ଓଡିଶା

odisha

ETV Bharat / bharat

ଅନିର୍ଦ୍ଧିଷ୍ଟ କାଳ ପାଇଁ ବେଙ୍ଗାଲୁରୁ ଇସ୍କନ ମନ୍ଦିରରେ ତାଲା - କୋରୋନା ଅପଡେଟ୍ ନ୍ୟୁଜ୍

ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବେଙ୍ଗାଲୁରୁର ରାଜଜୀନଗର ଓ କାନକପୁରା ରୋଡରେ ଅବସ୍ଥିତ ଇସ୍କନ ମନ୍ଦିର ସାଧାରଣ ଦର୍ଶନ ପାଇଁ ବନ୍ଦ ରହିବ। ଅଧିକ ଖବର ପଢନ୍ତୁ...

ISKCON Temple
ବେଙ୍ଗାଲୁର ଇସ୍କନ ମନ୍ଦିରରେ ପଡିଲା ତାଲା, ସାଧାରଣ ଦର୍ଶନ ବନ୍ଦ

By

Published : Mar 18, 2020, 5:19 PM IST

ବେଙ୍ଗାଲୁର: କୋରୋନା ପାଇଁ ଇସ୍କନ ମନ୍ଦିରରେ ପଡିଲା କବାଟ । ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମନ୍ଦିର ବନ୍ଦ ରହିବ । ଏହାସହ ବେଙ୍ଗାଲୁରୁର ରାଜଜୀନଗର ଓ କାନକପୁରା ରୋଡରେ ଅବସ୍ଥିତ ଏହି ଇସ୍କନ ମନ୍ଦିର ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଛି ।

ସୂଚନା ଅନୁସାରେ, ଭାରତର ବିଭିନ୍ନ ସ୍ଥାନରେ କୋଭିଡ -19 ପ୍ରସାରକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ବୋଲି ଏକ ISKCON ମନ୍ଦିର ପକ୍ଷରୁ ବିବୃତ୍ତିରେ କୁହାଯାଇଛି ।

ଏଥିରେ କୁହାଯାଇଛି ଯେ, ମନ୍ଦିରର ପୂଜାପାଠ ତଥା ଦେବତାମାନଙ୍କୁ ପାରମ୍ପାରିକ ମନ୍ଦିର 'ସେବା' ମନ୍ଦିରର ବାସିନ୍ଦା ପୁରୋହିତମାନେ ବ୍ୟକ୍ତିଗତ ଭାବରେ ପରିଚାଳନା କରିବେ । ଏଥିସହ ରହୁଥିବା ଭକ୍ତମାନେ ବିଶ୍ବ କଲ୍ୟାଣ ପାଇଁ ମନ୍ଦିରରେ ଭଜନ ଏବଂ କୀର୍ତ୍ତନ ପ୍ରଦର୍ଶନ ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି ।

ABOUT THE AUTHOR

...view details