ଓଡିଶା

odisha

ETV Bharat / bharat

ବିଜେପି ପ୍ରତିଷ୍ଠା ଦିବସ ପାଇଁ ଏ କ୍ୟାଣ୍ଡେଲ୍ ଲାଇଟ୍ ନୁହେଁ ତ ? କୁମାର ସ୍ବାମୀ

କୋରୋନା ପାଇଁ 9ଟାରେ 9 ମିନିଟ୍ ପ୍ରହସନ୍ କାହିଁକି ? ଏପରି କିଛି ମନ୍ତବ୍ୟ ରଖି ମୋଦିଙ୍କୁ ଟାର୍ଗେଟକୁ କରିଛନ୍ତି କର୍ଣ୍ଣାଟକ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ କୁମାର ସ୍ବାମୀ। ଅଧିକ ଖବର ପଢନ୍ତୁ...

By

Published : Apr 5, 2020, 12:55 PM IST

kumarswami
ବିଜେପି ପ୍ରତିଷ୍ଠା ଦିବସ ପାଇଁ ଏ କ୍ୟାଣ୍ଡେଲ୍ ଲାଇଟ୍ ନୁହେଁ ତ ? କୁମାର ସ୍ବାମୀ

କର୍ଣ୍ଣାଟକ: କୋରୋନା ମହାମାରୀ ଭାରତରେ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଏଭଳି ସ୍ଥିତିରେ କୋଭିଡ୍-19ର ମୁକାଵିଲା ନିମନ୍ତେ ବାଲକୋନୀରେ ଥାଳି ପିଟିଲେ କିମ୍ବା କ୍ୟାଣ୍ଡେଲ୍ ଲାଇଟ୍ କଲେ-ମହାମାରୀ ର ମୁକାବିଲା କରାଯାଇ ପାରିବ ନାହିଁ । ଆଜି ରାତି 9ଟାରେ 9ମିନିଟ୍ ଧରି ଘର/ବାଲକୋନୀ ଅନ୍ଧାର କରି ଦୀପ, କ୍ୟାଣ୍ଡେଲ୍ ଓ ମୋବାଇଲ୍ ଫ୍ଲାସ୍ ଲାଇଟ୍ ଜଳେଇଲେ କ'ଣ ହେବ ଵୋଲି ଟ୍ୟୁଇଟ୍ ମାଧ୍ୟମରେ କର୍ଣ୍ଣାଟକର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ପ୍ରଶ୍ନ କରିବା ସହିତ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ।

ତେବେ ଶ୍ରୀ କୁମାରସ୍ଵାମୀ କଟାକ୍ଷ ଢଙ୍ଗରେ କହିଛନ୍ତି ଯେ, ଆସନ୍ତାକାଲି ଅର୍ଥାତ୍ 6 ଏପ୍ରିଲରେ ବିଜେପିର ପ୍ରତିଷ୍ଠା ଦିବସ । ପରୋକ୍ଷରେ ଏହି କ୍ୟାଣ୍ଡେଲ୍ ଲାଇଟ୍ ଦଳୀୟ ସେଲିବ୍ରେସନ୍ ନୁହେଁ ତ ? ବୋଲି ସେ ଲେଖିଛନ୍ତି । ବାସ୍ତବରେ କୋରୋନା ମୁକାବିଲା ପାଇଁ ସ୍ବାସ୍ଥ୍ୟସେବାକୁ କେମିତି ବ୍ୟାପକ ତଥା ତ୍ବରିତ୍ ଢଙ୍ଗରେ କରାଯାଇ ପାରିବ, ସେ କ୍ଷେତ୍ରରେ ପଦକ୍ଷେପ ନେବାର ସମୟ । ଭପଯୁକ୍ତ କିଟ୍, ଆବଶ୍ୟକୀୟ ମେଡିକାଲ୍ କର୍ମଚାରୀ ନିୟୋଜନ, କୋଭିଡ୍ ହସପିଟାଲ୍ ପ୍ରତିଷ୍ଠା, ମାସ୍କ ଓ ସାନିଟାଇଜର୍ ବଣ୍ଟନ, ସଚେତନତା ଭଳି କାର୍ଯ୍ୟକୁ ସୂଚାର ଭାବେ କରାଯାଇ ପାରୁନାହିଁ ।

ସେମିତି ଦିନକୁ ଭିତ୍ତିଭୂମି ଓ ମେଡିକାଲ୍ ସରଞ୍ଜାମର ଅଭାବ ହେତୁ ଆବଶ୍ୟକୀୟ ରକ୍ତନମୂନା ପରୀକ୍ଷଣ ହୋଇ ପାରୁନାହିଁ । ଏଭଳି ମହାମାରୀର ମୁକାବିଲା ସମୟରେ କ୍ୟାଣ୍ଡେଲ୍ ଓ ଫ୍ଲାସ୍ ଲାଇଟ୍ ଜଳେଇବା ଭଳି ପ୍ରୟୋଜନର ଆବଶ୍ୟକତା ଉପରେ ପ୍ରଶ୍ନ କରିଛନ୍ତି, ଶ୍ରୀ କୁମାରସ୍ବାମୀ । ପୂର୍ବରୁ ରାହୁଲ୍ ଗାନ୍ଧୀଙ୍କ ମନ୍ତଵ୍ୟ ମୋଦିଙ୍କୁ ଅଡୁଆରେ ପକେଇ ଥିବା ବେଳେ ଏଵେ ଏହି ସମାଲୋଚନା ଦେଶଵ୍ୟାପି ହେଉଛି ।

ବିଜେପିର ପ୍ରତିଷ୍ଠା ଦିବସ ସହିତ ଏହି ଆଲୁଅଜଳା ଅଭିଯାନକୁ ଯୋଡି ବିରୋଧି ସମାଲୋଚନା ଆରମ୍ଭ କରିଛନ୍ତି । କିନ୍ତୁ ମୋଦିଙ୍କ ଆହ୍ବାନ ପଛରେ ଥିବା ବ୍ୟାପକ ଜନସ୍ୱାର୍ଥ, ଆଧ୍ୟାତ୍ମିକବାଦ ଓ ମହାମାରୀ ସମୟରେ ଏକତ୍ରିତ ହୋଇ ସମୂହ ଆଲୋକ ପ୍ରଜ୍ବଳନ ଭଳି କାର୍ଯ୍ୟକୁ ଦେଶଵାସୀ ବେଶ୍ ପ୍ରଶଂସା ମଧ୍ୟ୍ୟ କରୁଛନ୍ତି ।

ABOUT THE AUTHOR

...view details