ଓଡିଶା

odisha

By

Published : Nov 3, 2019, 1:35 PM IST

ETV Bharat / bharat

ଚନ୍ଦ୍ରଯାନ 2: ମିଶନ ଅଭି ବାକି ହୈ...

ଶନିବାର ଦିଲ୍ଲୀ ଆଇଆଇଟି ନିଜର 50 ତମ ସମାବର୍ତ୍ତନ ଉତ୍ସବ ପାଳନ କରିଛି । ତେବେ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଇସ୍ରୋ ମୁଖ୍ୟ ମୁଖ୍ୟ କେ.ଶିବନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ଇଟିଭି ଭାରତ ବ୍ୟୁରୋ

ନୂଆଦିଲ୍ଲୀ: ଶନିବାର ଦିଲ୍ଲୀ ଆଇଆଇଟି ନିଜର 50 ତମ ସମାବର୍ତ୍ତନ ଉତ୍ସବ ପାଳନ କରିଛି । ତେବେ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଇସ୍ରୋ ମୁଖ୍ୟ ମୁଖ୍ୟ କେ.ଶିବନ । ଇସ୍ରୋ ମୁଖ୍ୟଙ୍କୁ ଦେଖିବାକୁ ଛାତ୍ରଛାତ୍ରୀଙ୍କ ମାନଙ୍କ ମଧ୍ୟରେ ଯେତିକି ଉତ୍କଣ୍ଠା ଥିଲା ତାଠାରୁ ବେଶି ଆଗ୍ରହ ଥିଲା ଚନ୍ଦ୍ରଯାନ-2 ମିଶନ ସମ୍ପର୍କରେ ଇସ୍ରୋ ମୁଖ୍ୟଙ୍କ ମୁହଁରୁ ଶୁଣିବାକୁ।

ଭିଡିଓ ସୌଜନ୍ୟ- ଇଟିଭି ଭାରତ ବ୍ୟୁରୋ

ତେବେ ଚନ୍ଦ୍ରଯାନ-2 ମିଶନ ଆଂଶିକ ଭାବେ ବିଫଳ ହୋଇଥିଲେ ବି ମିଶନ ଏବେ ବି ଜାରି ରହିଛି । ଏବେ ବି ପ୍ରୟାସ ଜାରି ରହିବା ସହ 300 ମିଟର ଦୂରତାରେ ଅର୍ବିଟର ତାର ସୁରକ୍ଷା ସ୍ଥିତି ଜାହିର କରିଛି ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ କେ.ଶିବନ । କେବଳ ଏତିକି ନୁହେଁ ଆସନ୍ତା ବର୍ଷ ମଧ୍ୟ ଅନେକ ମିଶନ ଉପରେ କାମ ଚାଲିଛି ଓ ଚନ୍ଦ୍ରଯାନ-3 ପାଇଁ କାମ ଚାଲିଛି ବୋଲି କହିଛନ୍ତି କେ. ଶିବନ ।

ହେଲେ ଚନ୍ଦ୍ରଯାନ-2 ମିଶନ ଉପରେ ସେ କହିଛନ୍ତି, ଏହା ଆମର ବିଫଳତା ନୁହେଁ । ଭାରତ ବର୍ଷର ଏକ ସ୍ବପ୍ନ ଯାହାକୁ ଆମେ ପୁରା କରିବାକୁ ପୁରା ଚେଷ୍ଟିତ। ଅନ୍ୟପଟେ ଏହି ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ସେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଛନ୍ତି, ଛାତ୍ରଛାତ୍ରୀ କେବେ ବି ପାଠପଢା ସରିବା ପରେ ନିଜକୁ ସକ୍ଷମ ଭାବିବା ଉଚିତ ନୁହେଁ।

ବରଂ ଅନୁଭବ ସବୁଠାରୁ ବଡ ଶିକ୍ଷା ବୋଲି ସେ କହିଛନନ୍ତି । ନିଜର ଚେଷ୍ଟା ଜାରି ରଖିବା ସହ ତାହା ଅନୁଭବ କରିବା ଉଚିତ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details