ଓଡିଶା

odisha

ETV Bharat / bharat

'ଚନ୍ଦ୍ରାୟନ-2' ହେବ ଲ୍ୟାଣ୍ଡମାର୍କ ମିଶନ’ - chandrayan1

'ଚନ୍ଦ୍ରାୟନ-2' ଏକ ଲ୍ୟାଣ୍ଡମାର୍କ ମିଶନ ହେବ ବୋଲି ଇସ୍ରୋ ଅଧ୍ୟକ୍ଷ ଡ. କେ ଶିଭନ କହିଛନ୍ତି ।

ଫଟୋ ସୌଜନ୍ୟ: ଏଏନ୍‌ଆଇ

By

Published : May 22, 2019, 9:19 AM IST

ବେଙ୍ଗାଲୁରୁ: ଭାରତର ଚନ୍ଦ୍ର ଅଭିଯାନ 'ଚନ୍ଦ୍ରାୟନ-2' ଏକ ଲ୍ୟାଣ୍ଡମାର୍କ ମିଶନ ହେବ ବୋଲି ଇସ୍ରୋ ଅଧ୍ୟକ୍ଷ ଡ. କେ ଶିଭନ କହିଛନ୍ତି । ଏହି ମିଶନକୁ ଆସନ୍ତା ଜୁଲାଇ 9 ରୁ 16 ମଧ୍ୟରେ ଲଞ୍ଚ୍‌ କରାଯିବ ।

ଏହା ଚନ୍ଦ୍ରର ଏପରି ସ୍ଥାନରେ ଲ୍ୟାଣ୍ଡ କରିବ ଯେଉଁଠାରେ ଅନ୍ୟ କୌଣସି ରାଷ୍ଟ୍ରର ଚନ୍ଦ୍ରଯାନ ଅବତରଣ କରି ନ ଥିବ ବୋଲି ଶ୍ରୀ ଶିଭନ କହିଛନ୍ତି । ମିଶନ୍‌ ଇସ୍ରୋ ପାଇଁ ବେଶ୍ ଚ୍ୟାଲେଞ୍ଜ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଇସ୍ରୋ ଦ୍ବାରା କରାଯାଇଥିବା ଚନ୍ଦ୍ରାୟନ-1 ଅଭିଯାନ ବେଶ୍ ସଫଳତା ହାସଲ କରିଥିଲା । ଯାହା ସତୀଶ୍‌ ଧୱନ ମହାକାଶ କେନ୍ଦ୍ରରୁ 2008 ମସିହା ଜୁଲାଇ 22 ତାରିଖରେ ଲଞ୍ଚ୍‌ କରାଯାଇଥିଲା ।

ABOUT THE AUTHOR

...view details