିବା ନେଇ ସୂଚନା ମିଳିଛି ।

ଏନେଇ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଗୋଟିଏ ବର୍ଷର ରିସର୍ଚ୍ଚ ପ୍ରୋଜେକ୍ଟଠାରୁ ଆରମ୍ଭ କରି 2-4 ବର୍ଷ ପର୍ଯ୍ୟନ୍ତର ସୁଯୋଗ ମିଳିବା ନେଇ ସୂଚନା ଦେଇଛନ୍ତି ଏନଆଇଟି ନିର୍ଦ୍ଦେଶକ ଉମମଶେଶ୍ବର ରାଓ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details